କଟକ: ସିଲଭର ସିଟି ସୂତାହାଟର ସର୍ବପୁରାତନ ଇଣ୍ଡିପେଣ୍ଡେଣ୍ଟ କ୍ଲବ ପକ୍ଷରୁ ଆୟୋଜନ ହୋଇଛି ସୂତାହାଟ ଫୁଟବଲ୍ ଲିଗ୍। ଏହି ଏକ ଦିବସୀୟ ଦିବାରାତ୍ରି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଷ୍ଟୁଆର୍ଟ ସାଇନ୍ସ କଲେଜ୍ ପଡ଼ିଆରେ ଆୟୋଜନ କରାଯାଇଛି। ଏଥିରେ ସ୍ଥାନୀୟ ଅଞ୍ଚଳର ମୋଟ 8 ଟି ଫୁଟବଲ ଦଳ ଭାଗ ନେଇଛନ୍ତି। ତୃଣମୂଳ ସ୍ତରରୁ ଫୁଟବଲ୍ ଖେଳାଳି ତିଆରି କରିବା ହେଉଛି ଏହି ଟୁର୍ଣ୍ଣାମେଣ୍ଟର ମୂଳ ଲକ୍ଷ୍ୟ।
ପୂର୍ବରୁ ଓଡ଼ିଶା ଫୁଟବଲ୍ ଦଳକୁ ଏହି କ୍ଲବ ଅନେକ ତାରକା ଖେଳାଳି ଦେଇଛି। ଏହି ପ୍ରତିଯୋଗିତା ମଧ୍ୟମରେ ଓଡ଼ିଶାକୁ ଆହୁରି ଦକ୍ଷ ଖେଳାଳୀ ଦେବକୁ ପ୍ରୟାସ ଜାରି ରହିଥିବା ନେଇ କ୍ଲବ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ପଡ଼ିଆରୁ ଖେଳି ବହୁ ଖେଳାଳି ଚାକିରୀ ପାଇବାରେ ସମର୍ଥ ହୋଇଛନ୍ତି। ରାଜ୍ୟରେ ଫୁଟବଲ ପ୍ରତି ଉତ୍ସାହ କମିବାରେ ଲାଗିଛି। ଏହାପୂର୍ବରୁ ଏକ ଟୁର୍ଣ୍ଣାମେଣ୍ଟ ହୋଇଥିଲା। ବର୍ତ୍ତମାନ ପୁନଃ ଏକ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଇଛି। ଆଗକୁ ମଧ୍ୟ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବା ଓ ଭଲ ଫୁଟବଲ ଖେଳାଳି ସନ୍ଧାନ କରାଯିବ ବୋଲି କୋଷାଧ୍ୟକ୍ଷ ଶେଖ୍ ମୁସ୍ତାକିମ କହିଛନ୍ତି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ