ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ ଜାରି ରହିଛି । ଏହାରି ମଧ୍ୟରେ ଭାରତ ୬ଟି ମ୍ୟାଚ୍ ଖେଳିଥିବା ବେଳ ସବୁ ମ୍ୟାଚ୍ରେ ଅପରାଜିତ ରହିଛି । ଗତ ୨୯ ତାରିଖରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ମଧ୍ୟ ଭାରତ ଦମଦାର ବିଜୟ ହାସଲ କରିଥିଲା । ତେବେ ଏହି ମ୍ୟାଚ୍ରେ ସୂର୍ଯ୍ୟ କୁମାର ଯାଦବ ଭଲ ପ୍ରଦର୍ଶନ କରିଥିବା ବେଳେ ବିଫଳ ହୋଇଥିଲେ ୪ ନଂରେ ବ୍ୟାଟିଂ କରୁଥିବା ଶ୍ରେୟସ ଆୟର । ଫଳରେ ଆହତ ଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସ୍କ୍ବାଡକୁ ଫେରିବା ପରେ ଶ୍ରେୟସ ଆୟର ଆଉଟ୍ ହୋଇପାରନ୍ତି ବୋଲି ବଢିଛି ଆଶଙ୍କା ।
-
Well played, Suryakumar Yadav!
— Mufaddal Vohra (@mufaddal_vohra) October 29, 2023 " class="align-text-top noRightClick twitterSection" data="
49 (47) with 4 fours and a six. Gave India some much needed runs in the end, missed out on a well deserved fifty. pic.twitter.com/hTN579seP6
">Well played, Suryakumar Yadav!
— Mufaddal Vohra (@mufaddal_vohra) October 29, 2023
49 (47) with 4 fours and a six. Gave India some much needed runs in the end, missed out on a well deserved fifty. pic.twitter.com/hTN579seP6Well played, Suryakumar Yadav!
— Mufaddal Vohra (@mufaddal_vohra) October 29, 2023
49 (47) with 4 fours and a six. Gave India some much needed runs in the end, missed out on a well deserved fifty. pic.twitter.com/hTN579seP6
ସେ ଆଇପିଏଲ ହେଉ କି ଅନ୍ୟ କୌଣସି ମ୍ୟାଚ୍ ସୂର୍ଯ୍ୟ କୁମାର ଯାଦବ ଲଗାତାର ଭଲ ପ୍ରଦର୍ଶନ କରିଆସୁଛନ୍ତି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଯୋଗୁଁ ଏବେ ସ୍କ୍ବାଡରୁ ବାହାରିଥିବା ବେଳେ ସୂର୍ଯ୍ୟଙ୍କୁ ବ୍ୟାଟିଂ ପାଇଁ ସୁଯୋଗ ମିଳିଛି । ଯାହାର ଭରପୂର ମଉକା ଉଠାଇଛନ୍ତି SKY । ଗତ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଓପନର୍ ରୋହିତ ଶର୍ମାଙ୍କ ବ୍ୟତୀତ ଗୋଟିଏ ପରେ ଗୋଟିଏ ବ୍ୟାଟର୍ ଆଣ୍ଠେଇବା ପରେ ସୂର୍ଯ୍ୟ ଭଲ ପ୍ରଦର୍ଶନ କରିଥିଲେ । ଯାହାକି ତାଙ୍କ ବ୍ୟାଟିଂ କୌଶଳ ଓ ଚାପରେ ଭଲ ପ୍ରଦର୍ଶନ କରିବାର ପ୍ରତିଭାକୁ ସାରା ବିଶ୍ବ ଦେଖିଥିଲା ।
-
Shreyas Iyer dismissed for 4 from 16 balls. pic.twitter.com/YyN5ms7B6y
— Johns. (@CricCrazyJohns) October 29, 2023 " class="align-text-top noRightClick twitterSection" data="
">Shreyas Iyer dismissed for 4 from 16 balls. pic.twitter.com/YyN5ms7B6y
— Johns. (@CricCrazyJohns) October 29, 2023Shreyas Iyer dismissed for 4 from 16 balls. pic.twitter.com/YyN5ms7B6y
— Johns. (@CricCrazyJohns) October 29, 2023
ଏହା ବି ପଢନ୍ତୁ-Cricket World Cup 2023: ଇଂଲଣ୍ଡକୁ ଧୂଳି ଚଟାଇଲେ ଭାରତୀୟ ବୋଲର, ୧୦୦ ରନରେ ଜିତିଲା ଭାରତ
ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ସୂର୍ଯ୍ୟ ୪୯ ବଲ୍ରେ ୪୭ ରନ୍ କରି ବିଶ୍ବକପ୍ ସ୍କ୍ବାଡ୍ରେ ନିଜ ସ୍ଥାନ ପକ୍କା କରିଛନ୍ତି । ପୂର୍ବରୁ ସ୍କ୍ବାଡ୍ରେ ସ୍ଥାନ ପାଇଥିବା ବ୍ୟାଟର୍ ଶ୍ରେୟାସ ଆୟର ଏଯାବତ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ଏଥିରୁ ଏକ ପ୍ରକାର ସ୍ପଷ୍ଟ ଯେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ସ୍କ୍ବାଡ୍କୁ ଫେରିବା ପରେ ଶ୍ରେୟସଙ୍କ ସ୍ଥାନରେ ସୂର୍ଯ୍ୟକୁ ସୁଯୋଗ ମିଳିବାର ଅଧିକ ସମ୍ଭାବନା ରହିଛି । ଫଳରେ ଶ୍ରେୟାସଙ୍କ ଲାଗି ସୃଷ୍ଟି ହୋଇଛି ବିପଦ ।
ଭାରତୀୟ ଟିମର ପୂର୍ବତନ ଚୟନକର୍ତ୍ତା ଜତିନ ପାରାଞ୍ଜପେ କହିଛନ୍ତି, " ଆମେ ସମସ୍ତେ ଏଥିପ୍ରତି ଅବଗତ ଯେ ଟି-୨୦ ମ୍ୟାଚ୍ରେ ସୂର୍ଯ୍ୟ କୁମାର ଯାଦବ କଣ କରିପାରିବେ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ସୂର୍ଯ୍ୟ ବ୍ୟାଟିଂ ପାଇଁ ଆସିବା ପରେ ସ୍ଥିତି କଣ ତାହା ବୁଝିଥିଲେ ଓ ସେହି ଅନୁସାରେ ନିଜ କାମ କରିଥିଲେ । ଏହାସହିତ ଅଧିନାୟକ ରୋହିତ ଶର୍ମାଙ୍କ ଉପସ୍ଥିତି ମଧ୍ୟ ତାଙ୍କୁ ସାହାସ ଓ ସହାୟକ ହୋଇଥିଲା । ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କ ପ୍ରଦର୍ଶନୀ ବେଶ ଉଚ୍ଚକୋଟୀର ଥିଲା । ସେ ନିଜ ପସନ୍ଦ ପିକ-ଅପ ସଟ୍ ମଧ୍ୟ ଖେଳିଥିଲେ । ସ୍ଥିତିକୁ ବୁଝି ସେ ଭଲ ପ୍ରଦର୍ଶନ କରିଥିଲେ । ହାର୍ଦ୍ଦିକ ଫେରିବା ପରେ ଲୋକେଶ ରାହୁଲ ସେକେଣ୍ଡ ଡାଉନ୍ରେ ୪ର୍ଥ ସ୍ଥାନରେ ଖେଳିପାରିବେ । " ସୂର୍ଯ୍ୟ ବ୍ୟାଟିଂ ସମୟରେ ପୁରା ଗ୍ରାଉଣ୍ଡର ବ୍ୟବହାର କରନ୍ତି । ଅର୍ଥାତ ସେ ସବୁ ଦିଗରେ ବଡ଼ ବଡ଼ ସଟ୍ ଖେଳିଥାନ୍ତି । ଏଥିଲାଗି ସୂର୍ଯ୍ୟ ବେଶ ଜଣାଶୁଣା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ