ETV Bharat / sports

ମହିଳା କ୍ରିକେଟକୁ ଆବଶ୍ୟକତା ରହିଛି ଗଣମାଧ୍ୟମର ସହଯୋଗ: ମିତାଲି ରାଜ

author img

By

Published : Jun 1, 2021, 8:24 PM IST

ମହିଳା କ୍ରିକେଟକୁ ଗଣମାଧ୍ୟମ ସହଯୋଗର ଆବଶ୍ୟକତା ରହିଛି କଲେ ଭାରତୀୟ ମହିଳା ଟେଷ୍ଟ ଓ ଦିନିକିଆ କ୍ୟାପଟେନ ମିତାଲି ରାଜ । ଅଧିକ ପଢନ୍ତୁ...

Women's cricket needs media support: Mitali Raj reacts on Osaka controversy
ମହିଳା କ୍ରିକେଟକୁ ଆବଶ୍ୟକତା ରହିଛି ଗଣମାଧ୍ୟମ ସହଯୋଗର: ମିତାଲି ରାଜ

ମୁମ୍ବାଇ: ଭାରତୀୟ ମହିଳା ଟେଷ୍ଟ ଓ ଦିନିକିଆ କ୍ୟାପଟେନ ମିତାଲି ରାଜଙ୍କ ବଡ ବୟାନ । ମଙ୍ଗଳବାର ମିତାଲି କହିଛନ୍ତି, କୌଣସି ସାମ୍ବାଦିକ ସମ୍ମିଳନୀକୁ ସେ ଏଡାଇ ଯିବାକୁ କେବେ ଚାହିଁନାହାନ୍ତି । କାରଣ ମହିଳା କ୍ରିକେଟକୁ ଗଣମାଧ୍ୟମ ସହଯୋଗର ଆବଶ୍ୟକତା ରହିଛି ।

ମହିଳା କ୍ରିକେଟର ପ୍ରସାରର ଆବଶ୍ୟକତା ରହିଛି । ମହିଲା କ୍ରିକେଟ ବର୍ତ୍ତମାନ ଯେଉଁସ୍ଥାନରେ ରହିଛି, ଖେଳର ଉନ୍ନତି ପାଇଁ ଗଣମାଧ୍ୟମର ସହଯୋଗ ବିଶେଷ ଭାବେ ଜରୁରୀ । ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମିତାଲି ।

ଟେନିସ ଖେଳାଳି ନାଓମି ଓସାକା ସୋମବାର ମାନସିକ ସ୍ବାସ୍ଥ୍ୟରେ ଅସୁବିଧା ଦର୍ଶାଇ ଚଳିତ ଫ୍ରେଞ୍ଚ ଓପନରୁ ଓହରିଯାଇଛନ୍ତି । ତେବେ ଚଳିତ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଟେନିସ ଷ୍ଟାର ଓସାକା ସାମ୍ବାଦିକ ସମ୍ମିଳନୀକୁ ବୟକଟ କରିବା ପରେ ବିବାଦ ଦେଖାଦେଇଥିଲା । ଆୟୋଜକ ପରେ ଓସାକାଙ୍କ ଉପରେ 15,000 ଡଲାର ଜୋରିମାନା ଲଗାଇଥିଲେ ଓ ଏହି ଆଚରଣ ଜାରି ରଖିଥିଲେ ଅନ୍ୟ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାକୁ ପଡିପାରେ ବୋଲି ଚେତାବନୀ ଦେଇଥିଲେ ।

ପୂର୍ବରୁ ଏହି ବିବାଦ ନେଇ ପ୍ରତିକ୍ରିୟା ରଖି ପୂର୍ବତନ ଭାରତୀୟ କ୍ୟାପଟେନ ମହମ୍ମଦ କୈଫ କହିଥିଲେ, ମାନସିକ ସ୍ବାସ୍ଥ୍ୟ ନେଇ ଯେ କୌଣସି ଖେଳର ଖେଳାଳି ଯଦି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ଅନିଚ୍ଛା ପ୍ରକାଶ କରନ୍ତି ତେବେ ଏହାକୁ ଅନୁମତି ଦେବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.