ETV Bharat / sports

World Cup 2023: ପାକିସ୍ତାନ ବନାମ ସାଉଥ ଆଫ୍ରିକା, ଟସ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି - ଟସ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇର ଚେପକ ଷ୍ଟାଡିୟମରେ ପାକିସ୍ତାନ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଉଛି ୨୬ତମ ଲିଗ୍‌ । ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଅଧିକ ପଢନ୍ତୁ

Pakistan Vs South Africa
Pakistan Vs South Africa
author img

By ETV Bharat Odisha Team

Published : Oct 27, 2023, 2:59 PM IST

Updated : Oct 27, 2023, 3:16 PM IST

ଚେନ୍ନାଇ: ଜାରି ରହିଛି କ୍ରିକେଟ ମହାକୁମ୍ଭ । ଆଜି (ଶୁକ୍ରବାର) ଚେନ୍ନାଇର ଚେପକ ଷ୍ଟାଡିୟମରେ ପାକିସ୍ତାନ ଓ ସାଉଥ ଆଫ୍ରିକା ମଧ୍ୟରେ ୨୬ତମ ଲିଗ୍‌ ଖେଳାଯାଉଛି । ପାକିସ୍ତାନ ଟସ୍‌ ଜିତିବା ପରେ ଗତ ୩ ବର୍ଷର ଫର୍ମୁଲାରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ । ଗୋଟିଏ ପଟେ ପାକିସ୍ତାନ କ୍ରମାଗତ ୩ଟି ପରାଜୟ ପରେ ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ବେଳେ ସାଉଥ ଆଫ୍ରିକା ମଧ୍ୟ ପାକିସ୍ତାନକୁ ହରାଇ ନିଜର ଅଲୋଡା ରେକର୍ଡ ଭାଙ୍ଗିବାକୁ ଉଦ୍ୟମ କରିବ । କାରଣ ୧୯୯୯ ବିଶ୍ବକପ ପର ଠାରୁ ପାକିସ୍ତାନକୁ ପରାଜିତ କରିପାରିନି ସାଉଥ ଆଫ୍ରିକା ।

  • " class="align-text-top noRightClick twitterSection" data="">

ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଟସ୍‌ ଜିତିବା ପରେ ବାବର କହିଛନ୍ତି, " ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟରେ ଆମ ପାଇଁ ଏବେ ସବୁ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ । ଆମକୁ ଏବେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ଆଦି ସମସ୍ତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷ କରି ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।" ଆଜି ମ୍ୟାଚ୍‌ରେ ପାକିସ୍ତାନ ସ୍କ୍ବାଡରେ ୨ଟି ପରିବର୍ତ୍ତନ କରିଛି । ହାସନ ଅଲ୍ଲି ଅସୁସ୍ଥ ଥିବା ବେଳେ ୱାସିମ ଜୁନିଅର ତାଙ୍କ ସ୍ଥାନରେ ଆସିଥିବା ବେଳେ ଓସାମା ମିରଙ୍କ ସ୍ଥାନରେ ମହମ୍ମଦ ନୱାଜକୁ ସ୍କ୍ବାଡକୁ ଫେରିଛନ୍ତି ।

ଏହା ବି ପଢନ୍ତୁ- World Cup 2023: ୧୯୯୯ରୁ ପାକିସ୍ତାନଠୁ ଜିତିପାରିନି ଦକ୍ଷିଣ ଆଫ୍ରିକା, କାଲି ଭାଙ୍ଗିପାରେ ଅଲୋଡା ରେକର୍ଡ

ସେପଟେ ସାଉଥ ଆଫ୍ରିକା ଟିମର ସ୍କ୍ବାଡରେ କାଗିସୋ ରବାଡାଙ୍କ ଅଣ୍ଟାରେ ଆଘାତ ଲାଗିଥିବା ଯୋଗୁଁ ସେ ଏହି ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି । ସାଉଥ ଆଫ୍ରିକା ଏବେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ପାକିସ୍ତାନ ଦୁର୍ବଳ ସ୍ଥିତିରେ ଥିବା ବେଳେ ସାଉଥ ଆଫ୍ରିକା ଏହି ମ୍ୟାଚ୍‌ ଜିତି ପ୍ରଥମତଃ ବିଜୟଧାରା ବଜାୟ ରଖିବାକୁ ଉଦ୍ୟମ କରିବ । ଆଉ ଦ୍ବିତୀୟରେ ପାକିସ୍ତାନଠୁ କ୍ରମାଗତ ୨ଟି ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ହାରିବାର ପ୍ରତିଶୋଧ ନେବ । ଏଣୁ ଉଭୟ ଟିମ ଲାଗି ଏହି ମ୍ୟାଚ୍‌ଟି ଜିତିବା ବେଶ ଗୁରୁତ୍ବପୂର୍ଣ୍ଣ ।

ସାଉଥ ଆଫ୍ରିକା ଦଳ: କ୍ବିଣ୍ଟନ ଡିକକ୍‌(W), ଟେମ୍ବା ବଭୁମା (ଅଧିନାୟକ), ରାସି ଭାନ ଡେର ଡୁସେନ, ଏଡେନ ମାର୍କ୍ରମ, ହେନରିଚ୍‌ କ୍ଲାସେନ, ଡେଭିଡ ମିଲର, ମାର୍କୋ ଜାନସେନ, ଗେରାଲ୍ଡ କୋଏଟଜି, କେଶବ ମହାରାଜ, ତାବରେଜ ସାମସି, ଲୁଙ୍ଗି ନିଗିଡି

ପାକିସ୍ତାନ ଦଳ: ଅବଦୁଲ୍ଲା ଶାଫିକ, ଇମାମ-ଉଲ-ହକ୍‌, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (W), ସୌଦ ଶକିଲ, ଶାଦବ ଖାନ, ଇଫ୍ତିଖାର ଅହମ୍ମଦ, ମହମ୍ମଦ ନୱାଜ, ଶାହିନ ଆଫ୍ରିଦି, ମହମ୍ମଦ ୱାସିମ ଜୁନିଅର, ହାରିସ ରୌଫ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 27, 2023, 3:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.