ଭୁବନେଶ୍ୱର: ଇଣ୍ଡିଆନ ଆରୋଜ କୁ 0-3ରେ ହରାଇ ଗୋଆ ଏଫସି ଦ୍ଵିତୀୟ ଦଳ ଭାବେ ହିରୋ ସୁପର କପର କ୍ୱାର୍ଟର ଫାଇନଲରେ ପହଁଞ୍ଚିଛି ଗୋଆ ଏଫସି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳା ଯାଇଥିବା ମ୍ୟାଚରେ ସମ୍ପୂର୍ଣ୍ଣ ଭାବେ ଏକ ତରଫା ଖେଳ ଦେଖିବାକୁ ମିଳିଥିଲା।
![hero super league, goa fc, entered, quarter finals, defeating, indian arose, bhubaneswar, ଭୁବନେଶ୍ୱର](https://etvbharatimages.akamaized.net/etvbharat/images/img-20190330-wa00311553966536206-87_3003email_00770_595.jpg)
![hero super league, goa fc, entered, quarter finals, defeating, indian arose, bhubaneswar, ଭୁବନେଶ୍ୱର](https://etvbharatimages.akamaized.net/etvbharat/images/img-20190330-wa00281553966536207-33_3003email_00770_893.jpg)
ଖେଳ ଆରମ୍ଭରୁ ଗୋଆର ଖେଳାଳିମାନେ ଆକ୍ରାମକ ଖେଳ ଜାରି ରଖିଥିଲେ। ଯାହାର ଫଳ ସ୍ୱରୂପ ଖେଳର 18 ମିନିଟରେ ଫରୱାର୍ଡ ଖେଳାଳି ଫେରାନ ଟେଲଚା ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ଖେଳର ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ ବିପକ୍ଷ ଏହାକୁ ବରାବରୀ କରିବାକୁ ସମର୍ଥ ହୋଇନଥିଲେ। ଦ୍ଵିତୀୟର୍ଦ୍ଧରେ ଆରୋଜର ଦୁର୍ବଳ ରଣକୌଶଳ ଯୋଗୁଁ ଗୋଆର ଖେଳାଳି ହୁଗୋ ଏବଂ କାର୍ଲୋସ 61 ଓ 80ତମ ମନିଟରେ ଆଉ ଦୁଇଟି ଗୋଲ ଦେବାକୁ ସକ୍ଷମ ହୋଇଥିଲେ। ଇଣ୍ଡିଆନ ଆରୋଜ ଶେଷ ପର୍ଯ୍ୟନ୍ତ କୌଣସି ଗୋଲ ସ୍କୋର କରି ନ ପାରି 3-0ରେ ପରାଜିତ ହେବା ସହ ପ୍ରତିଯୋଗିତାରୁ ବିଦାୟ ନେଇଛି। ଏହି ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପାଇଁ ଗୋଆର ଅଧିନାୟକ ଏଡୁଆର୍ଡ ପେଲେଜଙ୍କୁ ହିରୋ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଛି।
![hero super league, goa fc, entered, quarter finals, defeating, indian arose, bhubaneswar, ଭୁବନେଶ୍ୱର](https://etvbharatimages.akamaized.net/etvbharat/images/img-20190330-wa00291553966536205-42_3003email_00770_167.jpg)
ତେବେ ଶନିବାର ଆଉ ଏକ ମ୍ୟାଚ ଖେଳାଯିବାର ସୂଚୀ ଥିବାବେଳେ ଇଷ୍ଟ ବେଙ୍ଗଲ ନିର୍ଦ୍ଧାରିତ ସମୟ ମଧ୍ୟରେ ଉପସ୍ଥାନ ନ ଦେବାରୁ ଦିଲ୍ଲୀ ଡାଇନୋମ୍ସ ୱାକ ଓଭର ଦିଆଯାଇଥିବା ମ୍ୟାଚ କମିଶନଙ୍କ ସୂତ୍ରରୁ ପ୍ରକାଶ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ