ଲିଡସ: କୋରୋନା ଭାଇରସ ସଂକ୍ରମଣର ଭୟ ମଧ୍ୟରେ ଇଂଲିସ ପ୍ରିମିୟର ଲିଗ କ୍ଳବ ଆର୍ସେନାଲର ଖେଳାଳି ଅଭ୍ୟାସ ଆରମ୍ଭ କରିବାକୁ ଯାଉଛନ୍ତି । ଲଣ୍ଡନର କଲୋନି ଟ୍ରେନିଂ ଗ୍ରାଉଣ୍ଡରେ ଆସନ୍ତ ସପ୍ତାହରୁ ଅଭ୍ୟାସ ଆରମ୍ଭ କରିବ ଏହି ଫୁଟବଲ ଟିମ ।
ତେବେ ଏହି ଅଭ୍ୟାସ ସେସନ ବେଳେ ସାମାଜିକ ଦୂରତ୍ବକୁ ଖେଳାଳିମାନେ ବଜାୟ ରଖିବେ । ସୀମିତ ସ୍ଥାନକୁ ବ୍ୟବହାର କରିବାକୁ ଅନୁମତି ମିଳିଛି । ଏନେଇ କ୍ଳବର ପ୍ରବକ୍ତା ସୂଚନା ଦେଇଛନ୍ତି । ଏହି ସୂଚନା ପରେ କ୍ରୀଡା ଜଗତ ଧୀରେ ଧୀରେ କୋରୋନା କବଳରୁ ମୁକ୍ତ ହେଉଥିବା ଚର୍ଚ୍ଚା ହେଉଛି ।