ETV Bharat / sports

ବିଶ୍ବକପ୍‌ ୨୦୨୩ ଫାଇନାଲ: ଭବ୍ୟ ଉତ୍ସବକୁ ନିମନ୍ତ୍ରିତ ହୋଇନାହାନ୍ତି ବିଶ୍ବ ବିଜୟୀ ଅଧିନାୟକ କପିଲ୍‌ ଦେବ, ପ୍ରଶଂସକ ଖପ୍ପା

author img

By ETV Bharat Odisha Team

Published : Nov 19, 2023, 8:36 PM IST

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ରେ ବିଶ୍ବ ବିଜୟୀ ଅଧିନାୟକମାନଙ୍କୁ ସମ୍ମାନିତ କରିବା ପାଇଁ ବିସିସିଆଇ ଓ ଆଇସିସି କାର୍ଯ୍ୟକ୍ରମ ସ୍ଥିର କରିଥିବା କୁହାଯାଉଥିଲା । ହେଲେ ଏଥିପାଇଁ କପିଲ୍‌ ଦେବଙ୍କୁ ନିମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଛି । କପିଲ ନିଜେ ଏଭଳି କହୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଅଧିକ ପଢ଼ନ୍ତୁ

ବିଶ୍ବକପ୍‌ ୨୦୨୩ ଫାଇନାଲକୁ ନିମନ୍ତ୍ରିତ ହୋଇନାହାନ୍ତି କପିଲ୍‌ ଦେବ

ଅହମଦାବାଦ: ଭାରତରେ ଚାଲିଛି କ୍ରିକେଟ୍‌ ମହୋତ୍ସବ । ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମରେ ଖେଳାଯାଉଛି ସବୁଠାରୁ ବଡ଼ ମ୍ୟାଚ୍‌ । ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ଏଥିପାଇଁ ବିସିସିଆଇ ଓ ଆଇସିସି ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ବହୁ ଭିଭିଆଇପିମାନଙ୍କୁ ଖେଳ ଦେଖିବାକୁ ନିମନ୍ତ୍ରଣ କରାଯାଇଛି । ହେଲେ ଭାରତକୁ ପ୍ରଥମ ବିଶ୍ବକପ୍‌ ଜିତାଇଥିବା ବିଶ୍ବ ବିଜୟୀ ଅଧିନାୟକ କପିଲ୍‌ ଦେବଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ଯାହାକୁ ନେଇ ବିବାଦ ସାମ୍ନାକୁ ଆସିଛି ।

ବିଶ୍ବକପ୍‌ ୨୦୨୩ର ଅନ୍ତିମ ମ୍ୟାଚ୍‌ରେ ସମସ୍ତ ବିଶ୍ବ ବିଜୟୀ ଅଧିନାୟକମାନଙ୍କୁ ସମ୍ମାନିତ କରିବା ପାଇଁ ବିସିସିଆଇ ଓ ଆଇସିସି ଭବ୍ୟ ଆୟୋଜନ କରିଥିବା କୁହାଯାଉଥିଲା । ହେଲେ ମିଡିଆ ରିପୋର୍ଟ ଅନୁସାରେ ଭାରତର ପ୍ରଥମ ବିଶ୍ବ ବିଜୟୀ ଅଧିନାୟକ କପିଲ ଦେବଙ୍କୁ ଏହି ମ୍ୟାଚ୍‌କୁ ନିମନ୍ତ୍ରଣ କରାଯାଇନାହିଁ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଭିଡିଓରେ ଭାରତୀୟ ପୂର୍ବତନ ବିଶ୍ବ ବିଜୟୀ ଅଧିନାୟକ କପିଲ ଦେବ କହୁଛନ୍ତି ଯେ ତାଙ୍କୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ବିଶ୍ବକପ୍‌ ଫାଇନାଲ ଦେଖିବାକୁ ନିମନ୍ତ୍ରଣ କରାଯାଇନାହିଁ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ୟୁଜର୍ସ କ୍ରମାଗତ ଭାବରେ ଏଥିରେ କମେଣ୍ଟ ଦେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: କଙ୍ଗାରୁ ଫାଶରେ ଫସିଲେ ଭାରତୀୟ ବ୍ୟାଟର, ଅଷ୍ଟ୍ରେଲିଆକୁ ୨୪୧ ଟାର୍ଗେଟ୍‌

ଏହି ଭିଡିଓରେ କପିଲ କହୁଛନ୍ତି, "ମୋତେ ନିମନ୍ତ୍ରଣ କରାଯାଇ ନାହିଁ, ସେଥିପାଇଁ ମୁଁ ସେଠାକୁ ଯାଇନାହିଁ । ମୁଁ ଚାହୁଁଥିଲି ମୋର ୧୯୮୩ ବିଶ୍ବକପ୍‌ ଟିମ୍‌କୁ ନିମନ୍ତ୍ରଣ କରିଥିଲେ ଏହା ଆମପାଇଁ ଅଧିକ ସମ୍ମାନର କଥା ହୋଇଥାନ୍ତା । ହେଲେ ଅତ୍ୟଧିକ କାମ ବ୍ୟସ୍ତତା ଭିତରେ ଲୋକ ଡାକିବା ପାଇଁ ଭୁଲିଯାଆନ୍ତି ।" ତେବେ ଏହି ବଡ଼ ମ୍ୟାଚ୍‌ ପାଇଁ ଅନେକ ପୂର୍ବତନ କ୍ରିକେଟରଙ୍କ ସମେତ ଅନେକ ବଡ଼ ବଡ଼ ତାରକାଙ୍କୁ ନିମନ୍ତ୍ରଣ କରାଯାଇଥିବା କୁହାଯାଉଥିଲା । ସଚିନ ତେନ୍ଦୁଲକର, ଶାହାରୁଖ ଖାନ, ରଣବୀର ସିଂହ, ଦୀପିକା ପାଦୁକୋନଙ୍କ ସମେତ ବହୁ ପ୍ରସିଦ୍ଧ ଚେହେରା ପଡ଼ିଆରେ ଟିମ ଇଣ୍ଡିଆ ପାଇଁ ଚିଅର୍‌ ଅପ୍‌ କରୁଛନ୍ତି । କିନ୍ତୁ ଭାରତ ପାଇଁ ପ୍ରଥମ ବିଶ୍ବକପ୍‌ ଜିତିଥିବା ଅଧିନାୟକ କପିଲ ଦେବଙ୍କୁ ନିମନ୍ତ୍ରଣ କରାନଯିବାକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି । ଏଭଳି ଦାୟିତ୍ବହୀନତା ଯୋଗୁଁ ଅନେକ ବିସିସିଆଇକୁ ସମାଲୋଚନା ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.