ETV Bharat / sports

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫୁଟବଲ ବିଶ୍ବକପ 2022ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । FIFA ବିଶ୍ବକପ 2022ର ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ-E ମ୍ୟାଚ ଭାରତ ଓ ଏସିଆନ ଚମ୍ପିଆନ କ୍ବାତାର ମଧ୍ୟରେ ଖେଳାଯିବ।

author img

By

Published : Feb 22, 2020, 4:43 AM IST

FIFA World Cup qualifier
କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ବର: ବିଶ୍ବ କ୍ରୀଡାରେ ଏକ ବଡ ସମ୍ମାନର ଅଧିକାରୀ ହେବାକୁ ଯାଉଛି ଓଡିଶା। ପୁଣି ଏକ ସମ୍ମାନ ଜନକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟର ମ୍ୟାଚ ଆୟୋଜନ କରିବ ଓଡିଶା। କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫୁଟବଲ ବିଶ୍ବକପ 2022ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । FIFA ବିଶ୍ବକପ 2022ର ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ-E ମ୍ୟାଚ ଭାରତ ଓ ଏସିଆନ ଚମ୍ପିଆନ କ୍ବାତାର ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ମାର୍ଚ୍ଚ 26ରେ ଖେଳାଯିବା ନେଇ ସୂଚୀ ପ୍ରକାଶ ପାଇଛି। ଏ ନେଇ ସର୍ବଭାରତୀୟ ଫୁଟବଲ ଫେଡେରେସନ ପକ୍ଷରୁ ଘୋଷଣା କରାଯାଇଛି।

FIFA World Cup qualifier
କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ

ଦେଶର ପ୍ରମୁଖ କ୍ରୀଡାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଓଡିଶା ଦେଶରେ ନିଆରା ସ୍ଥାନ କରିଚାଲିଛି। ଏକାଧିକ ଅନ୍ତର୍ଜାତୀୟ ଓ ଜାତୀୟ ଟୁର୍ଣ୍ଣାମେଣ୍ଟର ସଫଳତାର ଆୟୋଜନ କରି ଭାରତ ପାଇଁ ଗୌରବର ବିଷୟ ପାଲଟିଛି । ହକି ଟେବୁଲଟେନିସ ଭଳି ଫୁଟବଲକୁ ମଧ୍ୟ ଓଡିଶା ସରକାରଙ୍କ କ୍ରୀଡାବିଭାଗ ନିଆରା ଢଙ୍ଗରେ ସଭିଙ୍ଗ ପ୍ରିୟ କରାଇପାରିଛି। ଫଳରେ କଳିଙ୍ଗ ଷ୍ଟାଡିୟମକୁ ଫୁଟବଲର ନୂଆ ଭେନ୍ୟୁ ଭାବେ ଗ୍ରହଣ କରାଯାଇଥିବା ସ୍ପଷ୍ଟ କରିଛନ୍ତି AIFF ସାଧାରଣ ସମ୍ପାଦକ କୌଶଲ ଦାସ। କଳିଙ୍ଗ ଷ୍ଟାଡିୟମ ସହ କୋଲକାତା, କୋଚି, ବେଙ୍ଗାଲୁରୁ, ଅହମ୍ମଦାବାଦରେ ମଧ୍ୟ ମ୍ୟାଚ ଖେଳାଯିବ।

FIFA World Cup qualifier
AIFF ସାଧାରଣ ସମ୍ପାଦକ କୌଶଲ ଦାସ

ତେବେ ସବୁଠୁ ଖୁସି ତଥା ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଭାରତୀୟ ଫୁଟବଲ ଜାତୀୟ ଦଳର କୋଚ ଇଗୋର ଷ୍ଟିମାକ ଭାରତ କଳିଙ୍ଗ ଷ୍ଟାଡିୟମରେ ଖେଳୁ ବୋଲି ଚାହାଁନ୍ତି। ଚଳିତ ଇଣ୍ଡିଆନ ସୁପର ଲିଗରେ ଡେବ୍ୟୁ କରିଥିବା ଓଡିଶା ଏଫସି ଟିମର ଘରୋଇ ଗ୍ରାଉଣ୍ଡ ରହିଛି କଳିଙ୍ଗ ଷ୍ଟାଡିୟମ। କଳିଙ୍ଗ ଷ୍ଟାଡିମୟରେ ଓଡିଶା ଏଫସିର ବିଜୟ ରେକର୍ଡ ଦମଦାର ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.