ETV Bharat / sports

ଶେଷ ହେଲା ବିଶ୍ବକପ, ଜାଣନ୍ତୁ କାହାକୁ ମିଳିଲା କେତେ ପୁରସ୍କାର ରାଶି

author img

By ETV Bharat Odisha Team

Published : Nov 20, 2023, 10:08 AM IST

ଆଇସିସି ପୁରୁଷ ବିଶ୍ବକପରେ ବିଜୟୀ ଦଳକୁ ମିଳିଲା 33କୋଟି ପୁରସ୍କାର ରାଶି । ଉପବିଜେତା ଭାରତ ପାଇଲା 16 କୋଟି ଟଙ୍କା । ଅଧିକ ପଢନ୍ତୁ

World Cup 2023 Prize Money
World Cup 2023 Prize Money

ହାଇଦ୍ରାବାଦ: ଶେଷ ହୋଇଛି ଆଇସିସି ପୁରୁଷ ବିଶ୍ବକପର 13 ତମ ସଂସ୍କରଣ । 45 ଦିନର ଲମ୍ବା ଯାତ୍ରା ପରେ ରୋମାଞ୍ଚକ ମୋଡରେ ଶେଷ ହୋଇଛି । ଚଳିତ ଥର ଭାରତ ବିଶ୍ବକପର ଆୟୋଜକ ଥିଲେ ମଧ୍ୟ ଫାଇନାଲରେ ଦଳ ପରାସ୍ତ ହୋଇଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତକୁ 6 ଓ୍ବିକେଟରେ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ବକପ ଟ୍ରଫି ହାତେଇଛି କଙ୍ଗାରୁ ଟିମ୍‌ । ମ୍ୟାଚ୍‌ ଶେଷ ହେବା ପରେ ବିଜେତା ଟିମକୁ ଟ୍ରଫି ସହ ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯାଇଛି। ନଜର ପକାନ୍ତୁ ବିଜେତା ଓ ଉପବିଜେତା ଦଳକୁ କେତେ ମିଳିଛି ଅର୍ଥରାଶି ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ 2023: ବ୍ୟାଟିଂରେ ବିରାଟ ଶ୍ରେଷ୍ଠ, ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ

ବିଶ୍ବକପ ଫାଇନାଲ ମ୍ୟାଚ ଜିତିବା ପରେ ଅଷ୍ଟ୍ରେଲିଆ ଦଳକୁ ଟ୍ରଫି ସହ 33 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ଉପବିଜେତା ଦଳ ଭାରତକୁ 16 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଦୁଇ ସେମିଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଦଳକୁ 6.63 କୋଟି ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଗ୍ରୁପ ପର୍ଯ୍ୟାୟରୁ ଅଭିଯାନ ଶେଷ କରୁଥିବା ଦଳ ମଧ୍ୟ ଖାଲି ହାତରେ ଫେରି ନାହିଁ । ସମସ୍ତ ଦଳକୁ 82.94 ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଗ୍ରୁପ୍‌ ମ୍ୟାଚ୍‌ଗୁଡ଼ିକରେ ବିଜୟୀ ଦଳଗୁଡିକୁ 33.17 ଲକ୍ଷ ଟଙ୍କା ଲେଖାଁଏ ଦିଆଯାଇଛି । ବିଶ୍ବକପ ପୁରସ୍କାର ବାବଦରେ ଆଇସିସି ମୋଟ 83 କୋଟି ଟଙ୍କା ପ୍ରଦାନ କରିଛି ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ୍‌ ୨୦୨୩: ୫ମରେ ବ୍ୟାଟିଂ କରି ରେକର୍ଡ, ରାହୁଲ୍‌ ଦ୍ରାବିଡ୍‌ଙ୍କୁ ପଛରେ ପକାଇଲେ କେଏଲ୍‌ ରାହୁଲ୍‌

ପ୍ରକାଶଥାଉ କି, ଚଳିତ ବିଶ୍ବକପରେ 10ଟି ଦଳ ମଧ୍ୟରେ ଜୋରଦାର ଫାଇଟ ହୋଇଥିଲା । ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ବିଶ୍ବକପ୍‌ର ସମସ୍ତ ମ୍ୟାଚ୍‌ ଅହମ୍ମଦାବାଦ ଓ ବେଙ୍ଗାଲୁରୁ ସମେତ ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୌହାଟୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ ଓ ମୁମ୍ବାଇରେ ଖେଳାଯାଇଥିଲା । ବିଶ୍ବକପ ଫାଇନାଲ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଏଥିରେ 6 ଓ୍ବିକେଟରେ ଭାରତକୁ ହରାଇ ଟ୍ରଫି ହାତେଇଛି କଙ୍ଗାରୁ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.