ETV Bharat / sports

ପୂର୍ବତନ ଫୁଟବଲ ଖେଳାଳି ସାହିବ ହାକିମଙ୍କ ପରଲୋକ

author img

By

Published : Aug 22, 2021, 12:46 PM IST

ରୋମ ଅଲିମ୍ପିୟାନ ତଥା ପୂର୍ବତନ ଫୁଟବଲ ଖେଳାଳି ସାହିବ ହାକିମଙ୍କ ପରଲୋକ । ୮୨ ବର୍ଷ ବୟସରେ ଆଜି(ରବିବାର) ଗୁଲବର୍ଗର ଏକ ଘରୋଇ ଡାକ୍ତରଖାନାରେ ସାହିବ ହାକିମଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ...

ପୂର୍ବତନ ଫୁଟବଲ ଖେଳାଳି ସାହିବ ହାକିମଙ୍କ ପରଲୋକ
ପୂର୍ବତନ ଫୁଟବଲ ଖେଳାଳି ସାହିବ ହାକିମଙ୍କ ପରଲୋକ

ନୂଆଦିଲ୍ଲୀ: ରୋମ ଅଲିମ୍ପିୟାନ ତଥା ପୂର୍ବତନ ଫୁଟବଲ ଖେଳାଳି ସାହିବ ହାକିମଙ୍କ ପରଲୋକ । ୮୨ ବର୍ଷ ବୟସରେ ଆଜି(ରବିବାର) ଗୁଲବର୍ଗର ଏକ ଘରୋଇ ଡାକ୍ତରଖାନାରେ ସାହିବ ହାକିମଙ୍କର ଦେହାନ୍ତ ହୋଇଛି । ଏନେଇ ଅଲ ଇଣ୍ଡିଆ ଫୁଟବଲ ଫେଡରେସନ ପକ୍ଷରୁ(AIFF) ଶୋକ ପ୍ରକାଶ କରାଯାଇଛି ।

ହାକିମ ସାବ ଭାବରେ ସେ ବେଶ ଜଣାଶୁଣା । ୧୯୬୦ ଅଲମ୍ପିକ୍ସରେ ଭାରତୀୟ ଦଳର ଅଂଶ ଥିଲେ ସାହିବ । ଫିଫା ଅନ୍ତର୍ଜାତୀୟ ରେଫରି ସହିଚ ଦୋହା ଠାରେ ଏଏଫସି ଏସିଆନ୍ କପ୍ 1988 ରେ ଅନେକ ମ୍ୟାଚ୍ ତଦାରଖ କରିଛନ୍ତି । ସେ 1960ରେ ଟ୍ରିୟୁମ୍ପାଣ୍ଟ ସର୍ଭିସ ସନ୍ତୋଷ ଦଳର ଅଂଶ ଥିଲେ । 1960-66 ମଧ୍ୟରେ ସେ ଦଳର ଅଂଶ ଥିଲେ ।

କ୍ଲବ ସ୍ତରରେ ସେ ସିଟି କଲେଜ ଓଲ୍ଡ ବଏଜ(ହାଇଦ୍ରବାଦ) ଏବଂ ଭାରତୀୟ ବାୟୁସେନା ପାଇଁ ଖେଳିଥିଲେ । ଭାରତୀୟ ଜାତୀୟ ଦଳର ପୂର୍ବତନ ସହକାରୀ ପ୍ରଶିକ୍ଷକ ଥିଲେ । ସେ 1998-99 ମସିହାରେ ମହିନ୍ଦ୍ରାଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଏବଂ 1998 ରେ ଡୁରାଣ୍ଡ କପ୍ ଜିତିବା ପାଇଁ ସେମାନଙ୍କୁ ତାଲିମ ଦେଇଥିଲେ ।

ଫୁଟବଲ ପ୍ରତି ତାଙ୍କ ଅବଦାନ ପାଇଁ ତାଙ୍କୁ 2017ରେ ଧାନ ଚାନ୍ଦ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କ ବିୟୋଗ ଖବର ମୋତେ ମର୍ମାହତ କରିଛି ବୋଲି କହିଛନ୍ତି AIFF ସଭାପତି ପ୍ରଫୁଲ୍ଲ ପଟେଲ । ସେ ଭାରତୀୟ ଫୁଟବଲର ସୁବର୍ଣ୍ଣ ପିଢୀର ସଦସ୍ୟ ଥିଲେ, ଯିଏ ଦେଶରେ ଖେଳକୁ ଲୋକପ୍ରିୟ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତୀୟ ଫୁଟବଲ ତାଙ୍କର ଅବଦାନ କଦାପି ଭୁଲିପାରିବ ନାହିଁ ବୋଲି କହିଛନ୍ତି AIFF ସଭାପତି ।

ତାଙ୍କ ଅବଦାନ ସର୍ବଦା ଆମ ଭିତରେ ବଞ୍ଚିକି ରହିବ । ସେ ଜଣେ ଫୁଟବଲ କିମ୍ବଦନ୍ତୀ ଥିଲେ ଯିଏକି ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା କହିଛନ୍ତି AIFF ସାଧାରଣ ସମ୍ପାଦନ କୁଶାଲ ଦାସ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.