ETV Bharat / sports

ହାଇଦ୍ରାବାଦ ଏଫସି ଛାଡିଲେ କୋଚ ଆଲବର୍ଟ ରୋକା

ହାଇଦ୍ରାବାଦ ଏଫସିର ମୁଖ୍ୟ କୋଚ ପଦରୁ ଆଲବର୍ଟ ରୋକାଙ୍କ ଇସ୍ତଫା ।

Albert Roca quits Hyderabad FC, joins Barcelona as fitness coach
ହାଇଦ୍ରାବାଦ ଏଫସି ଛାଡିଲେ କୋଚ ଆଲବର୍ଟ ରୋକା
author img

By

Published : Aug 29, 2020, 11:00 PM IST

ହାଇଦ୍ରାବାଦ: ହାଇଦ୍ରାବାଦ ଏଫସିର ମୁଖ୍ୟ କୋଚ ପଦରୁ ଆଲବର୍ଟ ରୋକାଙ୍କ ଇସ୍ତଫା । ଏନେଇ କ୍ଳବ ପକ୍ଷରୁ ଶନିବାର ଘୋଷଣା କରାଯାଇଛି । ଆଲବର୍ଟ ସ୍ପାନିସ କ୍ଳବ ବାର୍ସେଲୋନାର ଫିଟନେସ କୋଚ ଭାବେ ଯୋଗ ଦେଇଥିବା ଜଣାପଡିଛି । ବାର୍କା ମ୍ୟାନେଜର ରୋନାଲ୍ଡ କୋଏମାନ ଆଲବର୍ଟଙ୍କୁ ଫିଟନେସ କୋଚ ଭାବେ ଅଫର ଦେଇଥିଲେ ।

Albert Roca quits Hyderabad FC, joins Barcelona as fitness coach
ହାଇଦ୍ରାବାଦ ଏଫସି ଛାଡିଲେ କୋଚ ଆଲବର୍ଟ ରୋକା

ବର୍ଷ 2003ରୁ 2008 ମଧ୍ୟରେ ଆଲବର୍ଟ ବାର୍ସୋଲୋନା କ୍ଳବର ସଦସ୍ୟ ରହିଛନ୍ତି । ଚଳିତ ବର୍ଷ ଜୁନ ମାସରେ ଦୁଇବର୍ଷ ପାଇଁ ହାଇଦ୍ରାବାଦ ଏଫସି ସହ ଚୁକ୍ତି କରିଥିଲେ ।

ହାଇଦ୍ରାବାଦ ସହ ସଂପର୍କ ଛିନ୍ନ କରିବା ନେଇ କ୍ଳବକୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି ଆଲବର୍ଟ । ଏହା ଏକ କଠିନ ନିଷ୍ପତି ବୋଲି ସେ କହିଛନ୍ତି । ବର୍ଷ 2016ରୁ ଆଲବର୍ଟ ଭାରତରେ ରହି ବେଙ୍ଗାଲୁରୁ ଏଫସିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ସମୟରେ ବେଙ୍ଗାଲୁରୁ ଏଫସି ପ୍ରଥମ ଭାରତୀୟ ଟିମ ଭାବେ AFC କପ ଫାଇନାଲରେ ପ୍ରବେଶ କରିଥିଲା । ପରେ ଫେଡେରେସନ କପର 2016-17 ସଂସ୍କରଣର ବିଜେତା ସହ, ସମାନ ବର୍ଷ ଇଣ୍ଡିଆନ ସୁପର ଲିଗ ଫାଇନାଲରେ ପହଞ୍ଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.