ETV Bharat / sports

World cup 2023: ବିଜୟଧାରାକୁ ଫେରିପାରୁନି ପାକିସ୍ତାନ, କଣ ରହିଛି ଟିମର ଦୁର୍ବଳତା ଜାଣନ୍ତୁ - ବିଶ୍ବକପ ୨୦୨୩

ଭାରତ ଠାରୁ ହାରିବା ପରେ ବିଜୟଧାରାକୁ ଆଉ ଫେରିପାରୁନି 'ମେନ ଇନ୍‌ ଗ୍ରୀନ' । କ୍ରମାଗତ ୨ଟି ପରାଜୟ ବରଣ କଲାଣି ଟିମ । ତେବେ କଣ ରହିଛି କାରଣ ଜାଣନ୍ତୁ

What is ailing for Pakistan
What is ailing for Pakistan
author img

By ETV Bharat Odisha Team

Published : Oct 22, 2023, 9:28 PM IST

ହାଇଦ୍ରାବାଦ: ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ପାକିସ୍ତାନ ଏବେ ଲଗାତାର ଦ୍ବିତୀୟ ଥର ଲାଗି ପରାଜୟ ବରଣ କରିଛି । ଗତ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ମେନ ଇନ ଗ୍ରୀନ୍‌ ୬୨ ରନ୍‌ ବ୍ୟବଧାନରେ ହାରିଥିଲା । ଭାରତ ଠାରୁ ହାରିବା ପରେ ପାକିସ୍ତାନ ବିଜୟଧାରାକୁ ଫେରୁପାରୁନଥିବା ବେଳେ ଚିନ୍ତାରେ ମ୍ୟାନେଜମେଣ୍ଟ ଟିମ୍‌ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଅଧିନାୟକ ବାବର ଆଜମ ଓ ପେସର ହରିସ ରୌଫ ନିଜ ଫର୍ମକୁ ଫେରିପାରିନଥିଲେ । ତେବେ ଯାହା ହେଉ ନା କାହିଁକି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଟିମ ବିଜୟ ହେବା ନେଇ ଲକ୍ଷ୍ୟ ରଖିଛି ।

  • " class="align-text-top noRightClick twitterSection" data="">

ବିଶ୍ବକପ ମ୍ୟାଚରେ ଏଯାବତ ଅଧିନାୟକ ବାବର ଆଜମ ଆଶାନୁଯାୟୀ ପ୍ରଦର୍ଶନୀ କରିପାରିନାହାନ୍ତି । ସେ ୪ଟି ଇନିଂସରେ ମାତ୍ର ୮୩ ରନ୍‌ କରିଛନ୍ତି । ତେବେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚରେ ସେ ସର୍ବାଧିକ ୫୦ ରନ୍‌ ସଂଗ୍ରହ କରିଥିବା ଦେଖିବାକୁ ମିଳିଥିଲା । ପାକିସ୍ତାନ ବିଜୟଲାଭ କରିଥିବା ପ୍ରଥମ ୨ଟି ମ୍ୟାଚ୍‌ରେ ବାବର ମୋଟ ୧୫ ରନ୍‌ କରିଥିଲେ । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ । ବାବରଙ୍କ ଏପରି ପ୍ରଦର୍ଶନ ଯୋଗୁଁ ପଏଣ୍ଟ ଟେବୁଲରୁ ତଳକୁ ଖସିଥିଲା ଟିମ ।

ଏହା ବି ପଢନ୍ତୁ- Cricket World Cup 2023: ୩୦୫ରେ ଅଟକିଲା ପାକିସ୍ତାନ, ଅଷ୍ଟ୍ରେଲିଆର ବିଜୟଧାରା ଜାରି

ସେପଟେ ପାକିସ୍ତାନୀ ପେସର୍‌ ହରିଶ ରୌଫ ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟରେ ଏଯାବତ୍‌ ଫେଲ୍‌ ମାରିଛନ୍ତି । ନସିମ ଶାହ ସ୍କ୍ବାଡରୁ ବାଦ ପଡ଼ିବା ପରେ ଏବେ ଦାୟିତ୍ବ ହରିଶ ରୌଫ ଓ ଶାହୀନ ଶାହ ଆଫ୍ରିଦିଙ୍କ ଉପରେ ରହିଛି । ଦଳ ସେମାନଙ୍କ ଠାରୁ ଉତ୍ତମ ପ୍ରଦର୍ଶନ ଆଶା କରୁଛି । ଅନ୍ୟପଟେ ପାକିସ୍ତାନୀ ସ୍ପିନର ମହମ୍ମଦ ନୱାଜ ଓ ଶାଦବ ଖାନଙ୍କ ପ୍ରଦର୍ଶନ ମଧ୍ୟ ଭଲ ଦେଖିବାକୁ ମିଳିନାହିଁ । ନୱାଜ ଏଯାବତ ମାତ୍ର ୨ ୱିକେଟ ନେଇଥିବା ବେଳେ ଶାଦବ ୨୦ ଓଭର ବୋଲିଂ କରି ୩ଟି ୱିକେଟ ନେଇଛନ୍ତି ।

ଏହା ବି ପଢନ୍ତୁ- Cricket World Cup 2023: ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ, ୱାର୍ଣ୍ଣର-ମାର୍ଶ ଯୋଡ଼ି ରଚିଲେ ଏକାଧିକ ରେକର୍ଡ

ପାକିସ୍ତାନର ବୋଲିଂ ଅର୍ଡର ଚଳିତ ଟୁର୍ଣ୍ଣାମେଣ୍ଟରେ ଦୁର୍ବଳ ରହିଛି । ଯଦି ଆଗାମୀ ମ୍ୟାଚରେ ପାକିସ୍ତାନ ପରାଜୟ ବରଣ କରେ, ତେବେ ଏହା ଦଳ ଉପରେ ଭାରି ପଡ଼ିବ । ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବା ଲାଗି ପାକିସ୍ତାନ ଟିମକୁ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ । ୪ଟି ମ୍ୟାଚରେ ଦୁଇଟି ବିଜୟ ସହ ପାକିସ୍ତାନ କ୍ରିକେଟ୍ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି । ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟକୁ ଯିବା ପାଇଁ ପାକିସ୍ତାନ ଟିମକୁ ସେମାନଙ୍କର ନେଟ ରନ୍ ହାରରେ ଉନ୍ନତି ଆଣିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.