ETV Bharat / sports

Ind vs WI: ଅର୍ଦ୍ଧଶତକ ହାସଲ ପରେ ରୋହିତ୍‌-ଋଷଭ କ୍ଲବ୍‌ରେ ଜୟସ୍ବାଲ

author img

By

Published : Aug 13, 2023, 8:31 PM IST

ୱେଷ୍ଟ୍‌ଇଣ୍ଡିଜ ବିପକ୍ଷ ଚତୁର୍ଥ ମ୍ୟାଚ୍‌ରେ ଭାରତୀୟ ଓପନର ଯଶସ୍ବୀ ଜୟସ୍ବାଲ ଅର୍ଦ୍ଧଶତକ ହାସଲ କରି ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି । ଏହି ସଫଳତା ହାସଲ କରିବାରେ ସେ ଚତୁର୍ଥ ସର୍ବକନିଷ୍ଠ ବ୍ୟାଟର ହୋଇଛନ୍ତି । ଅଧିକ ପଢ଼ନ୍ତୁ

ରୋହିତ୍‌-ଋଷଭ କ୍ଲବ୍‌ରେ ଜୟସ୍ବାଲ
ରୋହିତ୍‌-ଋଷଭ କ୍ଲବ୍‌ରେ ଜୟସ୍ବାଲ

ଫ୍ଲୋରିଡା: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ କ୍ରମାଗତ ୨ଟି ମ୍ୟାଚ୍‌ ଜିତି ଟି୨୦ ଶୃଙ୍ଖଳା ଆଶା ଉଦ୍‌ଜୀବିତ ରଖିଛି । ଶନିବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌ରେ ଉଭୟ ପ୍ରାରମ୍ଭିକ ବ୍ୟାଟର ଶୁଭମନ ଗିଲ ଓ ଯଶସ୍ବୀ ଜୟସ୍ବାଲ୍‌ ଚମତ୍କାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇଥିଲେ । ତେବେ ଏହି ମ୍ୟାଚ୍‌ରେ ଜୟସ୍ବାଲ ଅପରାଜିତ ୮୪ ରନ୍‌ କରିଥିଲେ । ଏହି ଇନିଂସ ଆଧାରରେ ସେ ଏକ ବିଶେଷ କୀର୍ତ୍ତିମାନ ମଧ୍ୟ ରଚିଥିଲେ । ରୋହିତ ଶର୍ମା ଏବଂ ଋଷଭ ପନ୍ତଙ୍କ ଭଳି ତାରକା ଖେଳାଳିଙ୍କ ନାଁ ଥିବା ସ୍ବତନ୍ତ୍ର ତାଲିକାରେ ଜୟସ୍ବାଲ୍‌ ସ୍ଥାନ ପାଇଛନ୍ତି । ଅନ୍ତର୍ଜାତୀୟ ଟି-୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ଭାରତ ପାଇଁ ଜୟସ୍ବାଲ ଚତୁର୍ଥ ସର୍ବକନିଷ୍ଠ ବ୍ୟାଟର ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...India vs West Indies 4th T20: ଚତୁର୍ଥ ମ୍ୟାଚରେ ଗିଲ ଓ ଜୈସ୍ବାଲଙ୍କ ବିସ୍ଫୋରକ ବ୍ୟାଟିଂ, ଘରୋଇ ଦଳ ଚିତ୍‌ପଟାଙ୍ଗ୍‌

ଶନିବାର ସିରିଜ ଦଖଲ ଲକ୍ଷ୍ୟରେ ଥିବା ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ୧୭୮ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭାରତୀୟ ଓପନର ଯଶସ୍ବୀ ଜୟସ୍ବାଲ ଏବଂ ଶୁଭମନ୍‌ ଗିଲ ଭାରତ ପାଇଁ ଇନିଂସ ଓପନ କରିବାକୁ ଆସିଥିଲେ । ଜୟସ୍ବାଲ ୫୧ ବଲ୍‌ ଖେଳି ଅପରାଜିତ ୮୪ ରନ୍‌ କରିଥିଲେ । ତାଙ୍କର ଏହି ପାଳିରେ ୧୧ ଚୌକା ଓ ୩ ଛକା ସାମିଲ ଥିଲା । ଭାରତ ପାଇଁ ଟି-୨୦ରେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିବା ଜୟସ୍ବାଲ ହେଉଛନ୍ତି ଚତୁର୍ଥ ସର୍ବକନିଷ୍ଠ ବ୍ୟାଟର । ସେ ୨୧ ବର୍ଷ ୨୨୭ ଦିନ ବୟସରେ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...IND vs WI 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, ଜାଣନ୍ତୁ ପିଚ୍‌ ରିପୋର୍ଟ ଓ ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ

ଭାରତ ପାଇଁ ଟି-୨୦ରେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିବାରେ ରୋହିତ ଶର୍ମା ହେଉଛନ୍ତି ସର୍ବକନିଷ୍ଠ ବ୍ୟାଟର । ସେ ୨୦ ବର୍ଷ ୧୪୩ ଦିନ ବୟସରେ ଏହି ରେକର୍ଡ କରିଥିଲେ । ୨୦୦୭ରେ ଡର୍ବାନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତ ଅପରାଜିତ ୫୦ ରନ୍‌ କରିଥିଲେ । ଏହି ତାଲିକାରେ ଦ୍ବିତୀୟରେ ଅଛନ୍ତି ତିଲକ ବର୍ମା । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଚଳିତ ଶୃଙ୍ଖଳାରେ ସେ ଦ୍ବିତୀୟ ମ୍ୟାଚ୍‌ରେ ୫୧ ରନ୍‌ ସଂଗ୍ରହ କରିଥିଲେ । ସେ ୨୦ ବର୍ଷ ୨୭୧ ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ । ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଋଷଭ ପନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.