ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ ସ୍ଥଗିତ । ନଭେମ୍ବର2ରୁ 21 ପର୍ଯ୍ୟନ୍ତ ଦେଶର 5ଟି ଭେନ୍ୟୁରେ ଏହି ମେଗା ଇଭେଣ୍ଟ ଖେଳାଯିବା ନେଇ ମ୍ୟାଚସୂଚୀ ରହିଥିଲା ।
20 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ 2020କୁ ମଧ୍ୟ ସ୍ଥଗିତ ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ-ସେପ୍ଟେମ୍ବର ମଧ୍ୟରେ ଖେଳାଯିବାର ଥିଲା । ତେବେ ଶନିବାର ବିଶ୍ବ ଫୁଟବଲର ପରିଚାଳନା କମିଟି ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ରହିଥିବାରୁ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ଘୋଷଣା କରିଛି ।
ଏଥିସହିତ ବିଶ୍ବ ଫୁଟବଲର ପରିଚାଳନା କମିଟି କୋରାନା ଭାଇରସକୁ ଦୃଷ୍ଟିରେ ରଖି ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇଛି । ଫିଫା ପକ୍ଷରୁ ଏକ ପରିଚାଳନା କମିଟି ବ୍ୟୁରୋ ଗଠନ କରାଯାଇଛି । ଯାହା କୋରୋନା ଭାଇରସକୁ ନେଇ ଫୁଟବଲ ସମ୍ବନ୍ଧୀୟ ଘୋଷଣାନାମା ଜାରି କରିବ । ତେବେ 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ ଓ 20 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ 2020ର ନୂଆ ତାରିଖ ଘୋଷଣା ଶିଘ୍ର ହେବ ବୋଲି ଫିଫା ପକ୍ଷରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ