ETV Bharat / sports

WPL 2023 Final: ପ୍ରଥମ ଟ୍ରଫି ହାତେଇବାକୁ ମୈଦାନରେ ଦିଲ୍ଲୀ ଓ ମୁମ୍ବାଇ, ଟସ ଜିତି ବ୍ୟାଟିଂ କରୁଛି ଦିଲ୍ଲୀ

author img

By

Published : Mar 26, 2023, 7:51 PM IST

ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି ମହିଳା ପ୍ରିମିୟର ଲିଗର ଫାଇନାଲ ମ୍ୟାଚ୍‌ । ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢ଼ନ୍ତୁ

ଟସ ଜିତି ବ୍ୟାଟିଂ କରୁଛି ଦିଲ୍ଲୀ
ଟସ ଜିତି ବ୍ୟାଟିଂ କରୁଛି ଦିଲ୍ଲୀ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି ମହିଳା ପ୍ରିମିୟର ଲିଗର ଫାଇନାଲ ମ୍ୟାଚ୍‌ । ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ମହିଳା ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣରେ ମୋଟ 21ଟି ଲିଗ୍‌ ମ୍ୟାଚ୍‌ ଖେଳା ଯାଇଥିଲା। ପ୍ଲେ ଅଫ୍‌ ଓ ଫାଇନାଲ୍‌ ମ୍ୟାଚ୍‌କୁ ମିଶାଇ ମୋଟ 26ଟି ମ୍ୟାଚ୍‌ ଖେଳାଯାଇଛି। ଶେଷରେ ଫାଇନାଲ ମ୍ୟାଚ୍‌ର ଅବତୀର୍ଣ୍ଣ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଉଭୟ ଦଳ 8ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେଳେ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ରହିଥିଲା।

ଏହା ବି ପଢ଼ନ୍ତୁ ଆଜି ଦିଲ୍ଲୀ-ମୁମ୍ବାଇ ଫାଇନାଲ ଫାଇଟ

ଆଜି ଉଭୟ ଦଳ ମହିଳା ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣର ଚମ୍ପିଆନ୍‌ ହୋଇ ଇତିହାସ ରଚିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛନ୍ତି । ମୁମ୍ବାଇ ଦଳ ଚଳିତ ସଂସ୍କରଣରେ ଆକ୍ରାମକ ଖେଳ ପ୍ରଦର୍ଶନ କରିଛି । ପ୍ଲେ ଅଫ୍‌ରେ ମଧ୍ୟ ଏକ ପାଖିଆ ଭାବରେ ୟୁପି ୱାରିଅର୍ଜକୁ ପରାସ୍ତ କରିଥିଲା ମୁମ୍ବାଇ ।

ମହିଳା ପ୍ରିମିୟର ଲିଗ୍‌ରେ ଉଭୟ ଦଳ ପରସ୍ପର ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି। ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଦିଲ୍ଲୀକୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଦିଲ୍ଲୀ ମୁମ୍ବାଇକୁ ପରାସ୍ତ କରି ପ୍ରତିଶୋଧ ନେଇଥିଲା। ଆଜିର ଫାଇନାଲ୍‌ ମ୍ୟାଚ୍‌ରେ ଉଭୟ ଦଳ ପରସ୍ପରକୁ ତୃତୀୟ ଥର ପାଇଁ ଟୁର୍ଣ୍ଣାମେଣ୍ଟ୍‌ରେ ଭେଟୁଛନ୍ତି ।

8ଟି ଲେଖାଏଁ ଲିଗ ମ୍ୟାଚ ଖେଳି ବିଜୟ ଓ ପରାଜୟ ପଥ ଅତିକ୍ରମ କରି WPL ଫାଇନାଲରେ ପହଞ୍ଚିଛନ୍ତି ହର୍ମନପ୍ରୀତ କୌରଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ମେଗ ଲାନିଂଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । 24 ଦିନ ଧରି ଚାଲିଥିବା ମହିଳା ଆଇପିଏଲର ଆଜି ଅନ୍ତିମ ମୁକାବିଲା । ପ୍ରଥମ ସଂସ୍କରଣ ବିଜେତା ହୋଇ ଇତିହାସ ରଚିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ରାତି 7ଟା 30ରେ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଆରମ୍ଭ ହୋଇଛି ଫାଇନାଲ ଫାଇଟ ।

ଦିଲ୍ଲୀ କ୍ୟାପିଟାଲ୍ସ ଚୂଡ଼ାନ୍ତ ଏକାଦଶ : ମେଗ୍ ଲାନିଙ୍ଗ୍(ଅଧିନାୟିକା), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍‌ସ୍, ମାରିଜାନ୍ କାପ୍, ଆଲିସ୍ କ୍ୟାପ୍‌ସି, ଜେସ୍ ଜୋନାସେନ୍, ଅରୁନ୍ଧତୀ ରେଡ୍ଡୀ, ତାନିଆ ଭାଟିଆ, ମିନୁ ମଣି, ରାଧା ଯାଦବ, ଶିଖା ପାଣ୍ଡେ ।

ମୁମ୍ବାଇ ଇଣ୍ଡିଆନ୍ସ ଚୂଡ଼ାନ୍ତ ଏକାଦଶ : ୟସ୍ତିକା ଭାଟିଆ, ହେଲି ମାଥ୍ୟୁସ୍, ନାଟ୍ ସ୍କିଭର-ବ୍ରଣ୍ଟ, ହର୍ମନପ୍ରୀତ କୌର(ଅଧିନାୟିକା), ମେଲି କେର, ପୂଜା ବସ୍ତ୍ରାକର, ଇସି ୱଙ୍ଗ, ଅମନଜୋତ କୌର, ହୁମାଇରା କାଜୀ, ଜିଣ୍ଟିମାନି କାଲିଟା, ସାଇକା ଇଶାକ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.