ETV Bharat / sports

ଜାତୀୟ କନ୍ୟା ସନ୍ତାନ ଦିବସ: ଅନୁଭୁତି ବାଣ୍ଟିଲେ ଫୁଟବଲ ଅଧିନାୟିକା ଆଶାଲତା - inspire next generation of girls

ଜାତୀୟ କନ୍ୟାନ ସନ୍ତାନ ଦିବସରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି, ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟିକା ଆଶାଲତା ଦେବୀ । ଅଧିକ ପଢନ୍ତୁ...

Hope to inspire next generation of girls, say women football icons
ଜାତୀୟ କନ୍ୟା ସନ୍ତାନ ଦିବସ: ଅନୁଭୁତି ବାଣ୍ଟିଲେ ଫୁଟବଲ ଅଧିନାୟିକା ଆଶାଲତା
author img

By

Published : Jan 24, 2021, 7:58 PM IST

ନୂଆଦିଲ୍ଲୀ: ପ୍ରତି ବର୍ଷ ଜାନୁଆରୀ 24ରେ ଦେଶ ପାଳୁଛି ଜାତୀୟ କନ୍ୟାନ ସନ୍ତାନ ଦିବସ । ବର୍ଷ 2008ରୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ପରେ ଏହି ଦିବସ ପାଳିତ ହୋଇ ଆସୁଛି ।

ଏହି ଅବସରରେ ରବିବାର, ଦେଶର ବରିଷ୍ଠ ମହିଳା ଫୁଟବଲ ତାରକା କନ୍ୟା ସନ୍ତାନର ମହତ୍ତ୍ବ, ମହିଳାଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ସୁଯୋଗ ନେଇ ନିଜର ମତ ରଖିଛନ୍ତି ।

ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟିକା ଆଶାଲତା ଦେବୀ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ।

ଯେବେ ସେ ଖେଳିବା ଆରମ୍ଭ କରିଥିଲେ ନିଜ ପରିବାର ମଧ୍ୟ ସାଥ୍ ଦେଇନଥିଲେ । ଘୋର ବିରୋଧ ସହ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ କହିଛନ୍ତି ଆଶାଲତା । ତେବେ ଆଜିର ଦିନରେ ଅନ୍ୟ କୌଣସି ଝିଅ, ସମାନ ପରିସ୍ଥିତିର ସାମ୍ନା କରନ୍ତୁ ବୋଲି ଚାହୁଁନଥିବା କହିଛନ୍ତି ।

ଆଶାଲତା କହିଛନ୍ତି, "ଯେବେ ଖେଳିବା ଆରମ୍ଭ କରିଥିଲି ଅନେକ ବାଧା ଆସିଥିଲା । ଏପରିକି ନିଜ ମା' ଝିଅ ହୋଇ ଖେଳିବାକୁ ବାରଣ କରୁଥିଲା । ଅଭ୍ୟାସ ସାରି ଘରେ ପହଞ୍ଚିବା ପରେ, ମାଡ ଓ ଗାଳି ଖାଇବାକୁ ପଡୁଥିଲା । ମା' କହୁଥିଲେ ଝିଅଙ୍କ ପାଇଁ ଖେଳ ଠିକ୍ ନୁହେଁ । ଆହତ ହୋଇଗଲେ ବିବାହ କରିବା କଷ୍ଟକର ହୋଇଯିବ ।"

"ତେବେ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଖେଳ ଜାରି ରଖିବା ସହ, 17 ବର୍ଷରୁ କମ ଭାରତୀୟ ଦଳ ପାଇଁ ଚୟନ ହେବା ପରେ ମା' ସହଯୋଗ କରିବା ଆରମ୍ଭ କଲା । ଏବେ ଯଦି ଖେଳିବା ବନ୍ଦ କରିବାକୁ ମା'ଙ୍କୁ କୁହେ, ଏବେ ଖେଳିବାର ସମୟ ଓ ବିଶ୍ବରେ ନିଜକୁ ପ୍ରମାଣିତ କରିବାର ଅଛି ବୋଲି କୁହନ୍ତି ।" ବର୍ତ୍ତମାନ ସମୟ ବଦଳିଛି, ମାନସିକତାରେ ପରିବର୍ତ୍ତନ ଘଟିଛି, ପରବର୍ତ୍ତି ପିଢିର ଝିଅ କ୍ରୀଡାପ୍ରତି ଅଧିକ ଆକୃଷ୍ଟ ହୋଇ ନିଜର ପରିଚୟ ସୃଷ୍ଟି କରିବେ ବୋଲି ଆଶାବାଦୀ ଥିବା କହିଛନ୍ତି ଆଶାଲତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.