ETV Bharat / sports

Women's ODI Rankings: ଲାଉରା ନୂଆ ନମ୍ବର ୧, ଷଷ୍ଠକୁ ଉଠିଲେ ମିତାଲି - ମହିଳା ଦିନିକିଆ ମାନ୍ୟତା

ପ୍ରକାଶ ପାଇଛି ICC ମହିଳା ODI ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ କ୍ୟାପଟେନ ମିତାଲି ରାଜ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

Women's ODI Rankings: Mithali Raj rises to 6th, Wolvaardt displaces Healy from top spot
Women's ODI Rankings: ଲାଉରା ନୂଆ ନମ୍ବର ୧, ଷଷ୍ଠକୁ ଉଠିଲେ ମିତାଲି
author img

By

Published : Mar 29, 2022, 10:07 PM IST

ଦୁବାଇ: ପ୍ରକାଶ ପାଇଛି ICC ମହିଳା ODI ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ କ୍ୟାପଟେନ ମିତାଲି ରାଜ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକୀୟ ଓପନର ଲାଉରା ୱଲଭାରଡଟ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ ସହ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି ।

ୱଲଭାରଡଟ ଏଯାବତ ଚଳିତ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ୪୩୩ ରନ୍‌ ସଂଗ୍ରହ କରି ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ରହିଛନ୍ତି । ୭ଟି ଇଂନିସରୁ ସେ ୫ଟି ଅର୍ଦ୍ଧଶତକୀୟ ଇଂନିସ ଖେଳିସାରିଛନ୍ତି । ଏପରିକି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ବିଜେତା ଦାବିଦାର ଅଷ୍ଟ୍ରେଲିଆ ବିପକ୍ଷରେ ୯୦ ରନ୍‌ର ଇଂନିସ ତାଙ୍କର ଚଳିତ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋର । ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଦମଦାର ଫର୍ମରେ ଥିବା ୱଲଭାରଡଟ ଦୁଇ ଜଣ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ପଛରେ ପକାଇ ସଦ୍ୟତମ ODI ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି ।

ଫଳରେ ଆଲେସ ହେଲି ନିଜର ଶୀର୍ଷ ସ୍ଥାନ ହରାଇଛନ୍ତି । ଅଷ୍ଟ୍ରେଲୀୟ ୱିକେଟକିପର ବ୍ୟାଟ୍‌ର ହେଲି ୪ଟି ସ୍ଥାନ ହରାଇ ମହିଳା ODI ମାନ୍ୟତାର ପଞ୍ଚମ ସ୍ଥାନକୁ ଖସିଆସିଛନ୍ତି । ତେବେ ବେଥ ମୁନି ଦ୍ବିତୀୟ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି । ଅଷ୍ଟ୍ରେଲୀୟ କ୍ୟାପଟେନ ମେଗ ଲାନିଙ୍ଗ ତୃତୀୟ, ଇଂଲଣ୍ଡ ଭେଟେରାନ ନାଟ ସ୍କିଭର ଚତୁର୍ଥ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅର୍ଦ୍ଧଶତକୀୟ ଇଂନିସ ଯୋଗୁଁ ୩ଟି ସ୍ଥାନ ଉପରକୁ ଉଠି ମିତାଲି ରାଜ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.