ETV Bharat / sports

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଆୟୋଜନ କରିବେ 2023 ଫିଫା ମହିଳା ବିଶ୍ବକପ - ନ୍ୟୁଜିଲ୍ୟାଣ୍ଡ ଫୁଟବଲ

ଫୁଟବଲ ଫେଡେରେଶନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଫୁଟବଲ ଦ୍ବାରା ଆୟୋଜିତ ହେବ 2013 ମହିଳା ଫିଫା ବିଶ୍ବକପ । ଅଧିକ ପଢ଼ନ୍ତୁ...

Australia & New Zealand to host 2023 FIFA Women's WC, Australia,  New Zealand, ଫୁଟବଲ ଫେଡେରେଶନ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଫୁଟବଲ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଆୟୋଜନ କରିବେ 2023 ଫିଫା ମହିଳା ବିଶ୍ବକପ
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଆୟୋଜନ କରିବେ 2023 ଫିଫା ମହିଳା ବିଶ୍ବକପ
author img

By

Published : Jun 26, 2020, 1:48 AM IST

ସିଡନି: ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ 2023 ଫିଫା ମହିଳା ବିଶ୍ବକପ ଆୟୋଜନ କରିବେ ବୋଲି ଫୁଟବଲ ୱାର୍ଲ୍ଡ ଗଭର୍ଣ୍ଣିଂ ବଡି ଫିଫା ଗୁରୁବାର ଘୋଷଣା କରିଛି।

ଫିଫା କହିଛି ଯେ ପ୍ରଥମ ବାଲେଟରେ ଫିଫା କାଉନସିଲ ସଦସ୍ୟଙ୍କ ଦ୍ବାରା ଦିଆଯାଇଥିବା 35ଟି ବୈଧ ଭୋଟ ମଧ୍ୟରୁ 22ଟି ଫୁଟବଲ ଫେଡେରେଶନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଫୁଟବଲ ଦ୍ବାରା ଦାଖଲ ହୋଇଥିବା ମିଳିତ ବିଡକୁ ମିଳିଛି । କଲମ୍ବିଆ ଫୁଟବଲ ଆସୋସିଏସନ 13ଟି ଭୋଟ୍ ପାଇଛି।

NZF ଅଧ୍ୟକ୍ଷ ଜୋହାନ୍ନା ଉଡ କହିଛନ୍ତି ଯେ, ‘‘ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ କେବଳ ଫିଫା ମହିଳା ବିଶ୍ବକପ ଆୟୋଜନ କରିବେ ନାହିଁ ଯାହା ସର୍ବ ବୃହତ ଟୁର୍ଣ୍ଣାମେଣ୍ଟ ଅଟେ, ବରଂ ଏସିଆ-ପ୍ରଶାନ୍ତ ମହାସାଗରୀୟ ଦଶ ତଥା ବିଶ୍ବବ୍ୟାପୀ ମହିଳା ଫୁଟବଲର ବିକାଶ ନିଶ୍ଚିତ ହେବାରେ ଏକ ଉଦାହରଣ ହେବ।’’

‘‘ଆମର ଦୁଇ ଦେଶ ଏକ ଅଭୂତପୂର୍ବ, ଐତିହାସିକ ବିଡ୍ ପ୍ରଦାନ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଆମକୁ ଏହି ସୁଯୋଗ ଦେଇଥିବାରୁ ମୁଁ ଫିଫା ଏବଂ ପୁରା ଫୁଟବଲ୍ ପରିବାରକୁ ଧନ୍ୟବାଦ ଜଣାଉଛି। ଫିଫା ମହିଳା ବିଶ୍ବକପ 2023 ଆମ ସମସ୍ତଙ୍କୁ ଆମର ପ୍ରିୟ ଫୁଟବଲ ଉତ୍ସବରେ ଏକାଠି କରିବ,’’ ବୋଲି ସେ କହିଛନ୍ତି ।

ଫିଫା ମହିଳା ବିଶ୍ବକପ 2023 ପ୍ରଥମ ଦଳ ହେବ ଯେଉଁଥିରେ 32ଟି ଦଳ ଅଂଶଗ୍ରହଣ କରିବେ ଏବଂ ଏହା ମଧ୍ୟ ଦୁଇଟି କନଫେଡେରେସନ୍ (ଏସୀୟ ଫୁଟବଲ୍ କନଫେଡେରେସନ୍ ଏବଂ ଓସେନିଆ ଫୁଟବଲ୍ କନଫେଡେରେସନ୍) ରେ ଆୟୋଜିତ ହେବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.