ETV Bharat / sports

ଚାମ୍ପିଅନ୍ସ ଲିଗରେ ସାଜବୁର୍ଗକୁ 3-2 ଗୋଲରେ ମାତ ଦେଲା ଆଟଲେଟିକ ମାଦ୍ରିଦ

author img

By

Published : Oct 28, 2020, 8:08 PM IST

ଚାମ୍ପିଅନ୍ସ ଲିଗର ଏକ ରୋମାଞ୍ଚକର ମ୍ୟାଚରେ ଆରବି ସାଜବୁର୍ଗକୁ ମାତ ଦେଲା ଆଟଲେଟିକ ମାଦ୍ରିଦ। 85 ତମ ମିନିଟରେ ଆଟେଲେଟିକ ମାଦ୍ରିଦର ଷ୍ଟ୍ରାଇକର ଜାଓ ଫେଲିକ୍ସ ଗୋଲ ଦେଇଥିଲେ। ଅଧିକ ପଢ଼ନ୍ତୁ...

ଚାମ୍ପିୟନ୍ସ ଲିଗରେ ସାଜବୁର୍ଗକୁ 3-2 ଗୋଲରେ ମାତ ଦେଲା ଆଟଲେଟିକ ମାଦ୍ରିଦ

ମାଦ୍ରିଦ: ଚାମ୍ପିଅନ୍ସ ଲିଗର ଏକ ରୋମାଞ୍ଚକର ମ୍ୟାଚରେ ଆରବି ସାଜବୁର୍ଗକୁ 3-2 ଗୋଲରେ ମାତ ଦେଲା ଆଟଲେଟିକ ମାଦ୍ରିଦ। ମ୍ୟାଚର 85 ତମ ମିନିଟରେ ଆଟେଲେଟିକ ମାଦ୍ରିଦର ଷ୍ଟ୍ରାଇକର ଜାଓ ଫେଲିକ୍ସ ନିଜର ଦ୍ବିତୀୟ ଗୋଲ ଦେଇଥିଲେ। ଏହାପରେ ମ୍ୟାଚ ହାତେବାକୁ ଆଟଲେଟିକକୁ ସହଜ ହୋଇଯାଇଥିଲା। ମାର୍କସ ଲୋର୍ନେଟ ମଧ୍ୟ ଆଟେଲେଟିକ ମାଦ୍ରିଦ ପାଇଁ ଏକ ଗୋଲ କରିଥିଲେ।

ୱାଣ୍ଡା ମେଟ୍ରୋପଲିଟାନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦ୍ବିତୀୟାର୍ଦ୍ଧ ଆଟଲେଟିକ ମାଦ୍ରିଦ ଦୁଇଟି ଗୋଲ ଦେଇଥିଲା। ଫଳରେ ମ୍ୟାଚକୁ ଆଉ ଫେରି ପାରିନଥିଲା ଆରବି ସାଜବୁର୍ଗ। ମ୍ୟାଚର ପ୍ରଥମାର୍ଦ୍ଧରେ ଡୋମିନିକ୍ ସଜୋବୋସ୍ଲାଇ ଏବଂ ମର୍ଜିମ୍ ବେରିଶା ଆରବି ସାଜବୁର୍ଗ ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ବିରତିର କିଛି ସମୟ ପରେ ମର୍ଜିମ୍ ବେରିଶା ଗୋଟିଏ ଗୋଲ ଦେଇ ଆରବି ସାଜବୁର୍ଗକୁ ମ୍ୟାଚରେ ଆଗୁଆ ରଖିଥିଲେ। ତେବେ ଶେଷ ବେଳକୁ ଆରବି ସାଜବୁର୍ଗ ହାତରୁ ମ୍ୟାଚ ଛଡ଼ାଇ ନେଇଥିଲା ଆଟେଲେଟିକ ମାଦ୍ରିଦ।

ଚାମ୍ପିଆନ୍ସ ଲିଗର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଆନ ବାଏର୍ନ ମ୍ୟୁନିକ ଠାରୁ 4-0 ଗୋଲରେ ହାରିଥିଲା ଆଟେଲେଟିକ ମାଦ୍ରିଦ। ଫଳରେ ଗ୍ରୁପ-ଏରେ ଶେଷ ସ୍ଥାନରେ ରହିଥିଲା ଆଟେଲେଟିକ ମାଦ୍ରିଦ। ବର୍ତ୍ତମାନ ବାଏର୍ନ ମ୍ୟୁନିକ ଗ୍ରୁପ-ଏରେ ଶୀର୍ଷ ସ୍ଥାନରେ ରହିଛି। ଉରୁଗୁଏର ଷ୍ଟ୍ରାଇକର ଲୁଇସ ସୁଆରେଜ ପର୍ତ୍ତୁଗାଲର ଯୁବ ଫରୱାର୍ଡ ଫେଲିକ୍ସ ଅପଫ୍ରଣ୍ଟ ଥିବା ସତ୍ତ୍ବେ ଦଳକୁ ଗୋଲ ଦେବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ସଂଘର୍ଷ କରିବାକୁ ପଡ଼ିଥିଲା।

ଖେଳ ଆରମ୍ଭରୁ ସାଜବର୍ଗ ଆଟାକିଂ ଖେଳ ଖେଳିଥିଲା। ତେବେ ଆଟଲେଟିକ ମାଦ୍ରିଦ ପ୍ରତ୍ୟେକ ଆଟାକ ଜବାବ ଦେବାକୁ ପଛାଇ ନଥିଲା। ତେବେ ନଭେମ୍ବର ମାସରେ ପୁଣି ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଲୋକୋମୋଟିଭ୍ ମସ୍କୋରେ ଏହି ମ୍ୟାଚ ଖେଳାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.