ନୂଆଦିଲ୍ଲୀ: ଆଉନାହାନ୍ତି ହିନ୍ଦୁସ୍ତାନ ଫୁଟବଲ କ୍ଳବର ଚେୟାରମ୍ୟାନ ଦିଲୀପ କୁମାର ବୋସ୍ । ଶନିବାର ସନ୍ଧ୍ୟାରେ ଦିଲ୍ଲୀରେ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ହୋଇଥିଲା । ଏପ୍ରିଲ 29ରେ ବସନ୍ତ କୁଞ୍ଜରେ ଇଣ୍ଡିଆନ ସ୍ପାଇନାଲ ଇନଜୁରୀ ସେଣ୍ଟରରେ ଭର୍ତ୍ତି ହୋଇଥିଲେ ।
ଆଇ-ଲିଗ ଦ୍ବିତୀୟ ଡିଭିଜନ ଏକାଧିକବାର ଖେଳିଛନ୍ତି ବୋସ ଓ ଦିଲ୍ଲୀ ସକୋର ଆସୋସିଏସନ ସିନିୟର ଡିଭିଜନ ଲିଗ ବହୁବାର ଜିତିଛନ୍ତି । କିଛି ବର୍ଷ ପାଇଁ ସେ ଫୁଟବଲ ଦିଲ୍ଲୀ(FD)ର କାର୍ଯ୍ୟନିବାହୀ କମିଟି ସଦସ୍ୟ ରହିଥିଲେ ।
ଦିଲୀପ କୁମାରଙ୍କ ଦେହାନ୍ତରେ ଫୁଟବଲ ଦିଲ୍ଲୀର ସଭାପତି ସାଜି ପ୍ରଭାକରନ, ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି । "20 ବର୍ଷରୁ ଅଧିକ ସମୟ ଧରି ପରିଚିତ ଥିଲେ । ପ୍ରଶାସକ ଭାବେ ତାଙ୍କର କାର୍ଯ୍ୟ ସେ ସର୍ବଦା ସ୍ମରଣୀୟ ରହିବେ । ଦିଲ୍ଲୀ ଫୁଟବଲରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ କରିବା କଷ୍ଟକର । ଏଥିସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ