ETV Bharat / sports

WTC ଫାଇନାଲ: ମିଲଖା ସିଂହଙ୍କ ସମ୍ମାନରେ କଳା ବ୍ୟାଚ୍‌ ପିନ୍ଧିଲେ ଭାରତୀୟ କ୍ରିକେଟର

author img

By

Published : Jun 19, 2021, 4:30 PM IST

WTC ଫାଇନାଲ ମ୍ୟାଚ୍‌ରେ ମିଲଖା ସିଂହଙ୍କ ସମ୍ମାନରେ କଳା ବ୍ୟାଚ୍‌ ପିନ୍ଧି ଖେଳୁଛନ୍ତି ଭାରତୀୟ କ୍ରିକେଟର । ଅଧିକ ପଢନ୍ତୁ...

WTC final: Indian players to wear black armbands in Milkha Singh's honour
WTC ଫାଇନାଲ: ମିଲଖା ସିଂହଙ୍କ ସମ୍ମାନରେ କଳା ବ୍ୟାଚ୍‌ ପିନ୍ଧିଲେ ଭାରତୀୟ କ୍ରିକେଟର

ସାଉଥାମ୍ପଟନ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଲଢେଇ ଏଜେସ ବାଓଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଛି । ଶୁକ୍ରବାର ରାତିରେ ଚଣ୍ଡିଗଡରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଟ୍ରାକ କିମ୍ବଦନ୍ତୀ ମିଲଖା ସିଂହଙ୍କୁ ସମ୍ମାନ ଜଣାଇ ଭାରତୀୟ ଖେଳାଳି କଳା ବ୍ୟାଚ୍‌ ପିନ୍ଧି ଖେଳୁଛନ୍ତି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଶନିବାର ମିଲଖା ସିଂହଙ୍କ ମୃତ୍ୟୁରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । "ଟ୍ରାକ କିମ୍ବଦନ୍ତୀଙ୍କ ଜୀବନବ୍ୟାପୀ ସାଧନା ଓ ନିଷ୍ଠାର କାହାଣୀ ଉତ୍କର୍ଷତାର ଲକ୍ଷ୍ୟ ରଖିଥିବା ସାରା ଦେଶକୁ ପ୍ରେରିତ କରିଛି । କୌଣସି ବି ପରିସ୍ଥିତିରେ କେବେ ହାର୍‌ ନ ମାନିବା ତାଙ୍କ ଶବ୍ଦକୋଷରେ ନଥିଲା, ନିଜର ସ୍ବପ୍ନକୁ ପୂରଣ କରିବାକୁ ସଂପୂର୍ଣ୍ଣ ସମର୍ପଣ ଭାବକୁ ଦେଶ କେବେ ଭୁଲିପାରିବ ନାହିଁ । ତୁମେ ସର୍ବଦା ସ୍ମରଣୀୟ ରହିବ ।" ଟ୍ବିଟ ଯୋଗେଁ ଏହା କହିବା ସହ ଅମର ଆତ୍ମାର ସଦଗଦି କାମନା କହିଛନ୍ତି କୋହଲି ।

କିମ୍ବଦନ୍ତୀ ମିଲଖା ସିଂହଙ୍କ ଦ୍ବାରା ପ୍ରେରିତ ହୋଇ, ଅଗଣିତ ଯୁବ ଭାରତୀୟ ଜଣେ ଆଥଲେଟ୍‌ ହେବାର ସ୍ବପ୍ନ ଦେଖିପାରିଛନ୍ତି । ଏହା କହିଛନ୍ତି, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । "ଭାରତର ଅନ୍ୟତମ ମହାନତମ କ୍ରୀଡାବିତ, ତୁମେ ଯୁବ ଭାରତୀୟଙ୍କୁ ଆଥଲେଟ ହେବାର ସ୍ବପ୍ନ ଥିଲ । ତୁମ ଦେହାନ୍ତରେ ଗଭୀର ଭାବେ ମର୍ମାହତ ।" ଟ୍ବିଟରରେ କିମ୍ବଦନ୍ତୀ ଆଥଲେଟଙ୍କ ସହ ଏକ ଫଟୋ ସେୟାର କରି ଗାଙ୍ଗୁଲି ଏହା ଲେଖିଛନ୍ତି ।

ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି , "ମିଲଖା ସମସ୍ତଙ୍କୁ ଏହି ବିଶ୍ବାସ ସହିତ ପରିଚିତ କରାଇଥିଲେ ଯେ, କିଛି ବି ଅସମ୍ଭବ ନୁହେଁ । ଭାରତୀୟ ପିଢୀର ପଦପ୍ରଦର୍ଶକ ଥିଲେ ମିଲଖା, ଗଭୀର ଶ୍ରଦ୍ଧାଞ୍ଜଳୀ । "

ଅନ୍ୟପଟେ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ଭାରତ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରୁଛି ଟିମ ଇଣ୍ଡିଆ ।

ନ୍ୟୁଜିଲାଣ୍ଡ ଚୁଡାନ୍ତ ଏକାଦଶ: ଟମ ଲାଥମ, ଡେଭନ କନୱେ, କେନ ୱିଲିୟମସନ(କ୍ୟାପଟେନ), ରସ୍‌ ଟେଲର,ହେନରୀ ନିକୋଲାସ, ବିଜେ ୱେଟଲିଙ୍ଗ୍‌(ୱିକେଟ କିପର), କଲିନ ଦ ଗ୍ରାଣ୍ଡହୋମ, କେଲ ଜେମିଏସନ, ନେଲ ୱାଗନର, ଟିମ ସାଉଦୀ, ଟ୍ରେଣ୍ଟ ବୋଲ୍ଟ ।

ଭାରତୀୟ ଚୁଡାନ୍ତ ଏକାଦଶ: ବିରାଟ କୋହଲି(କୋହଲି), ରୋହିତ ଶର୍ମା, ଶୁଭମ ଗିଲ୍‌, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ୍‌), ଋଷଭ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.