ETV Bharat / sports

WPL 2023: ଆଜି ମୁମ୍ବାଇ-ଗୁଜରାଟ ମୁକାବିଲା

author img

By

Published : Mar 14, 2023, 10:24 AM IST

ମହିଳା ଆଇପିଏଲର 12ତମ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜିଆଣ୍ଟ୍ସ ପରସ୍ପରକୁ ଭେଟିବେ । ଏ ପର୍ଯ୍ୟନ୍ତ ଅପରାଜୟ ଥିବା ମୁମ୍ବାଇ ବିଜୟଧାରାରେ ବ୍ରେକ ଦେବା ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ଗୁଜରାଟ । ଅଧିକ ପଢନ୍ତୁ

wpl 2023
ମୁମ୍ବାଇ ଇଣ୍ଡିଆନ୍ସ ବନାମ ଗୁଜରାଟ ଜିଆଣ୍ଟ୍ସ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣରେ ଆଜି 14ତମ ମ୍ୟାଚ ଖେଳାଯିବ । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜିଆଣ୍ଟ୍ସ ପରସ୍ପରକୁ ଭେଟିବେ । ମହିଳା ଆଇପିଏଲ ଉଦଘାଟନୀ ମ୍ୟାଚରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ମୁମ୍ବାଇ ଗୁଜରାଟ ବିପକ୍ଷ ପ୍ରଥମ 143ରନ ବିଶାଳ ବିଜୟ ହାସଲ କରିଥିଲା । ପୂର୍ବ ତ୍ରୁଟିକୁ ସୁଧାରି ସ୍ନେହ ରଣାଙ୍କ ନେତୃତ୍ବରେ ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ ଗୁଜରାଟ । ମୁମ୍ବାଇର ବାବ୍ରୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।

ମହିଳା ଆଇପିଏଲ ପ୍ରଥମ ସଂସ୍କରଣରେ ମୁମ୍ବାଇର ପ୍ରର୍ଦଶନ ଭଲ ରହିଛି । ଦଳ ଏ ପର୍ଯ୍ୟନ୍ତ ଅପରାଜୟ ରହିଛି । ସମସ୍ତ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି । ମାର୍ଚ୍ଚ 12 ତାରିଖରେ ୟୁପି ୱାରିୟର୍ଜ ବିପକ୍ଷ ମୁକାବିଲାରେ ବିଜୟ ହାସଲ କରିଥିଲା ମୁମ୍ବାଇ । 8 ୱିକେଟରେ ୟୁପିକୁ ପରାସ୍ତ କରିଥିଲା । ମହିଳା ଆଇପିଏଲ ଉଦଘାଟନୀ ମ୍ୟାଚରେ ଗୁଜରାଟ ବିପକ୍ଷରେ ଖେଳିଥିଲା ମୁମ୍ବାଇ । ଏହି ମ୍ୟାଚରେ 143 ରନର ବିଶାଳ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ସମସ୍ତ ବିଭାଗ ସନ୍ତୁଳିତ ଅଛି ।

ଏହା ବି ପଢନ୍ତୁ...WPL 2023: ଆରସିିବିର ପଞ୍ଚମ ପରାଜୟ, 6 ୱିକେଟରେ ଜିତିଲା ଦିଲ୍ଲୀ

ସ୍ନେହା ରଣାଙ୍କ ନେତୃତ୍ବାଧୀନ ଗୁଜୁରାଟ ଜାଏଣ୍ଟ୍ସ ମୋଟ 4ଟି ମ୍ୟାଚ ଖେଳିଛି । ମାତ୍ର ଗୋଟିଏରେ ବିଜୟ ହାସଲ କରିଛି । RCB ବିପକ୍ଷରେ ଖେଳିଥିବା ମ୍ୟାଚରେ 11ରନରେ ବିଜୟ ହାସଲ କରିଥିଲା ଗୁଜରାଟ । ମୁମ୍ବାଇ ବିପକ୍ଷ ପ୍ରଥମ ମୁକାବିଲାରେ ଦଳ ପରାସ୍ତ ହୋଇଥିଲା । ଗୋଟିଏ ପଏଣ୍ଟ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ଗୁଜରାଟ । ଆଜି ଶକ୍ତିଶାଳୀ ମୁମ୍ବାଇ ବିପକ୍ଷରେ ବିଜୟ ହାସଲ କରିବାକୁ ହେଲେ ନୂଆ ରଣନୀତି ନେଇ ମୈଦାନକୁ ଓହ୍ଲାଇବାକୁ ହେବ । ଗୁଜରାଟ ତାର ଶେଷ ମୁକାବିଲାରେ ଦିଲ୍ଲୀ ପାଖରୁ 10 ୱିକେଟରେ ପରାସ୍ତ ହୋଇଥିଲା ।

ମୁମ୍ବାଇ ସମ୍ଭାବ୍ୟ ସ୍କ୍ବାଡ୍‌ : ୟାସ୍ତିକା ଭାଟିଆ, ହେଲି ମାଥ୍ୟୁସ, ନାଟାଲି ସ୍କିଭର ବଣ୍ଟ, ହର୍ମନପ୍ରୀତ କୌର, ଆମେଲି କେର, ପୂଜା ବସ୍ତ୍ରାକାର, ଇସି ୟଙ୍ଗ, ହୁମାଇରା କାଜି, ଅମନଜୌତ କୌର, ଜିନତିମାନି କାଲିତା, ସାଇକା ଇସ୍କକ୍ୟୁ ।

ମୁମ୍ବାଇ ସମ୍ଭାବ୍ୟ ସ୍କ୍ବାଡ୍‌: ସୋଫିଆ ଡକଲେ, ଏସ ମେଘନା, ହର୍ଲିନ ଦେଓଲ, ଏଶଲେ ଗାର୍ଡନର, ସୁଷମା ବର୍ମା, ଦୟାଲନ ହେମଲତା, ଏନାବେଲ ସଦରଲେଡ/ଜାର୍ଜିଆ ବୟରହମ, ସ୍ନେହା ରଣା(ଅଧିନାୟିକା), ତନୁଜା କବର, କିମ ମର୍ଥ, ମାନସୀ ଯୋଶୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.