ETV Bharat / sports

ଭାରତୀୟ ଫୁଟବଲ କିମ୍ବଦନ୍ତୀ ଫ୍ରାନକୋଙ୍କ ଦେହାନ୍ତରେ AFC ମୁଖ୍ୟଙ୍କ ଶୋକ - ଫ୍ରାନକୋଙ୍କ ପରଲୋକ

ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଟିମର ସଦସ୍ୟ ଫର୍ଚୁନାଟୋ ଫ୍ରାନକୋଙ୍କ ଦେହାନ୍ତ ସୋମବାର ହୋଇଥିଲା । ମତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ...

AFC chief Shaikh Salman condoles death of former India footballer Franco
ଭାରତୀୟ ଫୁଟବଲ କିମ୍ବଦନ୍ତୀ ଫ୍ରାନକୋଙ୍କ ଦେହାନ୍ତରେ AFC ମୁଖ୍ୟଙ୍କ ଶୋକ
author img

By

Published : May 11, 2021, 4:59 PM IST

ନୂଆଦିଲ୍ଲୀ: ଏସିଆନ ଫୁଟବଲ ମହାସଂଘ(ଏଏଫ୍‌ସି) ସଭାପତି ଶୈଖ ସଲମନ ଅଲ ଖାଲିଫା, 1962 ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଟିମର ସଦସ୍ୟ ଫର୍ଚୁନାଟୋ ଫ୍ରାନକୋଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି ।

ସୋମବାର ଫ୍ରାନକୋଙ୍କ ପରଲୋକ ହୋଇଥିଲା । ମତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା ।

ଫ୍ରାନକୋ ଅନ୍ୟତମ ଭାରତୀୟ ଶ୍ରେଷ୍ଠ ମିଡଫିଲ୍ଡର ଥିଲେ ଓ ବର୍ଷ 1960ରୁ 1964 ମଧ୍ୟରେ ଭାରତୀୟ ସ୍ବର୍ଣ୍ଣିମ ଫୁଟବଲ ପିଢିର ପ୍ରମୁଖ ସଦସ୍ୟ ଥିଲେ ।

ଏଏଫସି ଓ ଏସିଆନ ଫୁଟବଲ ପରିବାର ପକ୍ଷରୁ ସର୍ବଭାରତୀୟ ଫୁଟବଲ ମହାସଂଘ ପ୍ରଫୁଲ୍ଲ ପଟେଲଙ୍କୁ ଏକ ଚିଠି ଲେଖି ସଭାପତି ଶୈଖ ସଲମନ ଅଲ ଖାଲିଫା ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଫ୍ରାନକୋ 1960 ରୋମ ଅଲମ୍ପିକ୍ସ ଖେଳିଥିବା ଭାରତୀୟ ସ୍କ୍ବାଡର ସଦସ୍ୟ ଥିଲେ ମାତ୍ର ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇନଥିଲେ । ତେବେ 1992 ଜାକର୍ତ୍ତା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଟିମ୍‌ର ସଦସ୍ୟ ଥିଲେ ।

ଭାରତକୁ ସେ 1964 ଏସିଆନ କପ ସମେତ 26ଟି ମୁକାବିଲାରେ ପ୍ରତିନିଧିତ୍ବ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.