ତାଜିକିସ୍ତାନ: ଭାରତର FIFA ବିଶ୍ବକପ୍ ଯୋଗ୍ୟତା ଆଶା ଉଜ୍ଜୀବିତ ରହିଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ଭାରତ 1-1ଗୋଲ ସହ ଡ୍ର ରେ ଶେଷ କରିଛି। ଏହି ମ୍ୟାଚରେ ଏକ ନିଶ୍ଚିନ୍ତ ପରାଜୟରୁ ବର୍ତ୍ତିଯାଇଛି ଭାରତୀୟ ଫୁଟବଲ ଦଳ।
ମ୍ୟାଚ ଆରମ୍ଭରୁ ଆଫଗାନ ଦଳ ଭାରତ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା । ପ୍ରଥମ ଗୋଲ କରି 1-0ରେ ଆଗୁଆ ରହିଥିଲା । ବିଶ୍ବ ଫୁଟବଲ ମାନ୍ୟତାର 149 ସ୍ଥାନରେ ଥିବା ଆଫଗାନିସ୍ତାନ 106 ନଂ ସ୍ଥାନର ଥିବା ଭାରତକୁ କଡା ଟକ୍କର ଦେଇଥିଲା । ତେବେ ଭାରତୀୟ ଖେଳାଳି ପ୍ରିତମ କୋଟାଲ ଆହତ ହେବା ପରେ, ବଦଳ ଖେଳାଳି ଭାବେ ସେମିନଲେନ ଦୌଙ୍ଗେଲ ଗୋଲ କରି ଭାରତର ପରାଜୟକୁ ରୋକିଥିଲେ ।
ଭାରତୀୟ ଦଳ ଏଯାବତ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ବିଜୟ ଶୂନ୍ୟ ରହିଛି । 4ଟି ମ୍ୟାଚରୁ 3 ପଏଣ୍ଟସହ ଗ୍ରୁପ E ର 4ର୍ଥ ସ୍ଥାନରେ ରହିଛି ଭାରତ । ତେବେ ଆଫଗାନିସ୍ତାନ 4 ପଏଣ୍ଟ ସହ 3ୟ ସ୍ଥାନରେ ରହିଛି ।