ସାଉଥମ୍ପଟନ: ଶୁକ୍ରବାର ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଫାଇନାଲ ଫାଇଟ ପୂର୍ବରୁ କିୱି କ୍ୟାପଟେନ କେନ ୱିଲିୟମସନ ଭାରତ ଏକ ଶକ୍ତିଶାଳୀ ଟମ ବୋଲି କହିଛନ୍ତି । ତେବେ ଉଭୟ ଟିମ WTC ଫାଇନାଲରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ୱିଲିୟମସନ ।
ୱିଲିୟମସନ କହିଛନ୍ତି, "ଭାରତୀୟ ବୋଲିଂ ଆକ୍ରମଣ ବେଶ ଶକ୍ତିଶାଳୀ । ବିଶ୍ବସ୍ତରୀୟ ବ୍ୟାଟିଂକ୍ରମ ଓ କ୍ବାଲିଟି ସ୍ପିନରଙ୍କୁ ନେଇ ଭାରତ ବେଶ ଶକ୍ତିଶାଳୀ । ଏନେଇ ଆମେ ପରିଚିତ ଅଛୁ ।"
ଉଭୟ ଟିମ ପରସ୍ପର ବିପକ୍ଷରେ ଖେଳିବାର ପୂର୍ବ ଅଭିଜ୍ଞତା ରହିଛି । । ତେବେ ଫାଇନାଲ ମ୍ୟାଚ୍ ହୋଇଥିବାରୁ ଏକାଧିକ ଆହ୍ବନ ଓ ଚାପ ରହିବ । ନ୍ୟୁଜିଲାଣ୍ଡ କ୍ରଗାମତ ଭାବେ ବିଜୟଧାରା ବଜାୟ ରଖି ସଫଳତା ହାସଲ କରିବା ଲକ୍ଷ୍ୟର ରହିବ କହିଛନ୍ତି ୱିଲିୟମସନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ