ମୁମ୍ବାଇ: କ୍ରିକେଟ ମହାକୁମ୍ଭ ବିଶ୍ବକପ ୨୦୨୩ର ୧୮ତମ ଲିଗ୍ ମ୍ୟାଚ୍ । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମ୍ୟାଚରେ ୭ ୱିକେଟରେ ବିଜୟୀ ହେଲା ଭାରତ । କିଙ୍ଗ କୋହଲିଙ୍କ ଦମଦାର ଶତକ ବଳରେ ଭାରତ ସହଜ ବିଜୟ ହାସଲ କରିଛି । ୪୧.୩ ଓଭର ସୁଦ୍ଧା ଭାରତ ବିଜୟ ହୋଇଥିବା ବେଳେ ପରାଜୟ ବରଣ କରିଛି ବାଂଲାଦେଶ ।
-
Virat Kohli slams his 48th ODI ton in an emphatic India win in Pune 🔥 @mastercardindia Milestones 🏏 #CWC23 | #INDvBAN pic.twitter.com/iC8i2Bf7dR
— ICC (@ICC) October 19, 2023 " class="align-text-top noRightClick twitterSection" data="
">Virat Kohli slams his 48th ODI ton in an emphatic India win in Pune 🔥 @mastercardindia Milestones 🏏 #CWC23 | #INDvBAN pic.twitter.com/iC8i2Bf7dR
— ICC (@ICC) October 19, 2023Virat Kohli slams his 48th ODI ton in an emphatic India win in Pune 🔥 @mastercardindia Milestones 🏏 #CWC23 | #INDvBAN pic.twitter.com/iC8i2Bf7dR
— ICC (@ICC) October 19, 2023
ଏହି ମ୍ୟାଚ୍ରେ ୨ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ୍ଙ୍କ ମଧ୍ୟରେ ପାର୍ଟନରସିପ ଭଲ ଦେଖିବାକୁ ମିଳିଥିଲା । ଫଳରେ ଉଭୟ ମ୍ୟାଚ୍ ପ୍ରାରମ୍ଭରୁ ବ୍ୟାଟିଂ ଫର୍ମକୁ ସୁଦୃଢ ରଖିଥିଲେ । ଦୁର୍ଭାଗ୍ୟବଶତଃ ହିଟମ୍ୟାନ ରୋହିତ ଶର୍ମା ମାତ୍ର ୨ ରନ୍ରୁ ଅର୍ଦ୍ଧଶତକ କରିବାରେ ବଞ୍ଚିତ ହୋଇଥିଲେ । ରୋହିତ ୪୦ ବଲ୍ ଖେଳି ୭ଟି ଚୌକା ଓ ୨ଟି ଛକା ସହ ୪୮ ରନ୍ ସଂଗ୍ରହ କରିଥିଲେ । ରୋହିତ ୧୨୦ ଷ୍ଟ୍ରାଇକ୍ ରେଟ୍ ସହିତ ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା । ସେପଟେ ଡେଙ୍ଗୁରୁ ସୁସ୍ଥ ହୋଇ ୨ୟ ମ୍ୟାଚ୍ ଖେଳୁଥିବା ଗିଲ୍ ୫୫ ବଲ୍ ଖେଳି ୫ଟି ଚୌକା ଓ ୨ଟି ଛକା ସହ ୫୩ ରନ୍ କରିଥିଲେ ।
-
CWC2023. India Won by 7 Wicket(s) https://t.co/h882jYJMq3 #INDvBAN #CWC23
— BCCI (@BCCI) October 19, 2023 " class="align-text-top noRightClick twitterSection" data="
">CWC2023. India Won by 7 Wicket(s) https://t.co/h882jYJMq3 #INDvBAN #CWC23
— BCCI (@BCCI) October 19, 2023CWC2023. India Won by 7 Wicket(s) https://t.co/h882jYJMq3 #INDvBAN #CWC23
— BCCI (@BCCI) October 19, 2023
ଏହା ବି ପଢନ୍ତୁ- Cricket World Cup 2023: ଖେଳୁନାହାନ୍ତି ଷ୍ଟାର ଅଲରାଉଣ୍ଡର ଶାକିବ, ଦଳ ଉପରେ ପଡ଼ିବ କି ଭାରି ?
ପ୍ରଥମ ୱିକେଟ ପତନ ପରେ ମୈଦାନକୁ ଓହ୍ଲାଇଥିଲେ କିଙ୍ଗ କୋହଲି । କୋହଲି ଦମଦାର ବ୍ୟାଟିଂ କରି ବିଶ୍ବକପ୍ରେ ପ୍ରଥମ ଶତକ ହାସଲ କରିଛନ୍ତି । କୋହଲି ୯୭ ବଲ୍ ଖେଳି ୬ଟି ଚୌକା ଓ ୪ଟି ଚୌକା ସହ ୧୦୩ ରନ୍ ସଂଗ୍ରହ କରିଛନ୍ତି । କୋହଲିଙ୍କ ଦମଦାର ଶତକ ଫଳରେ ଭାରତ ନିଜର ବିଜୟଧାରା ବଜାୟ ରଖିଛି । ଭାରତ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୪ଟିରେ ବିଜୟ ହାସଲ କରିଛି । ସେପଟେ ଅନ୍ୟ ଭାରତୀୟ ବ୍ୟାଟର୍ଙ୍କ ମଧ୍ୟରେ ଶ୍ରେୟାସ ଆୟର ଓ କେଏଲ ରାହୁଲ ଯଥାକ୍ରମେ ୧୯ ଓ ୩୪ ରନ୍ ସ୍କୋରକାର୍ଡରେ ଯୋଡ଼ିଥିଲେ ।
ଏହା ବି ପଢନ୍ତୁ- World Cup 2023: ହସ୍ପିଟାଲ ଗଲେ ହାର୍ଦ୍ଦିକ, କରିବେନି ବ୍ୟାଟିଂ !
ଏହି ମ୍ୟାଚ୍ରେ ବାଂଲାଦେଶ ଟିମର ବୋଲିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ମେହିଦି ହାସନ କେବଳ ୨ଟି ୱିକେଟ ନେବାରେ ସଫଳ ହୋଇଥିବା ବେଳେ ହାସନ ମହମ୍ମଦଙ୍କୁ ମିଳିଥିଲା ମାତ୍ର ଗୋଟିଏ ୱିକେଟ । ମେହିଦି ୧୦ ଓଭର ବୋଲିଂ କରି ୪୭ ରନ୍ ଦେଇଥିବା ବେଳେ ହାସନ ୮ ଓଭର ବୋଲିଂ କରି ୬୫ ରନ୍ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ