ETV Bharat / sports

ରୋମାଞ୍ଚକ ମୋଡରେ WTC final, ନ୍ୟୁଜିଲାଣ୍ଡ 249ରେ ଅଲଆଉଟ୍‌ - ନ୍ୟୁଜିଲାଣ୍ଡ ଅଲଆଉଟ୍‌

ନ୍ୟୁଜିଲାଣ୍ଡକୁ 249 ରନରେ ରୋକିଲା ଭାରତ । ଭାରତର ପ୍ରଥମ ଇଂନିସ ସ୍କୋର 217 ଜବାବରେ 32 ରନର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଛି ୱିଲିୟମସନଙ୍କ ଟିମ । ଅଧିକ ପଢନ୍ତୁ...

WTC final: shami shines as india bowled out new zealand to 249
ରୋମାଞ୍ଚକର ସ୍ଥିତିରେ WTC ଫାଇନାଲ, ନ୍ୟୁଜିଲାଣ୍ଡ 249ରେ ଅଲଆଉଟ୍‌
author img

By

Published : Jun 22, 2021, 9:04 PM IST

Updated : Jun 22, 2021, 9:14 PM IST

ସାଉଥାମ୍ପଟନ: ନ୍ୟୁଜିଲାଣ୍ଡକୁ 249 ରନରେ ରୋକିଲା ଭାରତ । ଦ୍ରୁତ ବୋଲର ମହମ୍ମଦ ସାମି ଘାତକ ବୋଲିଂ ସହ 4 ୱିକେଟ ହାସଲ କରିଛନ୍ତି । ଭାରତର ପ୍ରଥମ ଇଂନିସ ସ୍କୋର 217 ଜବାବରେ 32 ରନର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଛି ୱିଲିୟମସନଙ୍କ ଟିମ । ଦ୍ବିତୀୟ ସେସନରେ ନ୍ୟୁଜିଲାଣ୍ଡ 27. 2 ଓଭରରେ 114 /5 ରନ ସଂଗ୍ରହ କରିଛି ।

କ୍ୟାପଟେନ କେନ ୱିଲିୟମସନ 177 ବଲ୍‌ର ସାମ୍ନା କରିବା ସହ ଧୈର୍ଯ୍ୟପୂର୍ଣ୍ଣ ଓ ଧୀମା ବ୍ୟାଟିଂ ରଣନୀତି ସହ 49 ରନର ଇଂନିସ ଖେଳିଛନ୍ତି । ତେବେ ଭାରତ ସାମ୍ନାରେ ପ୍ରମୁଖ କଣ୍ଟା ହୋଇଥିବା ୱିଲିୟମସନଙ୍କୁ ଇଶାନ୍ତ ଅର୍ଦ୍ଧଶତକ ଦ୍ବାରଦେଶରେ ଥିବାବେଳେ କୋହଲିଙ୍କ ଦ୍ବାରା କ୍ୟାଚ୍‌ କରାଇ ପାଭିଲିୟନ ପଠାଇଥିଲେ ।

ଅଲରାଉଣ୍ଡର କେଏଲ ଜେମିଏସନ 21 ଓ ଟିମ ସାଉଦୀଙ୍କ ଦ୍ରୁତ 30 ରନ୍‌ ନ୍ୟୁଜିଲାଣ୍ଡକୁ ପ୍ରଥମ ଇଂନିସ ଅଗ୍ରଣୀ କରାଇବାରେ ସହାୟକ ହୋଇଥିଲା ।

ପୂର୍ବରୁ ଓପନର ଟମ ଲାଥମ 30 ଓ ଡେଭନ କନୱେ 54 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳି ଆଉଟ୍‌ ହୋଇଥିଲେ ।

ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଛନ୍ତି । ଇଶାନ୍ତ ଶର୍ମା 3ଟି ଓ ରବିଚନ୍ଦ୍ରନ ଅଶ୍ବିନ ଦୁଇଟି ୱିକେଟ ହାତେଇଛନ୍ତି । ରବିନ୍ଦ୍ର ଜାଡେଜାଙ୍କୁ ସାଉଦୀଙ୍କ ରୂପରେ ଶେଷ ଓ ଏକମାତ୍ର ୱିକେଟ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 22, 2021, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.