ETV Bharat / sports

ଟିମ ଇଣ୍ଡିଆ ହାତ ପାହାନ୍ତାରୁ ଖସିଗଲା ବିଶ୍ବକପ ଟ୍ରଫି: ଭାଙ୍ଗିଥିଲା ସ୍ୱପ୍ନ, କାନ୍ଦିଥିଲା ଦେଶ

author img

By ETV Bharat Odisha Team

Published : Dec 22, 2023, 10:13 AM IST

Updated : Dec 22, 2023, 10:52 AM IST

World Cup 2023: ବିଶ୍ବକପ୍‌ ଫାଇନାଲରେ ହାରିଗଲା ଭାରତ । ଆଇସିସି ଟ୍ରଫି ହାତେଇବାର 10 ବର୍ଷର ସ୍ବପ୍ନ ହୋଇଥିଲା ଚୁରମାର । ବିଶ୍ବକପ୍‌ରେ ଭାରତୀୟ ଖେଳାଳି ରେକର୍ଡ ପରେ ରେକର୍ଡ କରିଥିଲେ ମଧ୍ୟ ଟ୍ରଫି ହାତେଇବାରେ ଫାଇନାଲରେ ବିଫଳ ହୋଇଖଥିଲା ରୋହିତ ବାହିନୀ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ବାସ ଆଉ କେଇଟା ଦିନ ବାକି ... ସରିଯିବ ବର୍ଷ 2023 । ବର୍ଷ ସିନା ସରିଯିବ କିନ୍ତୁ ଯାଉ ଯାଉ ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କୁ ଯେଉଁ ଜଖମ ଦେଇ ଯାଉଛି ସେଥିରୁ ଓହରିବାକୁ ବୋଧ ହୁଏ ବର୍ଷ ବର୍ଷ ସମୟ ଲାଗିଯିବ । ଆଜ୍ଞା ହଁ, ଆମେ ମନେ ପକାଇ ଦେଉଛୁ ବିଶ୍ବକପ 2023ର ଫାଇନାଲ୍‌ ମ୍ୟାଚ୍‌ ପରିଣତି । ଭୁଲି ହେଉନି ସେ ଦିନ, ସେ ମୁହୁର୍ତ୍ତ । ଭାଙ୍ଗିଥିଲା କୋଟି କୋଟି ଭାରତୀୟଙ୍କ ସ୍ବପ୍ନ । ଭାରତୀୟ ଟିମଠାରୁ ବିଶ୍ବକପ ଛଡାଇ ନେଇଥିଲା କଙ୍ଗାରୁ ଟିମ ।

ଟିମ ଇଣ୍ଡିଆର ସବୁ ହୋମଓ୍ବାର୍କ୍‌ ଠିକ କରି ମଧ୍ୟ ଫାଇନାଲ ପରୀକ୍ଷାରେ ଫେଲ୍‌ ମାରିଥିଲା । ମାତ୍ର ଗୋଟିଏ ମ୍ୟାଚ୍‌ରେ ହିଁ ଭାରତର ଖୁସୀ ଦୁଃଖରେ ପରିଣତ ହୋଇଥିଲା । 10 ବର୍ଷ ପରେ ମେନ୍‌ ଇନ୍‌ ବ୍ଲୁ'ର ଆଇସିସି ଟ୍ରଫି ହାତେଇବାର ସ୍ବପ୍ନ ଚୁରମାର ହୋଇଯାଇଥିଲା । ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପି ଉଠୁଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମ ପୁରା ସ୍ତବ୍ଧ ହୋଇଯାଇଥିଲା । ନିରାଶ ହୋଇଥିଲେ ଖେଳାଳି ଓ କ୍ରିକେଟ ପ୍ରେମୀ । ଛଳ ଛଳ ଆଖିରେ ଡ୍ରେସିଂ ରୁମକୁ ଫେରିଥିଲେ ଭାରତୀୟ କ୍ରିକେଟର । କ୍ରିକେଟ ପ୍ରେମିଙ୍କୁ ମଧ୍ୟ ବେଶ ଆଘାତ ଦେଇଥିଲା ବିଶ୍ବକପ ଫାଇନାଲ ମୁକାବିଲା ।

ଚଳିତ ଥର ଭାରତରେ ବିଶ୍ବକପର ଆଯୋଜନ କରାଯାଇଥିଲା । ଅକ୍ଟୋବର 5 ତାରିଖରେ ଆରମ୍ଭ ହୋଇଥିଲା ମ୍ୟାଚ । ଆୟୋଜକ ହୋଇ ବିଶ୍ବକପ ଟ୍ରଫି ହାତେଇବାକୁ ମଧ୍ୟ ସ୍ବପ୍ନ ଦେଖିଥିଲା ଭାରତ । ଏଥିପାଇଁ ପୁରା ଟିମକୁ ପ୍ରସ୍ତୁତ କରାଯାଇଥିଲା । ବ୍ୟାଟିଂ ଓ ବୋଲିଂ ବିଭାଗରେ ଟିମ ଇଣ୍ଡିଆ ଏକଦମ ପରଫେକ୍ଟ ଥିଲା । ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ବିରାଟ କୋହଲି, ଶ୍ରେୟସ ଆୟର, ମହମ୍ମଦ ଶାମୀ ଓ ଯଶପ୍ରୀତ ବୁମରା ସମସ୍ତଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା । ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲା ମେନ ଇନ୍‌ ବ୍ଲୁ ଟିମ୍‌ । ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ସହ ଖେଳି ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିଲା । ଏହାପରେ ଭାରତର ବିଜୟ ଧାରାରେ କେହିବି ବ୍ରେକ ଲଗାଇ ପାରିନଥିଲେ । ଲିଗ୍‌ ମ୍ୟାଚ୍‌ ପରେ ସେମିଫାଇନାଲରେ ବିଜୟ ହୋଇ ଫାଇନାଲରେ ପହଞ୍ଚିଥିଲା । ପ୍ରତିଟି ଭାରତୀୟଙ୍କ ମନରେ ଥିବା ଏଥର ବିଶ୍ବକପ ଭାରତର । କିନ୍ତୁ ଶେଷ ମ୍ୟାଚରେ ହିଁ ସବୁକିଛି ଓଲଟପାଲଟ ହୋଇଯାଇଥିଲା ।

ହିଟ୍‌ମ୍ୟାନ୍‌ଙ୍କ ଆଗ୍ରେସିଭ ଆରମ୍ଭ: ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ବିଶ୍ବକପ୍‌ ଖେଳିଥିଲା ଭାରତ । ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଅଧିନାୟକତ୍ବକୁ ବେଶ ପ୍ରଶଂସା କରାଯାଇଥିଲା । ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା ରୋହିତଙ୍କ ବ୍ୟାଟିଂ । ପ୍ରତି ମ୍ୟାଚ୍‌ରେ ପ୍ରଥମ 10 ଓଭର ବିସ୍ଫୋରକ ବ୍ୟାଟିଂ କରୁଥିଲେ ରୋହିତ । ଯାହା ଦଳୀୟ ସ୍କୋରକୁ ଆଗକୁ ନେବା ସହ ମିଡିଲ ଅର୍ଡରରେ ବ୍ୟାଟିଂ କରୁଥିବା ବ୍ୟାଟରଙ୍କୁ ଚାପମୁକ୍ତ କରୁଥିଲା । ପ୍ରଥମ ଦଶ ଓଭରରେ ସର୍ବାଧିକ ରନ ସଂଗ୍ରହ କରିବାରେ ରୋହିତ ପ୍ରଥମ । ତାଙ୍କର ଷ୍ଟ୍ରାଇକ ରେଟ 135.2 ରହିଥିଲା । ଯାହା ଆଉ କୌଣସି ଦଳର ଓପନର କରିପାରି ନଥିଲେ । ସେହିପରି ବିଶ୍ବକପର ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତଙ୍କ ନାମରେ ରହିଥିଲା । ସେହିପରି ପୁରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍‌ ହାସଲ କରିବାର ଦ୍ବିତୀୟ ସ୍ଥାନରେ ରହିଥିଲେ ରୋହିତ । ରୋହିତ 11ଟି ମ୍ୟାଚ୍‌ ଖେଳି ଗୋଟିଏ ଶତକ ଓ 3ଟି ଅର୍ଦ୍ଧଶତକ ହାସଲ କରିଥିଲେ । ବିଶ୍ବକପରେ ସେ 597 ରନ କରିଥିଲେ । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ବ୍ୟାଟର ରନ କରିବାରେ ବିଫଳ ହୋଇଥିଲେ । ଏହି ସମୟରେ ରୋହିତ ଶର୍ମା ଚାପରେ ରହିଥିଲେ ମଧ୍ୟ 101 ବଲରେ 87 ରନ କରି ଦଳକୁ ବିଜୟୀ କରାଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ସଞ୍ଜୁ ସାମନଙ୍କ ଲଢୁଆ ଶତକ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ହାତେଇଲା ଭାରତ

ମିଡିଲ ଅର୍ଡରର ମେରୁଦଣ୍ଡ ସାଜିଥିଲେ କୋହଲି: ବିଶ୍ବକପରେ ବିରାଟ କୋହଲି ଟିମ୍‌ ଇଣ୍ଡିଆର ମିଡିଲ ଅର୍ଡରର ମେରୁଦଣ୍ଡ ସାଜିଥିଲେ । ଏଥି ସହ ଦଳକୁ ପ୍ରତି ମ୍ୟାଚରେ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ବିସ୍ଫୋରକ ବ୍ୟାଟିଂରେ ବିପକ୍ଷ ଦଳ ପାଇଁ ସେ ଘାତକ ସାବ୍ୟସ୍ତ ହୋଇଥିଲେ । ରନ୍‌ ମେସିନଙ୍କ ରନ ବର୍ଷା ହୋଇଥିଲା ବିଶ୍ବକପରେ । ଦଳକୁ ତାଙ୍କର ରନ ବିଜୟ ମୁହଁରେ ପହଞ୍ଚାଇବାକୁ ବଳ ଯୋଗାଉଥିଲା । ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳରେ ପ୍ରମୁଖ ଭୂମିକାରେ ରହିଥିଲେ କୋହଲି । ଯେପର୍ଯ୍ୟନ୍ତ କୋହଲି ପିଚରେ ରହିଛନ୍ତି ସେପର୍ଯ୍ୟନ୍ତ ଭାରତର ବିଜୟ ସୁନିଶ୍ଚିନ୍ତ ରହୁଥିଲା । ଲିଗ ମ୍ୟାଚରୁ ନେଇ ଫାଇନାଲ ଯାଏ ଦଳକୁ ବିଜୟ କରିବାକୁ ପ୍ରତି ମ୍ୟାଚରେ ସେ ବିସ୍ଫୋରକ ବ୍ୟାଟିଂ କରୁଥିଲେ । ମୋଟ 11ଟି ଇନିଂସ ଖେଳି ସେ 765 ରନ ସଂଗ୍ରହ କରି ବିଶ୍ବକପର ସର୍ବାଧିକ ରନ ହାସଲକାରି ହୋଇଥିଲେ କୋହଲି । ତିନୋଟି ଶତକ ସହ 6ଟି ଅର୍ଦ୍ଧଶତକ କରିଥିଲେ ବିରାଟ ।

ବିଶ୍ବକପ ସ୍କ୍ୱାଡ୍‌ରେ ସାମିଲ ହେବା ପରେ ସମାଲୋଚନାର ଶିକାର ହୋଇଥିଲେ ରାହୁଲ-ଆୟର: ଆହତ ହେବା କାରଣରୁ ଦୀର୍ଘ ସମୟ ଧରି କ୍ରିକେଟରୁ ଦୂରରେ ରହିଥିଲେ ଏହି ଦୁଇ ପ୍ଲେୟାର । କିନ୍ତୁ ଚୟନ କର୍ତ୍ତା ଟିମ ଉଭୟଙ୍କୁ ଉପରେ ଭରସା କରି ବିଶ୍ବକପ ସ୍କ୍ୱାଡ୍‌ରେ ସାମିଲ କରିଥିଲା । ଯାହା ଫଳରେ ପରବର୍ତ୍ତୀ ସମୟରେ ସମାଲୋଚନାର ଶିକାର ହୋଇଥିଲେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । କିନ୍ତୁ ବିଶ୍ବକପରେ ଏହି ଦୁଇ ଖେଳାଳିଙ୍କ ପ୍ରଦର୍ଶନ ସମାଲୋଚନକାରୀଙ୍କୁ ଚୁପ୍‌ କରାଇଦେଇଥିଲା । ମିଡଲ ଅର୍ଡରରେ ରହି ଅନେକ ଥର ପାଳି ସମ୍ଭାଳିଥିଲେ ରାହୁଲ ଓ ଆୟର । ଆହତରୁ ସୁସ୍ଥ ହୋଇ ଫେରିବା ପରେ ବିଶ୍ବକପରେ ଫର୍ମକୁ ଫେରି ସମାଲୋଚନକାରୀଙ୍କୁ ଚୁପ କରାଇଦେଇଥିଲେ । ଶ୍ରେୟସ ଆୟର ବିଶ୍ବକପରେ ସବୁଠାରୁ ଲମ୍ବା ଛକା ମାରିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ପାଣ୍ଡ୍ୟା ବାଦ ପଡିବା ପରେ ଆରମ୍ଭ ହୋଇଥିଲା ଶାମୀଙ୍କ ଶୋ' : ବିଶ୍ବକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଦଳକୁ ଝଟକା ଲାଗିଥିଲା । ବୋଲିଂ କରୁଥିବା ସମୟରେ ଆହତ ହୋଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହାପରେ ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ । ତାଙ୍କର ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇବା ଭୟ ରହିଥିଲା । ପରବର୍ତ୍ତି ମ୍ୟାଚରେ ଭାରତୀୟ ଦଳର ଏକାଦଶରେ ପରିବର୍ତ୍ତନ ହୋଇଥିଲା । ଦଳକୁ ଏଣ୍ଟ୍ରି କରିଥିଲେ ମହମ୍ମଦ ଶାମୀ । ଯାହା ଆଶା ରଖି ଶାମୀଙ୍କୁ ଏକାଦଶରେ ସାମିଲ କରାଯାଇଥିଲା ତାହା ଠାରୁ ଅଧିକ କରି ଦେଖାଇଥିଲେ ସେ । ପ୍ରଥମ ମ୍ୟାଚରୁ ହିଁ ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ଶାମୀ । ପ୍ରତି ମ୍ୟାଚରେ ବିପକ୍ଷ ଦଳଙ୍କ ପାଇଁ ଭୟ ସୃଷ୍ଟି କରୁଥିଲା ଶାମୀଙ୍କ ଘାତକ ବୋଲିଂ । ଶାମୀଙ୍କ ବଲରେ ସଟ ଖେଳିବା ଯେମିତି ବିପକ୍ଷ ଦଳର ବ୍ୟାଟର ପାଇଁ କଷ୍ଟ ଦାୟକ ହୋଇପଡିଥିଲା । ବିଶ୍ବକପରେ ମୋଟ 7ଟି ଇନିଂସ ଖେଳି 24ଟି ଓ୍ବିକେଟ୍‌ ନେଇଥିଲେ ସେ । ବିଶ୍ବକପ୍‌ରେ ସର୍ବାଧିକ ଓ୍ବିକେଟ ହାସଲକାରୀ ତାଲିକାରେ ଶୀର୍ଷ ସ୍ଥାନରେ ରହିଥିଲେ ଶାମି ।

ଫାଇନାଲ ମ୍ୟାଚରେ ଭାଙ୍ଗିଥିଲା 10 ବର୍ଷର ସ୍ବପ୍ନ: ନଭେମ୍ବର 19ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିଲା ଫାଇନାଲ ମ୍ୟାଚ୍‌ । ଆରମ୍ଭରୁ ଅପରାଜୟ ରହିଥିବା ଭାରତ ଫାଇନାଲରେ ବିଜୟ ମୁକୁଟ ପିନ୍ଧବ ବୋଲି ଏକ ପ୍ରକାର ଯେମିତି ସ୍ଥିର ହୋଇଯାଇଥିଲା । କିନ୍ତୁ ଶେଷ ମ୍ୟାଚ୍‌ରେ କାମ ଦେଇନଥିଲା ରୋହିତଙ୍କ ରଣନୀତି । ବୋଲି ଓ ବ୍ୟାଟିଂରେ କମାଲ ଧମାଲ କରୁଥିବା ମେନ ଇନ୍‌ ବ୍ଲୁ ଅନ୍ତିମ ମ୍ୟାଚରେ ଧିମେଇ ଯାଇଥିଲା । ପ୍ରଥମେ ବ୍ୟାଟିଂ ପାଇଁ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇଥିଲା । ମ୍ୟାଚରେ କୋହଲି, ରୋହିତ ଓ ରାହୁଲଙ୍କ ଛଡା ଅନ୍ୟ କେହି ବ୍ୟାଟର ସଫଳ ହୋଇନଥିଲେ । ଶୁବମନ, ଶ୍ରେୟାସ ଆୟର, ଜାଡେଜା, ସୂର୍ଯ୍ୟକୁମାର ଯାଦବ ଚାପରେ ରହି ଖେଳିପାରିନଥିଲେ । ଫଳରେ 240ରେ ଅଟକିଥିଲା ଭାରତ । ଆଶା ଥିଲା ବୋଲର ଦଳକୁ ବିଜୟୀ ମୁହାଁ କରିବେ କିନ୍ତୁ ତାହାବି ଫେଲ ମାରିଥିଲା । ଶେଷରେ କଙ୍ଗାରୁ ଦଳ ବିଜୟ ରନ ଲକ୍ଷ୍ୟ ହାସଲ କରି ଆଇସିସି ଟ୍ରଫି ଭାରତ ଠାରୁ ଟ୍ରଫି ଛଡ଼ାଇ ନେଇଥିଲା । ଫଳରେ 100 ବର୍ଷ ପରେ ଭାରତ ଆଇସିସି ଟ୍ରଫି ହାତେଇବାର ସ୍ବପ୍ନ ଚୁରମାର ହୋଇଯାଇଥିଲା ।

ଏହା ବି ପଢ଼ନ୍ତୁ ଉପଲବ୍ଧିର ବର୍ଷ 2023: ସ୍ବପ୍ନରେ ଡେଣା ଲଗାଇଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ଏହା ବି ପଢ଼ନ୍ତୁ କାମ ଦେଲାନି ବିଗ୍ ବଜେଟ୍ କି ନେମଫେମ୍, ୨୦୨୩ରେ ସୁପର ଫ୍ଲପ୍ ହେଲା ଏହି ଫିଲ୍ମ

Last Updated : Dec 22, 2023, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.