ETV Bharat / sports

World Test Championship: ପାକିସ୍ତାନର ପରାଜୟ ପରେ ଭାରତକୁ ଫାଇଦା, ଫାଇନାଲ ପାଇଁ ଏମିତି ରହିବ ସମୀକରଣ

ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଚମ୍ପିଆନସିପରେ ପାକିସ୍ତାନ ୭୪ ରନରେ ପରାସ୍ତ ହୋଇଛି । ପାକିସ୍ତାନର ପରାଜୟ ପରେ ଟିମ୍ ଇଣ୍ଡିଆକୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଭାରତକୁ ଏହି ଫାଇଦା ମିଳିଛି । ଅଧିକ ପଢନ୍ତୁ

author img

By

Published : Dec 7, 2022, 9:47 AM IST

World Test Championship: ପାକିସ୍ତାନର ପରାଜୟ ପରେ ଭାରତକୁ ଫାଇଦା, ଫାଇନାଲ ପାଇଁ ଏମିତି ରହିବ ସମୀକରଣ
World Test Championship: ପାକିସ୍ତାନର ପରାଜୟ ପରେ ଭାରତକୁ ଫାଇଦା, ଫାଇନାଲ ପାଇଁ ଏମିତି ରହିବ ସମୀକରଣ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଚମ୍ପିଆନସିପରେ ପାକିସ୍ତାନ ୭୪ ରନରେ ପରାସ୍ତ ହୋଇଛି । ବାବର ଆଜମ ଦଳର ଏହି ପରାଜୟ ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଁଞ୍ଚିବା ପାଇଁ ପାକିସ୍ତାନକୁ କଠିନ ସାବ୍ୟସ୍ତ ହୋଇପାରେ । ତେବେ ପାକିସ୍ତାନର ପରାଜୟ ପରେ ଟିମ୍ ଇଣ୍ଡିଆକୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଭାରତକୁ ଏହି ଫାଇଦା ମିଳିଛି ।

ପ୍ରଥମ ଟେଷ୍ଟ ସିରିଜରେ ଇଂଲଣ୍ଡଠାରୁ ପାକିସ୍ତାନ ପରାସ୍ତ ହେବା ପରେ ଇଂଲିସ୍ ଟିମ୍ ୧-୦ରେ ଆଗୁଆ ରହିଛି । ଇଂଲଣ୍ଡ ବିପକ୍ଷରେ ତିନୋଟି ଟେଷ୍ଟ ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିବାରେ ସୁଯୋଗ ରହିଥିଲା । ହେଲେ ବିଶ୍ବ ଟେଷ୍ଟ ଚମ୍ପିଆନସିପ (୨୦୨୧-୨୦୨୩ ) ଫାଇନାଲରେ ପହଁଞ୍ଚିବା ପାଇଁ ପାକିସ୍ତାନ ହାତରୁ ସୁଯୋଗ ହାତଛଡା ହୋଇଛି । ତେବେ ପାକିସ୍ତାନର ପରାଜୟ ପରେ ଭାରତକୁ କିଭଳି ଫାଇଦା ମିଳୁଛି ନଜର ପକାନ୍ତୁ ସେହି ସମୀକରଣ ଉପରେ...

ପାକିସ୍ତାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି । ବାବର ଆଜମ ଦଳର ସ୍କୋର ପାଖାପାଖି ୪୬.୬୭ ରହିଛି । ସେପଟେ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଟିମ୍ ଇଣ୍ଡିଆର ସ୍କୋର ପାଖାପାଖି ୫୨.୦୮ ରହିଛି । ସେହିପରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୧୧ଟି ଟେଷ୍ଟ ମ୍ୟାଚରୁ ୭ଟି ମ୍ୟାଚରେ ବିଜୟୀ ହୋଇଛି । କଙ୍ଗାରୁ ଟିମର ସ୍କୋର ପାଖାପାଖି ୭୨.୭୩ ପ୍ରତିଶତ ରହିଛି ।

ଯଦି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଚାରୋଟି ଟେଷ୍ଟ ମଧ୍ୟରୁ ଗୋଟିଏ ମ୍ୟାଚରେ ପରାସ୍ତ ହେଲେ ବି ମେନ୍ ଇନ୍ ବ୍ଲୁ ଫାଇନାଲରେ ନିଜର ସ୍ଥାନ ପକ୍କା କରିପାରିବ । ସିଧାସିଧା କହିବାକୁ ଗଲେ ଫାଇନାଲରେ ପହଁଞ୍ଚିବାକୁ ହେଲେ ଟିମ୍ ଇଣ୍ଡିଆର ସମୀକରଣ ଏହା ରହିଛି କି ବାଂଲାଦେଶ ବିପକ୍ଷରେ ଦୁଇଟି ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଚାରୋଟି ମ୍ୟାଚ ଟେଷ୍ଟ ସିରିଜରୁ ତିନୋଟି ମ୍ୟାଚ୍ ଜିତିଲେ ରୋହିତ ବିଗ୍ରେଡ୍ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ଟିକଟ୍ ହାତେଇବ । ସେପଟେ କଙ୍ଗାରୁ ଟିମ୍ ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଗୋଟିଏ ଟେଷ୍ଟ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ କମ ସେ କମ ଦୁଇଟି ଟେଷ୍ଟରେ ବିଜୟୀ ଲାଭ କରିବ ତାହେଲେ ଅଷ୍ଟ୍ରେଲିଆ ଫାଇନାଲରେ ସ୍ଥାନ ପକ୍କା କରିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.