ETV Bharat / sports

ଅନିଶ୍ଚିନ୍ତତା ଭିତରେ ମହିଳା IPL - ମହିଳା ଆଇପିଏଲ

2023ରୁ ଆରମ୍ଭ ହୋଇଥାନ୍ତା ଫଟାଫଟ ମହିଳା ଆଇପିଏଲ । ହେଲେ ତାହା ଆଶା ଆଶଙ୍କା ଭିତରେ ରହିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି 2023 ରୁ ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ଦକ୍ଷ ଖେଳାଳିଙ୍କ ଅଭାବକୁ ଦୃଷ୍ଟିରେ ରଖି ମହିଳା ଆଇପିଏଲ ଆରମ୍ଭ କରିବା ସମ୍ଭବ ନୁହେଁ ବୋଲି ବୋର୍ଡର ଏକ ବିଭାଗ ପକ୍ଷରୁ ଜଣାପଡିଛି । ଅଧିକ ପଢନ୍ତୁ

ଅନିଶ୍ଚିନ୍ତତା ଭିତରେ ମହିଳା IPL
ଅନିଶ୍ଚିନ୍ତତା ଭିତରେ ମହିଳା IPL
author img

By

Published : Apr 13, 2022, 11:21 AM IST

କୋଲକାତା: 2023ରୁ ଆରମ୍ଭ ହୋଇଥାନ୍ତା ଫଟାଫଟ ମହିଳା ଆଇପିଏଲ । ହେଲେ ତାହା ଆଶା ଆଶଙ୍କା ଭିତରେ ରହିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି 2023 ରୁ ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏ ନେଇ ବିଚାରବିମର୍ଶ ମଧ୍ୟ ଆରମ୍ଭ ହୋଇଥିଲା । ହେଲେ ଦକ୍ଷ ଖେଳାଳିଙ୍କ ଅଭାବକୁ ଦୃଷ୍ଟିରେ ରଖି ମହିଳା ଆଇପିଏଲ ଆରମ୍ଭ କରିବା ସମ୍ଭବ ନୁହେଁ ବୋଲି ବୋର୍ଡର ଏକ ବିଭାଗ ପକ୍ଷରୁ ଜଣାପଡିଛି ।

ମହିଳା କ୍ରିକେଟର ପ୍ରୋତ୍ସାହନ ପାଇଁ ବିସିସିଆଇ ଯଥେଷ୍ଟ ଉଦ୍ୟମ କରିଛି କିନ୍ତୁ ମହିଳା କ୍ରିକେଟ୍ ପ୍ରତିଭା ପ୍ରତି ସ୍ଥିରତା ରହିଛି। ମହିଳା ଲିଗ୍ ଆରମ୍ଭ କରିବା ପ୍ରାୟ ଅସମ୍ଭବ ମନେ ହୋଇଛି ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି। ଆଇପିଏଲ ଲିଗ ପାଇଁ ମୁଖ୍ୟତଃ 4ରୁ 5ଟି ଦଳ ଦରକାର । ପୁରୁଷ କ୍ରିକେଟରଙ୍କ ସହ ସମାନ ହେବା ପାଇଁ ପାଖାପାଖି 5 ବର୍ଷ ଲାଗିବ । ଆନ୍ତର୍ଜାତୀୟ ମାନ୍ୟତା ମହିଳା କ୍ରିକେଟର ନଥିବା କହିଛନ୍ତି ଜଣେ ଅଧିକାରୀ ।

ସେ ଆହୁରି କହିଛନ୍ତି ଆମେ ଯଦି ପୁରୁଷ କ୍ରିକେଟ ଟିମକୁ ଦେଖିବା ସେଠାରେ ଅନେକ ସ୍ଥାନ ଅଛି ହେଲେ ମହିଳା କ୍ରିକେଟ ଟିମରେ ଦକ୍ଷ ପ୍ଲେୟାରଙ୍କ ଅଭାବ ରହିଛି । ଝୁଲଣ ଗୋସ୍ବାମୀଙ୍କୁ ଉଦାହରଣରେ ନେଇ ଅଧିକାରୀ ଜଣଙ୍କ କହିଛନ୍ତି ତାଙ୍କ ଭଳି ଖେଳାଳି ନାହାନ୍ତି ଦଳରେ ନାହାନ୍ତି । ଦିନିକିଆ କ୍ୟାରିଅରରେ ଏକ ନୂଆ ମାଇଲଷ୍ଟୋନ ଛୁଇଁଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ପ୍ରମୁଖ ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀ । ବିଶ୍ବର ପ୍ରଥମ ମହିଳା କ୍ରିକେଟର ଭାବରେ ଦିନିକିଆ ମ୍ୟାଚ୍‌ରେ ୨୫୦ ୱିକେଟ ନେଇଛନ୍ତି ଝୁଲଣ । ମାର୍ଚ୍ଚ 16ରେ ଆଇସିସି ମହିଳା ବିଶ୍ବକପରେ ଇଂଲଣ୍ଡ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ ଝୁଲଣ । ଦକ୍ଷ ଖେଳାଳି ଅଭାବରୁ ମହିଳା ଆଇପିଏଲ ଅନିଶ୍ଚିନ୍ତତା ଭିତରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.