ମାଦ୍ରିଦ: ରୋନାଲ୍ଡ କୋଏମନଙ୍କ ବାର୍ସେଲୋନାକୁ ମିଳିଛି ଆଶ୍ଚର୍ଯ୍ୟକର ପରାଜୟ । ଶନିବାର 1-0 ଗୋଲରେ ବାର୍ସେଲୋନାକୁ ହରାଇଛି ଗେଟାଫେ । ବର୍ଷ 2011ରୁ ଏହା ଗେଟାଫେର ବାର୍ସେଲୋନାର ପ୍ରଥମ ବିଜୟ ।

ମ୍ୟାଚର 56ତମ ମିନିଟରେ ଜାଇମେ ମତସଙ୍କ ପେନାଲିଟି ଗୋଲରେ ବିଜୟୀ ହୋଇଥିଲା ଗେଟାଫେ ।
ଗେଟାଫେ 2020-21 ସଂସ୍କରଣର ଲା ଲିଗା ମାନ୍ୟତାରେ ରିୟଲ ମାଦ୍ରିଦ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା, ରିୟଲ ମାଦ୍ରିଦକୁ ମଧ୍ୟ କାଡିଜ ଠାରୁ ପରାଜୟ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ