ETV Bharat / sports

ହାଇଦ୍ରାବାଦରେ ଉନ୍ମୋଚିତ ହେଲା ବିଶ୍ବର ସର୍ବବୃହତ ବ୍ୟାଟ - ସର୍ବବୃହତ ବ୍ୟାଟ୍‌ ଉନ୍ମୋଚିତ

ବିଶ୍ବର ସର୍ବବୃହତ ବ୍ୟାଟ୍‌ ଶନିବାର ହାଇଦ୍ରାବାଦର ଟ୍ୟାଙ୍କ୍‌ ବଣ୍ଡ୍ ଅଞ୍ଚଳରେ ଉନ୍ମୋଚିତ । ଅଧିକ ପଢନ୍ତୁ...

WORLD'S BIGGEST BAT UNVEILED AT TANK BUND, HYDERABAD
ହାଇଦ୍ରାବାଦରେ ଉନ୍ମୋଚିତ ହେଲା ବିଶ୍ବର ସର୍ବବୃହତ ବ୍ୟାଟ୍‌
author img

By

Published : Oct 24, 2021, 5:29 PM IST

Updated : Oct 24, 2021, 10:51 PM IST

ହାଇଦ୍ରାବାଦ (ତେଲେଙ୍ଗାନା): ଶନିବାର ଦିନ ହାଇଦ୍ରାବାଦର ଟ୍ୟାଙ୍କ ବଣ୍ଡରେ ବିଶ୍ୱର ସବୁଠୁ ବଡ ବ୍ୟାଟ୍ ଉନ୍ମୋଚିତ ହୋଇଛି। ଚାଲିଥିବା ଟି -20 ବିଶ୍ୱକପ କ୍ରିକେଟ୍ ମ୍ୟାଚ୍କୁ ଦୃଷ୍ଟିରେ ରଖି ବ୍ୟାଟ୍ ପ୍ରଦର୍ଶିତ ହୋଇଛି। ପର୍ନୋଡ ରିକାର୍ଡ ଇଣ୍ଡିଆ କମ୍ପାନୀ ଏହି ବ୍ୟାଟ୍ ପ୍ରସ୍ତୁତ କରିଛି ।

ହାଇଦ୍ରାବାଦରେ ଉନ୍ମୋଚିତ ହେଲା ବିଶ୍ବର ସର୍ବବୃହତ ବ୍ୟାଟ

ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର, ଆଇଟି ମୁଖ୍ୟ ସଚିବ ଜୟେଶ ରଞ୍ଜନ ଓ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଅଝାରୁଦ୍ଦିନ ଉପସ୍ଥିତ ଥିଲେ।

9 ଟନ୍ ଓଜନ ଏବଂ 56.1 ଫୁଟ ଲମ୍ବର, ପୋପଲାର କାଠ (ହାଲୁକା ଗଛ)ରେ ନିର୍ମିତ ବ୍ୟାଟ୍ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସାମିଲ ହୋଇଛି | ବ୍ୟାଟ୍ ତିଆରି କରିବାକୁ ଏକ ମାସ ସମୟ ଲାଗିଥିଲା ବୋଲି ଆୟୋଜକମାନେ କହିଛନ୍ତି।

ଗଣମାଧ୍ୟମକୁ ସମ୍ବୋଧିତ କରି ଆଝାରୁଦ୍ଦିନ କହିଛନ୍ତି, ଚଳିତ ବର୍ଷ ଟି-୨୦ ବିଶ୍ବକପ ବିଜେତା ଦାବିଦାର ରହିଛି ଟିମ ଇଣ୍ଡିଆ । ଟିମରେ ଏକାଧିକ ଦକ୍ଷ ଖେଳାଳି ଥିବାରୁ ଏହି ସମ୍ଭାବନା ଆହୁରି ବୃଦ୍ଧିପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 24, 2021, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.