ସାଉଥାମ୍ପଟନ: ବର୍ଷା ଧୋଇନେଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍ର ଚତୁର୍ଥ ଦିନର ପ୍ରଥମ ସେସନ ଖେଳ । ସୋମବାର ହାମ୍ପସାୟର ବାଓଲରେ ବର୍ଷା ଲାଗି ରହିଥିବାରୁ ପ୍ରଥମ ସେସନ ଖେଳ ସମ୍ଭବ ହୋଇପାରିନାହିଁ । ଫଳରେ ଉଭୟ ଟିମର ଖେଳାଳି ଲଞ୍ଚ୍ ଗ୍ରହଣ କରିଛନ୍ତି ।
-
Lunch has been taken at the Hampshire Bowl in Southampton after no play was possible in the opening session of day four 🍲#WTC21 Final | #INDvNZ pic.twitter.com/aA8YQlwJf6
— ICC (@ICC) June 21, 2021 " class="align-text-top noRightClick twitterSection" data="
">Lunch has been taken at the Hampshire Bowl in Southampton after no play was possible in the opening session of day four 🍲#WTC21 Final | #INDvNZ pic.twitter.com/aA8YQlwJf6
— ICC (@ICC) June 21, 2021Lunch has been taken at the Hampshire Bowl in Southampton after no play was possible in the opening session of day four 🍲#WTC21 Final | #INDvNZ pic.twitter.com/aA8YQlwJf6
— ICC (@ICC) June 21, 2021
ପୂର୍ବରୁ ରବିବାର ଖରାପ ଆଲୋକ ଯୋଗୁଁ ଧାର୍ଯ୍ୟ ସମୟ ପୂର୍ବରୁ ଖେଳ ବନ୍ଦ ହୋଇଥିଲା । ଭାରତର ପ୍ରଥମ ଇଂନିସ ସ୍କୋର 217 ଜବାବରେ, ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସରେ 101/2ସହ ଦୃଢ ସ୍ଥିତିରେ ରହିଛି । କ୍ୟାପଟେନ କେନ ୱିଲିୟମସନ 12 ରନ୍ରେ ଅପରାଜିତ ରହିଛନ୍ତି ।
ଏଥିସହ ଖରାପ ଆଲୋକ ଯୋଗୁଁ ମ୍ୟାଚ ବନ୍ଦ ରଖିବାର କିଛି ସମୟ ପୂର୍ବରୁ ନ୍ୟୁଜିଲାଣ୍ଡ ଡେଭନ କନୱେଙ୍କ ରୂପରେ ଦ୍ବିତୀୟ ୱିକେଟ ହରାଇଥିଲା । 54 ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳି କନୱେ ଆଉଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ