ETV Bharat / sports

ଆର ପାରିରେ ପୂର୍ବତନ ଭାରତୀୟ ଫୁଟବଲର ଅଶୋକ ଚାଟାର୍ଜୀ

author img

By

Published : Feb 23, 2020, 1:36 AM IST

Updated : Feb 23, 2020, 1:51 AM IST

ଦେଶ ପାଇଁ 30ଟି ମ୍ୟାଚରେ 10ଟି ଗୋଲ୍‌ ଦେଇଥିଲେ ଭାରତର ପୂର୍ବତନ ଫୁଟବଲର ଅଶୋକ ଚାଟାର୍ଜୀ । ତାଙ୍କର ନିଧନରେ ଭାରତୀୟ ଫୁଟବଲ ମହାସଂଘ ଶୋକ ବ୍ୟକ୍ତ କରିଛି ।

footballer ashok chatterjee
ଆରପାରିରେ ପୂର୍ବତନ ଭାରତୀୟ ଫୁଟବଲର ଅଶୋକ ଚାଟର୍ଜୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଫୁଟବଲର ଅଶୋକ ଚାଟାର୍ଜୀଙ୍କ ନିଧନ । ଅନ୍ତିମ ନିଶ୍ବାସ ନେବା ସମୟରେ ତାଙ୍କୁ 78ବର୍ଷ ହୋଇଥିଲା ।

footballer ashok chatterjee
ଫଟୋ ସୌଜନ୍ୟ:@IndianFootball

ଅଶୋକ ଚାଟାର୍ଜୀ ସିନିୟର ଟିମରେ 30ଟି ମ୍ୟାଚ ଖେଳିଥିଲେ । 1965ରେ ସେ ଜାପାନ ବିପକ୍ଷରେ ମର୍ଡେକା କପ୍‌ରେ ଡେବ୍ୟୁ ମ୍ୟାଚ ଖେଳିଥିଲେ । 1965 ଓ 1966ରେ ମର୍ଡେକା କପ୍‌ରେ ଦେଶ ପାଇଁ କାଂସ୍ୟ ପଦକ ହାସଲ କରିଥିଲେ । ସେ ଭାରତ ପାଇଁ 10ଟି ଗୋଲ୍‌ ଦେଇଛନ୍ତି ।

ତେବେ ତାଙ୍କ ନିଧନରେ ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ଅଶୋକ ଚାଟାର୍ଜୀଙ୍କ ନିଧନ ଖବର ଶୁଣି ବହୁତ ଦୁଃଖିତ । ଭାରତୀୟ ଫୁଟବଲରେ ତାଙ୍କର ଯୋଗଦାନକୁ କେବେ ବି ଭୁଲି ହେବ ନାହିଁ ।

2019ରେ ଫୁଟବଲର ଅଶୋକ ଚାଟାର୍ଜୀ ମୋହନ ବାଗନ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

Last Updated : Feb 23, 2020, 1:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.