ପ୍ୟାରିସ: କୋରୋନା ଭାଇରସ ସଂକ୍ରମଣ ସତ୍ତ୍ବେ ଦର୍ଶକଙ୍କ ପାଇଁ ଖୋଲୁଛି ଷ୍ଟାଡିୟମ । ଜୁଲାଇ 11ରୁ ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିଛନ୍ତି ଫ୍ରାନ୍ସ ସରକାର । ଶନିବାର ଏନେଇ ଫ୍ରାନ୍ସ ସରକାର ଘୋଷଣା କରିଛନ୍ତି ।
ପ୍ରାୟ 5,000 ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହିପାରିବେ । ଫ୍ରେଞ୍ଚ କପ ଓ ଲିଗ କପ ଫାଇନାଲ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବା ସମ୍ଭବ ହୋଇପାରିବ । ଫଳରେ ନିଜ ପସନ୍ଦର ଟିମକୁ ଦର୍ଶକ ଉତ୍ସାହିତ କରିପାରିବେ । ପ୍ରିୟ ଖେଳାଳିଙ୍କ ପ୍ରଦର୍ଶନରେ ଖୁସି ହୋଇପାରିବେ ।
2019-20 ସଂସ୍କରଣର ଫ୍ରେଞ୍ଚ ଲିଗ ଏପ୍ରିଲ 30ରେ ଶେଷ ହେବାର ଥଲା । ମାତ୍ର କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା ।
ଇଂଲଣ୍ଡର ପ୍ରିମିୟର ଲିଗ, ସ୍ପେନର ଲା ଲିଗା ଜର୍ମାନର ବୁନ୍ଦେସଲିଗା ଆରମ୍ଭ ହୋଇସାରିଛି ।