ETV Bharat / sports

WTC ଫାଇନାଲ: ବର୍ଷା ପରେ ବିଳମ୍ବରେ ପଞ୍ଚମ ଦିନ ଖେଳ ଆରମ୍ଭ - ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲର ପଞ୍ଚମ ଦିନ ଖେଳ ପ୍ରାୟ ଏକଘଣ୍ଟା ବିଳମ୍ବରେ ଆରମ୍ଭ । ଅଧିକ ପଢନ୍ତୁ...

WTC final: Fifth day's play starts after rain delay
WTC ଫାଇନାଲ: ବର୍ଷା ପରେ ବିଳମ୍ବରେ ପଞ୍ଚମ ଦିନ ଖେଳ ଆରମ୍ଭ
author img

By

Published : Jun 22, 2021, 4:50 PM IST

ସାଉଥାମ୍ପଟନ: ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲର ପଞ୍ଚମ ଦିନ ଖେଳ ପ୍ରାୟ ଏକଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହାମ୍ପୟାସର ବାଓଲରେ ଖେଳାଯାଉଥିବା WTC ଫାଇନାଲ ମ୍ୟାଚ୍‌ରେ ବର୍ଷା କ୍ରମାଗତ ପ୍ରତିବନ୍ଧକ ସାଜିବାରେ ଲାଗିଛି । ପ୍ରଥମ ଦିନ ଓ ଚତୁର୍ଥ ଦିନ ଖେଳ ସଂପୂର୍ଣ୍ଣ ଧୋଇଯାଇଥିବାବେଳେ ତୃତୀୟ ଦିନ ଖେଳ ମଧ୍ୟ ଖରାପ ଆଲୋକ ଯୋଗୁଁ ସମ୍ଭବ ହୋଇପାରିନଥିଲା । ଦ୍ବିତୀୟ ଦିନ ଖେଳ ମଧ୍ୟ ପ୍ରଭାବିତ ହୋଇଥିଲା ।

WTC final: Fifth day's play starts after rain delay
WTC ଫାଇନାଲ

ଜଶପ୍ରୀତ ବୁମରା ଭାରତ ପକ୍ଷରୁ ପଞ୍ଚମ ଦିନର ପ୍ରଥମ ଓଭର ବୋଲିଂ କରିଥିଲେ । ଏହା ମ୍ୟାଚର 40 ଘଣ୍ଟା ପରେ ପ୍ରଥମ ଓଭର ଥିଲା । ଚତୁର୍ଥ ଦିନ ସଂପୂର୍ଣ୍ଣ ଖେଳ ବର୍ଷାରେ ଧୋଇଯାଇଥିଲା ।

ନ୍ୟୁଜିଲାଣ୍ଡର ସ୍କୋର ବୁମରାଙ୍କ ପ୍ରଥମ ଓଭର ସୁଦ୍ଧା 102/2 ରହିଥିଲା । କେନ ୱିଲିୟମସନ (12) ଓ ରସ୍‌ ଟେଲର (0) କ୍ରିଜରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.