ETV Bharat / sports

ଶେଖ ବଜାରର ଶେଖ ୟୁନୁସ, ମାଗଣା ଦେଉଛନ୍ତି ଫୁଟବଲ ଶିକ୍ଷା - ଫୁଟବଲ ଖେଳାଳି ଶେଖ ୟୁନୁସ

ଅବସର ପରେ ଶିକ୍ଷାଦାନ, 70ରୁ 80 ଦଶକରେ ଭାରତୀୟ ଫୁଟବଲ ଟିମର ସଦସ୍ୟ ରହିଥିଲେ ଶେଖ ୟୁନୁସ । ଅଧିକ ପଢନ୍ତୁ...

Cuttack: free coaching by international footballers
ଶେଖ ବଜାରର ଶେଖ ୟୁନୁସ, ମାଗଣା ଦେଉଛନ୍ତି ଫୁଟବଲ ଶିକ୍ଷା
author img

By

Published : Apr 9, 2021, 9:21 PM IST

କଟକ: ଓଡିଶାରେ ଦକ୍ଷ ଫୁଟବଲର ପ୍ରତିଭା ତିଆରି କରିବାକୁ ଆଗେଇ ଆସିଛନ୍ତି ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଶେଖ ୟୁନୁସ । ତୃଣମୂଳ ସ୍ତରରେ ଫୁଟବଲର ବିକାଶ ପାଇଁ କୁନି କୁନି ପିଲାଙ୍କୁ ମାଗଣା ଫୁଟବଲ ଶିକ୍ଷା ଦେଉଛନ୍ତି ୟୁନୁସ ।

ଶେଖ ବଜାରର ଶେଖ ୟୁନୁସ, ମାଗଣା ଦେଉଛନ୍ତି ଫୁଟବଲ ଶିକ୍ଷା

1970 ରୁ 80 ମସିହାରେ ଭାରତୀୟ ଟିମର ସଦସ୍ୟ ରହିଥିଲେ ୟୁନୁସ । କ୍ରୀଡାରୁ ବିରତି ନେଲା ପରେ ରେଳବାଇରେ ଚାକିରି କରି 2019ରେ ଅବସର ନେଇଥିଲେ । ଏହାପରେ କ୍ରୀଡା ପ୍ରତି ଥିବା ଭଲ ପାଇବା ତାଙ୍କୁ ଦକ୍ଷ ଫୁଟବଲ ଖେଳାଳି ବନାଇବାର ସ୍ବପ୍ନ ଦେଖାଇଛି । ପ୍ରାୟ 60 ଜଣ ପିଲା ଏବେ ଶେଖ ବଜାର ସ୍ଥିର ୟୁନୁସଙ୍କ ପ୍ରଶିକ୍ଷଣ ପଡିଆରେ ଟ୍ରେନିଂ ନେଉଛନ୍ତି । ଜର୍ସିଠୁ ଜୋତା ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ କ୍ରୀଡା ଜଗତ ପାଇଁ ପାଲଟିଛନ୍ତି ସ୍ଵତନ୍ତ୍ର ଉଦାହରଣ ।

ଲକ୍ଷ୍ୟ କେବଳ ଗୋଟିଏ, ଫୁଟବଲର ବିକାଶ । ଅନ୍ୟପଟେ ଏହି ପିଲା ମାନଙ୍କୁ ଦେଖିଲେ ଲାଗିବ ଯେ ଯେପରି ଫୁଟବଲ ପ୍ରତି ରହିଛି ଅଜବ ନିଶା । କୋଚ ୟୁନୁସଙ୍କ ଟ୍ରେନିଂ ଅନୁସାରେ ତାଳ ଦେଇ ଚାଲିବାକୁ ସର୍ବଦା ଚେଷ୍ଟିତ ଏହି କୁନି କୁନି ଖେଳାଳି । ତେବେ ତାଙ୍କ ନାମ ହିଁ ଏମାନଙ୍କ ପାଇଁ ଯଥେଷ୍ଟ । ସମସ୍ତଙ୍କ ଗୋଟିଏ ଲକ୍ଷ୍ୟ ୟୁନୁସଙ୍କ ପରି ଅନ୍ତର୍ଜାତୀୟ ଖେଳାଳି ହେବା ।

କୋଚିଂ ସମୟରେ ନିଜର ସମସ୍ତ ଦକ୍ଷତା ଦେଖାଇଥାନ୍ତି ଫୁଟବଲ ଖେଳାଳି । ୟୁନୁସଙ୍କ ଶିଖାଇବାର ପ୍ରଣାଳୀ ବେଶ ଉଚ୍ଚ କୋଟିର ବୋଲି କହିଛନ୍ତି ପ୍ରଶିକ୍ଷଣ ନେଉଥିବା ଫୁଟବଲ ଖେଳାଳି । ୟୁନୁସଙ୍କ କହିବାନୁସାରେ ଯଦି ସବୁ ଅବସର ପ୍ରାପ୍ତ କ୍ରୀଡ଼ାବିତ କ୍ରୀଡାର ବିକାଶ ଦିଗରେ ଇଚ୍ଛା ପ୍ରକାଶ କରିବେ ତେବେ ନିଶ୍ଚୟ ଓଡିଶା ଆଗାମୀ ଦିନରେ ସବୁ କ୍ରୀଡାରେ ଏକନମ୍ବର ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.