ETV Bharat / sports

World Cup 2023: ନବରାତ୍ରୀ ପାଇଁ ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ - ଭାରତ ଓ ପାକିସ୍ତାନ ମ୍ୟାଚ୍‌

ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ । ହେଲେ ସମସ୍ତଙ୍କ ନଜର ରହିଛି ଅକ୍ଟୋବର ୧୫ରେ ହେବାକୁ ଥିବା ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଉପରେ । ହେଲେ ଏହି ହାଇପ୍ରୋଫାଇଲ ମ୍ୟାଚ୍‌ର ତାରିଖ ପରିବର୍ତ୍ତନ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ
ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ
author img

By

Published : Jul 28, 2023, 5:11 PM IST

ମୁମ୍ବାଇ: ପ୍ରଶଂସକଙ୍କ ମନରେ ଭରିଲାଣି ଉତ୍କଣ୍ଠା । ଆଉ ଦିନ କେଇଟାର ଅପେକ୍ଷା । ଆରମ୍ଭ ହେବ ଦିନିକିଆ କ୍ରିକେଟ୍‌ ମହାକୁମ୍ଭ । ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ । ଅକ୍ଟୋବର ୫ରୁ ଆରମ୍ଭ ହେବ ଏହି ହାଇ ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ । ହେଲେ ସମସ୍ତଙ୍କ ନଜର ରହିଛି ଅକ୍ଟୋବର ୧୫ରେ ହେବାକୁ ଥିବା ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଉପରେ । କିନ୍ତୁ ଏହି ମ୍ୟାଚ୍‌ ତାରିଖ ନେଇ ଏହାରି ଭିତରେ ଏକ ବଡ଼ ଅପଡେଟ୍‌ ଆସିଛି । ଏହି ହାଇପ୍ରୋଫାଇଲ ମ୍ୟାଚ୍‌ର ତାରିଖ ପରିବର୍ତ୍ତନ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ବକପ୍ ମ୍ୟାଚ୍‌ ତାରିଖରେ ପରିବର୍ତ୍ତନ ହୋଇପାରେ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ସୁରକ୍ଷା ଦୃଷ୍ଟିରୁ ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ର ତାରିଖରେ ପରିବର୍ତ୍ତନ ହୋଇପାରେ । ଏହି ମ୍ୟାଚ୍‌ରେ ଲକ୍ଷାଧିକ ଦର୍ଶକ ଷ୍ଟାଡିୟମରେ ରହିବେ । ଆଉ ଏଥିରେ ସୁରକ୍ଷା ବ୍ୟବସ୍ଥା ପାଇଁ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରିବାକୁ ପଡ଼ିବ । କିନ୍ତୁ ସେହିଦିନଠାରୁ ନବରାତ୍ରୀ ଆରମ୍ଭ ହେବାକୁ ଥିବାରୁ ଏତେ ପରିମାଣରେ ସୁରକ୍ଷାକର୍ମୀ କିମ୍ବା ପୋଲିସ ମୁତୟନ କରାଯାଇପାରିବ ନାହିଁ । କାରଣ ଗୁଜୁରାଟରେ ନବରାତ୍ରୀ ପୂଜା ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ ଏବଂ ସେଠାରେ ମଧ୍ୟ ଅନେକ ସୁରକ୍ଷାକର୍ମୀଙ୍କର ଆବଶ୍ୟକତା ରହିଥାଏ । ସେଥିପାଇଁ ଆଗାମୀ ଦିନରେ ଅହମ୍ମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲାର ତାରିଖ ବଦଳିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଚଳିତ ସିଜିନ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଘୋଷଣା କଲା BCCI, ପୁଣି ନିରାଶ ବାରବାଟୀ

କିନ୍ତୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । ଖୁବ୍‌ଶୀଘ୍ର ଏନେଇ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ଘୋଷଣା କରାଯିବ ବୋଲି ସୂଚନା ମିଳିଛ । ସୂଚନାଯୋଗ୍ୟ, ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଦର୍ଶକ ବସିବା ଭଳି ସାମର୍ଥ୍ୟ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଏହି ବିଶ୍ବକପ୍‌ର ୪ଟି ମ୍ୟାଚ୍‌ ଆୟୋଜନ କରିବ । ନ୍ୟୁଜିଲାଣ୍ଡ୍‌-ଇଂଲଣ୍ଡ୍‌, ଭାରତ-ପାକିସ୍ତାନ, ଇଂଲଣ୍ଡ୍-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ହାଇପ୍ରୋଫାଇଲ ମ୍ୟାଚ୍‌ ସମେତ ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ଏହି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଧାର୍ଯ୍ୟ ହୋଇଛି । ଦେଶର ୧୦ଟି ସହରରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ର ସେମିଫାଇନାଲ୍‌ ମ୍ୟାଚ୍‌ ମୁମ୍ବାଇ ଓ କୋଲ୍‌କାତାରେ ଆୟୋଜନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.