ETV Bharat / sports

Women's Cricket World Cup: ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଇଂଲଣ୍ଡ - ମହିଳା କ୍ରିକେଟ ବିଶ୍ବକପ ୨୦୨୨

ICC ମହିଳା ODI କ୍ରିକେଟ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ବିଶ୍ବକପ ଟୁର୍ଣ୍ଣାମେଣ୍ଟ ୨୦୨୨ର ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ୧୩୭ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି । ଫଳରେ ଆସେସ ପ୍ରତିନ୍ଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ସହ ଫାଇନାଲ ମୁକାବିଲା ଖେଳିବ ଇଂଲିସ ଟିମ । ଅଧିକ ପଢନ୍ତୁ

Women's Cricket World Cup 2022: Defending champs England thrash SA to set Australia clash in final
Women's Cricket World Cup: ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ
author img

By

Published : Mar 31, 2022, 3:54 PM IST

ଖ୍ରୀଷ୍ଟଚର୍ଚ୍ଚ(ନ୍ୟୁଜିଲାଣ୍ଡ): ଚଳିତ ICC ମହିଳା ODI କ୍ରିକେଟ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ବିଶ୍ବକପ ଟୁର୍ଣ୍ଣାମେଣ୍ଟ ୨୦୨୨ର ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ୧୩୭ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ।

ଡାନି ୱାଟ୍‌ଙ୍କ ଦମଦାର ଶତକ ଓ ସୋଫି ଏକଲେଷ୍ଟୋନଙ୍କ ଘାତକ ବୋଲିଂ ସହ ୬ ୱିକେଟ ହାସଲ ବଳରେ ଇଂଲଣ୍ଡ ବିଜୟୀ ହୋଇଛି । ଏଥିସହ ଦକ୍ଷିଣ ଆଫ୍ରିକାର ବିଶ୍ବକପ ସ୍ବପ୍ନ ଚୁରମାର ହୋଇଯାଇଛି । ଇଂଲଣ୍ଡ ଟିମ ସେମିଫାଇନାଲ ମୁକାବିଲାରେ ସମସ୍ତ ତିନୋଟି ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଫଳରେ ଏହି ବିଜୟ ସହିତ ଇଂଲଣ୍ଡ ଟିମ ସେମାନଙ୍କର ଆସେସ ପ୍ରତିନ୍ଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ସହ ଫାଇନାଲ ମୁକାବିଲା ଖେଳିବ ।

  • England dominated South Africa across all departments in the second #CWC22 semi-final to set a date with Australia for the grand finale 👊

    Report 👇https://t.co/3rkG4vU7Dr

    — ICC (@ICC) March 31, 2022 " class="align-text-top noRightClick twitterSection" data=" ">

ଡାନି ୱାଟ୍‌ଙ୍କ ପ୍ରଥମ ବିଶ୍ବକର ଶତକ ସହାୟତାରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୨୯୩ ରନ୍‌ ସଂଗ୍ରହ କରିଥିଲା । ପଞ୍ଚମ ୱିକେଟ ଯୋଡିରେ ୱାଟ୍‌ ଓ ସୋଫି ଡଙ୍କଲେ ୧୧୬ ରନ୍‌ର ଭାଗିଦାରୀ କରିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୧୫୬ ରନ୍‌ କରିପାରିଥିଲା । ଟିମର ଷ୍ଟାର ବ୍ୟାଟ୍‌ର ଲାଉରା ୱଲଭରଡଟ୍‌ ଓ ଲିଜଲେ ଲି ଶୀଘ୍ର ପାଭିଲିୟନ ଫେରିଥିଲେ । ପରେ ସୋଫି ଏକଲେଷ୍ଟୋନ ୩୬ ରନ୍‌ରେ ୬ଟି ୱିକେଟ ଅକ୍ତିଆର କରିବା ସହ ଦକ୍ଷିଣ ଆଫ୍ରିକୀୟ ଟିମକୁ ଏକାକୀ ଧରାଶାୟୀ କରିଥିଲେ ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୨୯୩/୮, ୫୦ ଓଭର(ଡାନି ୱାଟ୍‌ ୧୨୯, ସୋଫି ଡଙ୍କଲେ ୬୦; ସାବନିମ ଇସମେଲ ୩/୪୬) ବନାମ ଦକ୍ଷିଣ ଆଫ୍ରିକା ଅଲଆଉଟ୍‌ ୧୫୬, ୩୮ ଓଭର(ମିଗନନ ଡୁ ପ୍ରିଜ ୩୦, ଲାରା ଗୁଡଅଲ ୨୯; ସୋଫି ଏକଲେଷ୍ଟୋନ ୬/୩୬, ଅନୟ ଶ୍ରୁବସୋଲେ) ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.