ETV Bharat / sports

ISL-7: ଉଦ୍‌ଘାଟନୀ ମ୍ୟାଚକୁ ହାତେଇଲା ଏଟିକେ ମୋହନ ବାଗାନ

author img

By

Published : Nov 21, 2020, 8:37 AM IST

ଆଇଏସଏଲର ସପ୍ତମ ସଂସ୍କରଣର ପ୍ରଥମ ମ୍ୟାଚ ବେଶ୍‌ ରୋମାଞ୍ଚକର ରହିଥିଲା । ତେବେ ଏଟିକେ ମୋହନ ବାଗାନ ବିଜୟରୁ ସିଜନର ଯାତ୍ରା ଆରମ୍ଭ କରିଛି । ସିଜନର ପ୍ରଥମ ଗୋଲ୍‌ ଦେଇଛନ୍ତି ରୟ କ୍ରିଷ୍ଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ISL-7:  ଉଦ୍‌ଘାଟନୀ ମ୍ୟାଚକୁ ହାତେଇଲା ଏଟିକେ ମୋହନ ବାଗାନ
ISL-7: ଉଦ୍‌ଘାଟନୀ ମ୍ୟାଚକୁ ହାତେଇଲା ଏଟିକେ ମୋହନ ବାଗାନ

ପାଣାଜି: କୋରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇଯାଇଛି ଆଇଏସଏଲର ସପ୍ତମ ସଂସ୍କରଣ । ଗତକାଲି (ଶୁକ୍ରବାର) ଉଦ୍‌ଘାଟନୀ ମ୍ୟାଚ ଜିଏମ୍‌ସି ଆଥ୍‌ଲେଟିକ ଷ୍ଟାଡିୟମ ବାମ୍ବୋଲିନ୍‌ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିଲା । ତେବେ ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଏଟିକେ ମୋହନ ବାଗାନ ଏଫ୍‌ସି ଓ କେରଳ ବ୍ଲାଷ୍ଟର୍ସ ଏଫସି । ତେବେ ଏହି ଉଦ୍‌ଘାଟନୀ ମ୍ୟାଚ ବେଶ୍‌ ରୋମାଞ୍ଚକର ରହିଥିଲା ।

ଫଟୋ ସୌଜନ୍ୟ: ଟ୍ବିଟର@IndSuperLeague

ଏଟିକେର ରୟ କ୍ରିଷ୍ଣା 67'ମିନିଟ୍‌ରେ ବିପକ୍ଷ ଗୋଲପୋଷ୍ଟରେ ଗୋଲ୍‌ ଦେଇ ସ୍କୋରକୁ 1-0ରେ ଆଣିଥିଲେ । ତେବେ ଅନ୍ତିମ ସମୟ ଯାଏଁ କେରଳ ବ୍ଲାଷ୍ଟର୍ସ ଗୋଲକୁ ବରାବର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁଯୋଗ ପାଇନଥିଲା । ଫଳରେ ଚଳିତ ସିଜନର ପ୍ରଥମ ମୁକାବିଲା ନିଜ ନାଁରେ କରିବାରେ ସକ୍ଷମ ହୋଇଛି ଏଟିକେ ମୋହନ ବାଗାନ ।

ପ୍ରଥମ ବିଜୟ ପରେ ଏଟିକେ 3ପଏଣ୍ଟ ହାସଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.