ହାଇଦ୍ରାବାଦ: ଆଗାମୀ 2020 U-17 ମହିଳା ଫିଫା ବିଶ୍ବକପର ଆୟୋଜନ କରିବ ଭାରତ । ଏନେଇ ଏଯାଏଁ 3ଟି ଭେନ୍ୟୁକୁ ଗ୍ରୀନ ସିଙ୍ଗନାଲ୍ ମିଳିସାରିଛି । ସେହି 3ଟି ଭେନ୍ୟୁ ମଧ୍ୟରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମର ନାଁ ରହିଛି । ଏଥିସହ କୋଲକତା ସଲ୍ଟ ଲେକ ଷ୍ଟାଡିୟମ ଓ ଗୌହାଟୀର ଇନ୍ଦିରା ଗାନ୍ଧୀ ଆଥଲେଟିକ୍ ଷ୍ଟାଡିୟମକୁ ଚୂଡାନ୍ତ କରାଯାଇଛି ।
ତେବେ ଅଫିସିଆଲ ରିପୋର୍ଟ ମୁତାବକ ଆଉ ଗୋଟିଏ ଭେନ୍ୟୁ ଏଯାଏଁ ଚୂଡାନ୍ତ ହୋଇ ନାହିଁ ।
ସୂଚନାମୁତାବକ, ଫିଫା ଟୁର୍ଣ୍ଣାମେଣ୍ଟ ନଭେମ୍ବର 2ତାରିଖକୁ ଆରମ୍ଭ ହୋଇ 21ତାରିଖ ଯାଏଁ ଚାଲିବ ।