ETV Bharat / sports

ବିଶ୍ବର ଟପ ସ୍କୋରର ହେଲେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ - ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ

ଫୁଟବଲ ଇତିହାସରେ ସବୁଠାରୁ ଅଧିକ ଗୋଲ ଦେଇଥିବା ରେକର୍ଡ ଅଧିକାରୀ ହେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ। ଇଟାଲିୟନ ସୁପର କପ ଟୁର୍ଣ୍ଣାମେଣ୍ଟରେ ନାପୋଲି ଦଳକୁ ପରାସ୍ତ କରିବା ପରେ ସେ ଏହି କିର୍ତ୍ତିମାନ ହାସଲ କରିଛନ୍ତି। ଅଧିକ ପଢ଼ନ୍ତୁ...

christano ronaldo became the top scorer in football history
ବିଶ୍ବର ଟପ ସ୍କୋରର ହେଲେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ
author img

By

Published : Jan 21, 2021, 6:21 PM IST

ରୋମ:ଫୁଟବଲ ଇତିହାସରେ ଟପ୍ ସ୍କୋରର ହେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ। ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର ତଥା ଜୁବେଣ୍ଟସ ତାରକା ରୋନାଲ୍ଡୋ ଏଯାବତ ସବୁଠାରୁ ଅଧିକ ଗୋଲ ସ୍କୋର କରିଛନ୍ତି। ଇଟାଲିୟନ ସୁପର କପ ଟୁର୍ଣ୍ଣାମେଣ୍ଟରେ ନାପୋଲି ଦଳକୁ ରୋନାଲ୍ଡଙ୍କ ଜୁବେଣ୍ଟସ ଟିମ 2-0 ଗୋଲରେ ପରାସ୍ତ କରିଛି। ଲଗାତାର 9 ଥର ଇଟାଲିୟନ ସୁପର କପରେ ବିଜୟ ହାସଲ କରିଛି ଜୁବେଣ୍ଟସ।

ଏହି ମ୍ୟାଚରେ ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ମଧ୍ୟ ଗୋଟିଏ ଗୋଲ ଦେଇଥିଲେ। ଏହା ତାଙ୍କ କ୍ୟାରିୟର 760 ନମ୍ବର ଗୋଲ ଥିଲା। ଏହାସହ ସେ ବିଶ୍ବରେ ସବୁଠାରୁ ଅଧିକ ଗୋଲ ଦେଇଥିବା ଫୁଟବଲର ହୋଇ ପାରିଛନ୍ତି। ପୂର୍ବରୁ ଏହି ରେକର୍ଡ ଜୋସେଫ ବିକାନଙ୍କ ନାମରେ ରହିଥିଲେ। ବିକାନ ନିଜ କ୍ୟାରିୟରରେ 759ଟି ଗୋଲ ଦେଇଛନ୍ତି।

760ଟି ଗୋଲ ମଧ୍ୟରୁ ସ୍ପେନର ଫୁଟବଲ କ୍ଲବ ରିୟଲ ମାଦ୍ରିଦ ପାଇଁ ରୋନାଲ୍ଡୋ ସର୍ବାଧିକ 311ଟି ଗୋଲ କରିଛନ୍ତି। ଏହାଛଡ଼ା ମାଞ୍ଚେଷ୍ଟର ୟୁନାଇଟେଡ ପାଇଁ 84ଟି ସ୍ପୋଟିଂ ସିପି ପାଇଁ ତିନୋଟି ଓ ଜୁବେଣ୍ଟସ ପାଇଁ 67ଟି ଗୋଲ ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ପର୍ତ୍ତୁଗାଲ ପାଇଁ ରୋନାଲ୍ଡୋ 170ଟି ମ୍ୟାଚ ଖେଳି 102ଟି ଗୋଲ ଦେଇଛନ୍ତି। ସେ ପର୍ତ୍ତୁଗାଲ ପାଇଁ 15 ବର୍ଷୀୟ ଦଳ, 17ବର୍ଷୀୟ ଦଳ, 20ବର୍ଷୀୟ ଦଳ, 21 ବର୍ଷୀୟ ଦଳ ଓ 23 ବର୍ଷୀୟ ଦଳ ପାଇଁ ଖେଳିଛନ୍ତି। ରୋନାଲ୍ଡଙ୍କ ନେତୃତ୍ବରେ ଜୁବେଣ୍ଟସ ଚତୁର୍ଥ ଥର ଟାଇଟଲ ଜିତିଛନ୍ତି।

ଇଟାଲିୟନ ସୁପର କପରେ ବିଜୟୀ ହେବାପରେ ଖୁସି ଜାହିର କରି ରୋନାଲ୍ଡୋ କହିଛନ୍ତି ଯେ, "ଇଟାଲୀରେ ନିଜର ଚତୁର୍ଥ ବିଜୟକୁ ନେଇ ମୁଁ ବହୁତ ଖୁସି। ମୁଁ ଜୁବେଣ୍ଟସକୁ ଭଲ ପାଏ ଓ ଚାହୁଁଛି କି ଏହି ଦଳ ସବୁବେଳେ ଏମିତି ବିଜୟ ହାସଲ କରୁଥାଉ।"

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.