ETV Bharat / sports

World Cup 2023: ମ୍ୟାଚ ବେଳେ ଗ୍ରାଉଣ୍ଡକୁ ଏଣ୍ଟ୍ରିର ଭିଡିଓ ଜାରି କଲେ ଜାର୍ଭୋ, କୋହଲି ତାଙ୍କ କାମକୁ ପସନ୍ଦ କରିଥିବା କଲେ ଦାବି - ଭାରତ ଅଷ୍ଟ୍ରେଲିଆ ମ୍ୟାଚ ଗ୍ରାଉଣ୍ଡରେ ଜାର୍ଭୋ

ଅକ୍ଟୋବର 8 ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଅଚାନକ ଗ୍ରାଉଣ୍ଡକୁ ଏଣ୍ଟ୍ରି କରିଥିଲେ ଇଂଲଣ୍ଡର ଜଣାଶୁଣା ୟୁ ଟ୍ୟୁବର ଡାନିଏଲ ଜାର୍ଭୋ । କୋହଲି ତାଙ୍କ କାମକୁ ପ୍ରଶଂସା କରିଥିବା କହିଛନ୍ତି । ଅଧିକ ପଢନ୍ତୁ

Cricket World Cup 2023
jarvo release match pitch invasion video
author img

By ETV Bharat Odisha Team

Published : Oct 10, 2023, 2:07 PM IST

ହାଇଦ୍ରାବାଦ: ଇଂଲଣ୍ଡର ଜଣାଶୁଣା ୟୁ ଟ୍ୟୁବର ଡାନିଏଲ ଜାର୍ଭୋ (Jarvo 69) କ୍ରିକେଟ ବିଶ୍ବକପ ଭାରତ ଅଷ୍ଟ୍ରେଲିଆ ମ୍ୟାଚ ସମୟରେ ଅଚାନକ ପଡିଆ ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଗ୍ରାଉଣ୍ଡ ଷ୍ଟାଫ ତାଙ୍କୁ ଗ୍ରାଉଣ୍ଡରୁ ବାହାର କରିଥିଲେ । ଜାର୍ଭୋଙ୍କର ଏପରି କାର୍ଯ୍ୟ ପାଇଁ କିଛି ସମୟ ଖେଳ ବାଧାପ୍ରାପ୍ତ ହୋଇଥିଲା । ଏବେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଡାନିଏଲ ଜାର୍ଭୋ ଭିଡିଓ ଡାରି କରି ଭାରତୀୟ ଷ୍ଟାର ବ୍ୟାଟର କିଙ୍ଗ କୋହଲି ତାଙ୍କ କାମକୁ ପସନ୍ଦ କରୁଥିବା ଦାବି କରିଛନ୍ତି ।

ଜାର୍ଭୋଙ୍କର ପଡିଆକୁ ଧସେଇ ପଶିବା ବେଳର ଭିଡିଓ ଭାଇରାଲ ହେଉଛି । ଜାର୍ଭୋ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଭିଡିଓକୁ ଅପଲୋଡ କରିଛନ୍ତି । ବହୁ ପ୍ରତୀକ୍ଷିତ କ୍ରିକେଟ ବିଶ୍ବକପରେ ଭାରତ ପାଇଁ ଡେବ୍ୟୁ କରିଥିବା କ୍ୟାପ୍ସନରେ ଲେଖା ହୋଇଛି । ଏହି ଭିଡିଓକୁ 1.4 ମିଲିୟନ ଲୋକ ଦେଖିଛନ୍ତି । କିଙ୍ଗ କୋହଲି ତାଙ୍କ କାମକୁ ପସନ୍ଦ କରୁଥିବା ଦାବି କରିଛନ୍ତି ଜାର୍ଭୋ ।

ଏହା ବି ପଢନ୍ତୁ...ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ବେଳେ ପଡିଆକୁ ପ୍ରବେଶ କରିଥିଲେ ଜାର୍ଭୋ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଏହା ବି ପଢନ୍ତୁ...Cricket World Cup 2023: ଟିମ୍‌ ଇଣ୍ଡିଆ ଜର୍ସିରେ ଡେବ୍ୟୁ କଲେ Jarvo 69 ! ବ୍ୟାନ୍‌ କରିଦେଲା ଆଇସିସି

କଣ ପୁରା ମାମଲା: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅକ୍ଟୋବର 8 ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଚାଲିଥିଲା । ଭାରତ ପ୍ରଥମେ ବୋଲିଂ କରୁଥିଲା । କିଛି ସମୟ ଖେଳ ପରେ ଅଚାନକ ପଡିଆକୁ ପଶି ଆସିଥିଲେ ଇଂଲଣ୍ଡର ଜଣାଶୁଣା ୟୁ ଟ୍ୟୁବର ଡାନିଏଲ ଜାର୍ଭୋ (Jarvo 69) । 69 ଲେଖାଥିବା ଭାରତୀୟ ଜର୍ସି ପିନ୍ଧି ଏଣ୍ଟ୍ରି ମାରିଥିଲେ ଜାର୍ଭୋ । ସେ ସିଧାସଳଖ କିଙ୍ଗ କୋହଲିଙ୍କ ପାଖକୁ ଚାଲି ଯାଇଥିଲେ । କୋହଲି ତାଙ୍କୁ ପଡିଆରୁ ବାହାରକୁ ଯିବାକୁ ପରାମର୍ଶ ଦେଇଥିଲେ । ୱିକେଟ କିପର କେଏଲ ରାହୁଲ ମଧ୍ୟ ତାଙ୍କୁ ପଡିଆରୁ ଯିବାକୁ କହିଥିବା ଦେଖିବାକୁ ମିଳିଥିଲା ।

ଏହାପରେ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ନେବା ସହ ଗ୍ରାଉଣ୍ଡରୁ ବାହାର କରିଥିଲେ । ଏହାପରେ ଜାର୍ଭୋଙ୍କୁ ବ୍ୟାନ କରିଥିଲା ଆଇସିସି । ପଡିଆକୁ ଅଚାନକ ଏପରି ପ୍ରବେଶ କରିବା ନେଇ ଖେଳାଳିଙ୍କ ସୁରକ୍ଷା ଉପରେ ମ୍ୟାଚ ଆୟୋଜକ ପ୍ରଶ୍ନ ଉଠାଇଥିଲେ । କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇସିସି ଜାର୍ଭୋଙ୍କୁ ପରବର୍ତ୍ତୀ ସମସ୍ତ ମ୍ୟାଚରୁ ବାସନ୍ଦ କରିଥିଲେ । ସେ ଆଉ ଅନ୍ୟ କୌଣସି ମ୍ୟାଚ ଦେଖିବା ପାଇଁ ଗ୍ରାଉଣ୍ଡକୁ ଯାଇପାରିବେ ନାହିଁ ।

କ୍ରିକେଟ ଖେଳ ମଝିରେ ଜାର୍ଭୋ ଏହି ପରି ପଡିଆକୁ ଏଣ୍ଟ୍ରି ମାରିବା ନୂଆ ନୁହେଁ । ପୂର୍ବରୁ ଏହିପରି କରି ସାରିଛନ୍ତି ଜାର୍ଭୋ । 2011ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ 3 ମ୍ୟାଚରେ ଜାର୍ଭୋ ଏହିପରି ପଡିଆକୁ ଧଶେଇ ପଶିଥିଲେ । ପୂର୍ବରୁ ଏଭଳି ବିଶୃଙ୍ଖଳିତ ବ୍ୟବହାର ପାଇଁ ତାଙ୍କୁ ଇଂଲଣ୍ଡ ଗ୍ରାଉଣ୍ଡରୁ ବାସନ୍ଦ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.