ETV Bharat / sports

କୋରୋନା କବଳରେ ଇଟାଲୀ: ହସ୍ପିଟାଲକୁ ଫୁଟବଲ କ୍ଳବର ଆର୍ଥିକ ସହଯୋଗ

author img

By

Published : Mar 21, 2020, 4:57 PM IST

ଇଟାଲୀରେ ଅଧିକ ସଂଖ୍ୟକ କୋରୋନା ସଂକ୍ରମିତ ରୋଗୀ ଯୋଗୁଁ ଦେଶରେ ଭେଣ୍ଟିଲେଟର ଓ ବେଡର ଅଭାବ ପଡୁଛି । ଫଳରେ ଅଧିକ ଭେଣ୍ଟିଲେଟର ଓ ବେଡ୍‌ ପାଇଁ ଦେଶର ଫୁଟବଲ କ୍ଳବ ରୋମା ।

COVID-19 outbreak
କୋରୋନା କବଳରେ ଇଟାଲି: ହସ୍ପିଟାଲକୁ ଫୁଟବଲ କ୍ଳବର ଆର୍ଥିକ ସହଯୋଗ

ରୋମ: ମହାମାରୀ କୋରୋନା କବଳରେ କଲବଲ ଇଟାଲୀ । ଚୀନରୁ ଆରମ୍ଭ ହୋଇ ବିଶ୍ବର 185 ଦେଶକୁ ବ୍ୟାପିଲାଣି କୋରୋନା ଭାଇରସ(COVID-19) । ତେବେ ମୃତ୍ୟୁ ସଂଖ୍ୟାରେ ଚାଇନାକୁ ଟପିଗଲାଣି ଇଟାଲୀ ।

ଅଧିକ ସଂଖ୍ୟକ ରୋଗୀଙ୍କ ଯୋଗୁଁ ଦେଶରେ ଭେଣ୍ଟିଲେଟର ଅଭାବ ପଡୁଛି । ଫଳରେ ସହଯୋଗର ହାତ ବଢାଇଛି ଦେଶର ଫୁଟବଲ କ୍ଳବ ରୋମା । ହସ୍ପିଟାଲରେ ଅଧିକ ଭେଣ୍ଟିଲେଟର ଓ ଅଧିକ ସଂଖ୍ୟକ ବେଡ ପାଇଁ ଆର୍ଥିକ ସାହାଯ୍ୟ ଯୋଗାଉଛି ଏହି କ୍ଳବ । ଖେଳାଳି ମାନେ ମଧ୍ୟ ନିଜ ନିଜ ମଧ୍ୟରେ ଅର୍ଥ ସଂଗ୍ରହ କରିବାରେ ଲାଗିଛନ୍ତି ।

ଇଟାଲୀରେ ପ୍ରାୟ 47,000ରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ଅଛନ୍ତି । ସେଥିମଧ୍ୟରୁ 4,032 ଜଣଙ୍କର ମୃତ୍ୟୁ ହୋଇସାରିଛି । 5,129 ଜଣ ସୁସ୍ଥ ହୋଇ ଫେରିଥିବାବେଳେ, 37,860 ଜଣ ଏବେବି ପଜିଟିଭ ରହିଛନ୍ତି । ତେବେ 2,655 ଜଣଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.