ETV Bharat / sports

ଭାରତ ଜିମ୍ବାୱେ ପ୍ରଥମ ODI, ଭାରତ ସାମ୍ନାରେ ଟାର୍ଗେଟ ୧୯୦ ରନ୍‌

author img

By

Published : Aug 18, 2022, 4:25 PM IST

ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ ଭାରତ ସାମ୍ନାରେ ୧୯୦ ରନ୍‌ ଟାର୍ଗେଟ ରଖିଛି ଜିମ୍ବାୱେ Zimbabwe set a target of 190 runs । ୪୦.୧ ଓଭରରେ ଜିମ୍ବାୱେ ଅଲ୍‌ଆଉଟ୍‌ ହୋଇଛି । ଅଧିକ ପଢ଼ନ୍ତୁ

ଭାରତ ଜିମ୍ବୱେ ପ୍ରଥମ ODI, ଭାରତ ସାମ୍ନାରେ ୧୯୦ ରନ୍‌ ଟାର୍ଗେଟ

ନୂଆଦିଲ୍ଲୀ: ଭାରତ ଓ ଜିମ୍ବାୱେ ମଧ୍ୟରେ ଆରମ୍ଭ ହୋଇଛି ୩ଟିକିଆ ଦିନିକିଆ ସିରିଜ୍‌ । ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂକରି ଭାରତ ସାମ୍ନାରେ ୧୯୦ ରନ୍‌ ଟାର୍ଗେଟ ରଖିଛି ଜିମ୍ବାୱେ(Zimbabwe set a target of 190 runs ) । ଆଜିର ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଛି ।

Innings Break!

Clinical bowling effort from #TeamIndia as Zimbabwe are all out for 189 in 40.3 overs.

Scorecard - https://t.co/P3fZPWilGM #ZIMvIND pic.twitter.com/UmV6JjFjwT

— BCCI (@BCCI) August 18, 2022

ଜିମ୍ବାୱେ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକୀୟ ପାଳି ଖେଳି ପାରିନାହାନ୍ତି । ଦଳ ପକ୍ଷରୁ ଅଧିନାୟକ ରେଗିସ ଚାକାୱା ୩୫ ରନ୍‌ କରିଛନ୍ତି । ତାଙ୍କ ପଛକୁ ବ୍ରାଡ ଇଭାନ୍ସ ୩୩ ଓ ରିଚାର୍ଡ ଗାରାଭା ୩୪ ରନ୍‌ କରିଛନ୍ତି । ଆଉ କୌଣସି ବ୍ୟାଟର ପିଚ୍‌ରେ ଅଧିକ ସମୟ ବିତାଇ ପାରିନାହାନ୍ତି । ୪୦.୧ ଓଭରରେ ଜିମ୍ବାୱେ ଅଲ୍‌ଆଉଟ୍‌ ହୋଇଛି ।

ସେପଟେ ଭାରତ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଛି । ଫାଷ୍ଟ ବୋଲର ଦୀପକ ଚହର ନିଜ କମ୍‌ବ୍ୟାକ୍‌ ମ୍ୟାଚ୍‌ରେ ଦମଦାର୍‌ ପ୍ରଦର୍ଶନ କରିଛନ୍ତ । ସେ ୩.୯ ହାରରେ ରନ୍‌ ଖର୍ଚ୍ଚ କରି ୩ ୱିକେଟ ଅକ୍ତିଆର କରିଛନ୍ତି । ସେହିଭଳି ପ୍ରସିଦ୍ଧ କ୍ରୀଷ୍ଣା ଓ ଅକ୍ଷର ପଟେଲ ମଧ୍ୟ ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଫାଷ୍ଟ ବୋଲର ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଛନ୍ତି ।

ନୂଆଦିଲ୍ଲୀ: ଭାରତ ଓ ଜିମ୍ବାୱେ ମଧ୍ୟରେ ଆରମ୍ଭ ହୋଇଛି ୩ଟିକିଆ ଦିନିକିଆ ସିରିଜ୍‌ । ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂକରି ଭାରତ ସାମ୍ନାରେ ୧୯୦ ରନ୍‌ ଟାର୍ଗେଟ ରଖିଛି ଜିମ୍ବାୱେ(Zimbabwe set a target of 190 runs ) । ଆଜିର ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଛି ।

ଜିମ୍ବାୱେ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକୀୟ ପାଳି ଖେଳି ପାରିନାହାନ୍ତି । ଦଳ ପକ୍ଷରୁ ଅଧିନାୟକ ରେଗିସ ଚାକାୱା ୩୫ ରନ୍‌ କରିଛନ୍ତି । ତାଙ୍କ ପଛକୁ ବ୍ରାଡ ଇଭାନ୍ସ ୩୩ ଓ ରିଚାର୍ଡ ଗାରାଭା ୩୪ ରନ୍‌ କରିଛନ୍ତି । ଆଉ କୌଣସି ବ୍ୟାଟର ପିଚ୍‌ରେ ଅଧିକ ସମୟ ବିତାଇ ପାରିନାହାନ୍ତି । ୪୦.୧ ଓଭରରେ ଜିମ୍ବାୱେ ଅଲ୍‌ଆଉଟ୍‌ ହୋଇଛି ।

ସେପଟେ ଭାରତ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଛି । ଫାଷ୍ଟ ବୋଲର ଦୀପକ ଚହର ନିଜ କମ୍‌ବ୍ୟାକ୍‌ ମ୍ୟାଚ୍‌ରେ ଦମଦାର୍‌ ପ୍ରଦର୍ଶନ କରିଛନ୍ତ । ସେ ୩.୯ ହାରରେ ରନ୍‌ ଖର୍ଚ୍ଚ କରି ୩ ୱିକେଟ ଅକ୍ତିଆର କରିଛନ୍ତି । ସେହିଭଳି ପ୍ରସିଦ୍ଧ କ୍ରୀଷ୍ଣା ଓ ଅକ୍ଷର ପଟେଲ ମଧ୍ୟ ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଫାଷ୍ଟ ବୋଲର ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.