ଲାଉସେନ: ମହାମାରୀ କୋରୋନା ଭାଇରସ ଯୋଗୁଁ ଘୁଞ୍ଚିଲା FIFA ଶ୍ରେଷ୍ଠ ସମ୍ମାନ ପୁରସ୍କାର ବିରତଣ ଉତ୍ସବ । ମିଲନରେ ସେପ୍ଟେମ୍ବର 21 ରେ ଏହି କାର୍ଯ୍ୟକ୍ରମ ହେବାନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ମାତ୍ର ଏହାକୁ ବିଶ୍ବ ଫୁଟବଲ ପରିଚାଳନା କମିଟି ସ୍ଥଗିତ ଘୋଷଣା କରିଛି ।
ଏହି କାର୍ଯ୍ୟକ୍ରମର ପରିବର୍ତ୍ତିତ ତାରିଖ ନେଇ କୌଣସି ଘୋଷଣା ହୋଇନାହିଁ । ତେବେ ବିକଳ୍ପ ନେଇ ଚର୍ଚ୍ଚା ଜାରି ରହିଥିବା FIFAର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।
ଲିଓନେଲ ମେସି ଶ୍ରେଷ୍ଠ ପୁରୁଷ ଓ ମେଗାନ ରାପିନୋଏ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ଗତବର୍ଷ ସମ୍ମାନିତ ହୋଇଥିଲେ । ବର୍ଷ 2019 ବେଲୋନ ଡି'ଅର ସମ୍ମାନ ମଧ୍ୟ ଗ୍ରହଣ କରିଥିଲେ ।