ETV Bharat / sports

Women's one-off Test: ଫଲୋଅନ ପରେ ପରାଜୟ ଏଡାଇବାକୁ ଭାରତର ସଂଘର୍ଷ - ଭାରତର ଦ୍ବିତୀୟ ଇଂନିସ ବ୍ୟାଟିଂ

ଲଞ୍ଚ୍‌ ସୁଦ୍ଧା ଭାରତର ଦ୍ବିତୀୟ ଇଂନିସ ସ୍କୋର 29/1 ରହିଛି ମାତ୍ର ଏବେବି ଇଂଲଣ୍ଡର ପ୍ରଥମ ଇଂନିସ ସ୍କୋର ଠାରୁ 136 ରନ୍‌ ପଛରେ ରହିଛି ।

Women's one-off Test: India lose Smriti early after follow-on
Women's one-off Test: ଫଲୋଅନ ପରେ ପରାଜୟ ଏଡାଇବାକୁ ଭାରତର ସଂଘର୍ଷ
author img

By

Published : Jun 18, 2021, 9:00 PM IST

ବ୍ରିଷ୍ଟଲ୍‌: ଭାରତ ଓ ଇଂଲଣ୍ଡ ମହିଳା ଟିମ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟରେ ଭ୍ରମଣକାରୀ ଟିମର ସଂଘର୍ଷ ଜାରି ରହିଛି । ଇଂଲଣ୍ଡ ଠାରୁ ଫଲୋଅନ ମିଳିବା ପରେ ଦ୍ବିତୀୟ ଇଂନିସ ବ୍ୟାଟିଂ ଜାରି ରଖିଛି ଭାରତ । ଲଞ୍ଚ୍‌ ସୁଦ୍ଧା ଭାରତର ଦ୍ବିତୀୟ ଇଂନିସ ସ୍କୋର 29/1 ରହିଛି ମାତ୍ର ଏବେବି 136 ରନ୍‌ ପଛରେ ରହିଛି । ଓପନର ସ୍ମୃତି ମାନ୍ଧାନାଙ୍କ ୱିକେଟ ଶୀଘ୍ର ହରାଇଛି ।

ବାମହାତୀ ସ୍ପିନର ସୋଫି ଏକଲେଷ୍ଟୋନଙ୍କ 4ଟି ୱିକେଟ ଅକ୍ତିଆର କରିବା ପରେ ଭାରତ 231 ରନରେ ଅଲଆଉଟ୍‌ ହୋଇଥିଲା । ଫଳରେ ଘରୋଇ ଟିମ୍‌କୁ 165 ରନ୍‌ର ପ୍ରଥମ ଇଂନିସ ଅଗ୍ରଣୀ ମିଳିଥିଲା । ଏଥିସହ ଇଂଲଣ୍ଡ ଫଲୋଅନ ଦେବା ସହ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଛି ।

ଓପନିଂରେ ଯୋଡିରେ ଦୁଇ ଭାରତୀୟ ଓପନର ଶେଫାଳ ବର୍ମା ଓ ସ୍ମୃତି ମାନ୍ଧାନା ଦମଦାର ଭାଗିଦାରୀ ସହ 167 ରନ୍‌ ଯୋଡିଥିଲେ । ଶେଫାଳି 96 ଓ ସ୍ମୃତି 78 ରନରେ ଆଉଟ ହୋଇଥିଲେ । ଏହାପରେ ମାତ୍ର 16 ରନ୍‌ ମଧ୍ୟରେ 5ଟି ୱିକେଟ ହରାଇ ବିପର୍ଯ୍ୟୟ ସାମ୍ନା କରିଥିଲା ଭାରତ । ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା 187 ରନରେ 5 ୱିକେଟ ହରାଇଥିଲା ଭ୍ରମଣକାରୀ ଦଳ ।

ପରେ ତୃତୀୟ ଦିନରେ ଅସମାପ୍ତ ସ୍କୋର୍‌ରୁ ଖେଳ ଆରମ୍ଭ କରିଥିବା ଭାରତ ବିନା କୌଣସି ରନ୍‌ରେ ହରମନପ୍ରୀତ କୌର ଓ ତାନିଆ ଭାଟିଆଙ୍କୁ ୱିକେଟ ହରାଇବା ପରେ ସଙ୍କଟରେ ପଡିଥିଲା । ଫଲୋଅନ ଏଡାଇବାକୁ ଶେଷକ୍ରମ ଖେଳାଳି ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ସ୍ନେହ ରାଣା ମଧ୍ୟ ଶୀଘ୍ର ଆଉଟ ହୋଇଥିଲେ । ପରେ ନବମ ୱିକେଟ ଯୋଡିରେ 33 ରନ୍‌ ଯୋଡିଥିଲେ ପୂଜା ବସ୍ତ୍ରକର ଓ ଦିପ୍ତୀ ଶର୍ମା ।

ଇଂଲଣ୍ଡ କ୍ୟାପଟେନ ହେଥର ନାଇଟ ଦୁଇଟି ୱିକେଟ ହାସଲ କରିବାପରେ ମୋଟ ଜଣ ଭାରତୀୟ ଖେଳାଳିଙ୍କୁ ସ୍ପିନ ବୋଲିଂର ଶିକାର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.