ETV Bharat / sports

WTC ଫାଇନାଲ: 217 ରନ୍‌ରେ ଅଲଆଉଟ୍‌ ଭାରତ - india vs new Zea land

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇଂନିସରେ 217 ରନରେ ଅଲଆଉଟ । ଅଧିକ ପଢନ୍ତୁ...

WTC final, Day 3: Jamieson scalps 5 as India bowled out for 217
WTC ଫାଇନାଲ: 217ରନ୍‌ରେ ଅଲଆଉଟ୍‌ ଭାରତ
author img

By

Published : Jun 20, 2021, 7:02 PM IST

Updated : Jun 20, 2021, 7:16 PM IST

ସାଉଥାମ୍ପଟନ: ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମ୍ୟାଚର ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦ୍ରୁତ ବୋଲର କେଏଲ ଜେମିଏସନଙ୍କ ଘାତକ ବୋଲିଂ ସହ 5 ୱିକେଟ ହାସଲ କରିଛନ୍ତି । ଫଳରେ ଭାରତ ପ୍ରଥମ ଇଂନିସରେ 217 ରନରେ ସମସ୍ତ ୱିକେଟ ହରାଇଛି । ଜେମିଏସନ 22 ଓଭର ବୋଲିଂ କରିଥିବାବେଳେ 12ଟି ମେଡେନ ଓ 31 ରନ ବ୍ୟୟରେ 5 ୱିକେଟ ହାସଲ କରିଛନ୍ତି । ନେଲ ୱାଗନର 2ଟି ୱିକେଟ ହାସଲ କରିଛନ୍ତି । ଟ୍ରେଣ୍ଟ ବୋଲ୍ଟ ଓ ଟିମ ସାଉଦୀଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

WTC final, Day 3: Jamieson scalps 5 as India bowled out for 217
କେଏଲ ଜେମିଏସନ

ଭାରତ ପକ୍ଷରୁ ଅଜିଙ୍କ୍ୟ ରାହାଣେ ସର୍ବାଧିକ 49 ଓ କ୍ୟାପଟେନ ବିରାଟ କୋହଲି 44 ରନର ଇଂନିସ ଖେଳିଛନ୍ତି । ଓପନର ରୋହିତ ଶର୍ମା 34 ଓ ଶୁଭମନ ଗିଲ୍‌ 28 ରନ୍‌ର ଯୋଗଦାନ କରିଛନ୍ତି । ଶେଷ ଭାଗରେ ରବିଚନ୍ଦ୍ରନ ଅଶ୍ବିନ 22 ଓ ରବିନ୍ଦ୍ର ଜାଡେଜା 15 ରନ କରିବା ସହ ଭାରତର ସ୍କୋର 200 ପାର କରାଇଥିଲେ ।

ଓଦା ପଡିଆ ଯୋଗୁଁ ତୃତୀୟ ଦିନର ଖେଳ 30 ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା । ଦ୍ବିତୀୟ ଦିନର ଅସମାପ୍ତ ସ୍କୋର 146/3 ରୁ ଖେଳ ଆରମ୍ଭ କରିଥିଲା ଭାରତ । ମାତ୍ର 3 ରନ୍‌ ଯୋଡିବା ପରେ 68ତମ ଓଭରରେ କୋହଲିଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା । ପରେ ପନ୍ତ ମଧ୍ୟ କିଛି ଖାସ୍‌ କରିପାରିନଥିଲେ । ତେବେ ରାହାଣେ କିଛି ସମୟ ଲଢିବା ସହ ଅର୍ଦ୍ଧଶତକର ନିକଟତର ହୋଇଥିଲେ । ମାତ୍ର 49 ରନରେ ୱାଗନର, ରାହାଣେଙ୍କୁ ଚତୁରତାର ସହ ଆଉଟ କରିବା ପରେ ଭାରତୀୟ ଇଂନିସର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 20, 2021, 7:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.