ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଦ୍ବିତୀୟ ମ୍ୟାଚରେ ଆସନ୍ତାକାଲି (ବୁଧବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଏବେ ଦଳ ଏକାଦଶ ଚୟନକୁ ନେଇ ସମସ୍ୟା ସୃଷ୍ଟି ହୋଇଛି । ଷ୍ଟାର ବ୍ୟାଟର ଶୁଭମନ ଗିଲ ପ୍ରଥମ ମ୍ୟାଚ ଖେଳି ନଥିଲେ ତାଙ୍କ ସ୍ଥାନରେ ଈଶାନଙ୍କୁ ସ୍ଥାନ ମିଳିଥିଲା । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ 3 ସ୍ପିନରଙ୍କୁ ନେଇ ଖେଳିଥିବା ଭାରତ ପାଇଁ କାହାକୁ ଆଫଗାନିସ୍ତାନ ବିପକ୍ଷରେ ସୁଯୋଗ ମିଳିବ ତାକୁ ନେଇ ଭାରତ ଚିନ୍ତାରେ ପଡିଛି । ଅଧିକନାୟକ ରୋହତି ଶର୍ମା ଓ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ଏକାଦଶ ବାଛିବା ସମସ୍ୟା ହୋଇଛି । ବିଶେଷ କରି ବୋଲିଂରେ କାହାକୁ ସୁଯୋଗ ମିଳିବ ସେ ନେଇ ଦ୍ବନ୍ଦ ଉପୁଜିଛି ।
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ 3 ଜଣ ସ୍ପିନରଙ୍କୁ ନେଇ ଖେଳିଥିଲା । ସମସ୍ତ ଦମଦାର ବୋଲିଂ କରିଥିଲେ ଫଳରେ କଙ୍ଗାରୁ ଦଳ 199ରେ ଅଟକି ଯାଇଥିଲା । ରବୀନ୍ଦ୍ର ଜାଡେଜା 3ଟି ଓ କୂଳଦୀପ ଯାଦବ 2ଟି ଓ ଅଶ୍ବିନୀ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଆଫଗାନିସ୍ତାନ ବିପକ୍ଷରେ ଏହି 3 ସ୍ପିନରଙ୍କୁ ନେଇ ଖେଳିବ ନା ନାହିଁ ତାକୁ ନେଇ ଚିନ୍ତାରେ ଭାରତ । ଅଶ୍ବିନୀ 34 ରନ ଦେଇ 1ଟି ୱିକେଟ ନେଇଥିଲେ । କୁଳଦୀପ ଯାଦବ 42 ରନ ଦେଇ 2ଟି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା 28 ରନ ଦେଇ 3ଟି ୱିକେଟ ଅକ୍ତିଆର କରିଥିଲେ । 3 ସ୍ପିନରଙ୍କ ମଧ୍ୟରେ ଜାଡେଜାଙ୍କ ପ୍ରଦର୍ଶନ ଭଲ ଥିଲା ।
ଏହା ବି ପଢନ୍ତୁ...Cricket World Cup 2023: କେମିତି ଥିଲା କଠିନ ପରିସ୍ଥିତିର ଅନୁଭବ, ସେୟାର କଲେ କୋହଲି-ରାହୁଲ
ଅଭିଜ୍ଞ ଅଶ୍ବିନୀଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲା । ଯଦି ଭାରତ ତାର ଏକାଦଶରେ କିଛି ପରିବର୍ତ୍ତନ କରୁନାହିଁ ଏହି 3 ସ୍ପିନରଙ୍କୁ ନେଇ ଖେଳିବ ତେବେ କିଛି ପରିବର୍ତ୍ତନ ହେବ ନାହିଁ । ଦିଲ୍ଲୀରେ ବଡ ସ୍କୋର କରିବା ବିଶେଷ କରି ବ୍ୟାଟରଙ୍କ ଉପରେ ନିର୍ଭର କରିବ । ଯେପରି ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ବିପକ୍ଷରେ କରିଥିଲା । ପରିସ୍ଥିତିକୁ ଦେଖି ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷରେ ଏକାଦଶ ଚୟନକୁ ନେଇ ସସମ୍ୟା ଉପୁଜିପାରେ । ଅଭିଜ୍ଞ 37 ବର୍ଷୀୟ ରବିଚନ୍ଦ୍ରନ ଅଶ୍ବିନୀଙ୍କର ହୁଏତ ଏହା ତାଙ୍କର ଶେଷ ବିଶ୍ବକପ ହୋଇପାରେ । ହୁଏତ ସେ ଆଫଗାନିସ୍ଥାନ ବିପକ୍ଷ ମ୍ୟାଚ ଖେଳି ନପାରନ୍ତି । ଆଗାମୀ ମ୍ୟାଚରେ 3 ସ୍ପିନରଙ୍କୁ ନେଇ ମୈଦାନକୁ ଓହ୍ଲାଇବା ମେନ ଇନ ବ୍ଲ୍ୟୁ ପାଇଁ ସମ୍ଭବ ହୋଇନପାରେ । ଅଶ୍ବିନୀ 156 ଦିନିକିଆ ୱିକେଟ ନେଇଛନ୍ତି ।
ପ୍ରକାଶ ଥାଉକି, ଭାରତ ବିଶ୍ବକପ 2023ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । 5 ଥର ବିଶ୍ବକପ ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲା ଭାରତ । ଜବରଦସ୍ତ ବୋଲିଂ ବଳରେ କଙ୍ଗାରୁ ଦଳକୁ 199ରନରେ ଅଟକାଇ ଦେଇଥିଲା । 200ରନ ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲେ ବି ଷ୍ଟାର୍ ବ୍ୟାଟର ବିରାଟ କୋହଲି ଓ କେଏଲ ରାହୁଲଙ୍କ ଅଦ୍ଭୂତପୂର୍ବ ଭାଗୀଦାରୀ ବଳରେ ଭାରତ ବିଜୟ ହାସଲ କରିିଥିଲା । 6 ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ବିରାଟ କୋହଲି 85 ରନ ଓ କେଏଲ ରାହୁଲ ଅପରାଜିତ 97 ରନ କରିଥିଲେ ।