ETV Bharat / sports

Womens T20 World Cup: ମେଗ ଲାନିଙ୍ଗଙ୍କ ରେକର୍ଡ, ଜିତିଲେ 5 ଆଇସିସି ଟ୍ରଫି

author img

By

Published : Feb 27, 2023, 10:47 AM IST

ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ଅଧିନାୟିକା ମେଗ ଲାନିଙ୍ଗ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । 5ଟି ଆସିସି ଟ୍ରଫି ହାତେଇ ଜଣେ ସଫଳ ଅଧିନାୟିକା ହୋଇଛନ୍ତି । ଅଧିକ ପଢନ୍ତୁ

ମେଗ ଲାନିଙ୍ଗଙ୍କ ରେକର୍ଡ
Womens T20 World Cup

ନୂଆଦିଲ୍ଲୀ: ଚଳିତ ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଅଷ୍ଟ୍ରେଲିଆ 6 ଥର ପାଇଁ ବିଶ୍ବ ବିଜୟୀ ହୋଇଛି । ଅଧିନାୟିକା ମେଗ ଲାନିଙ୍ଗଙ୍କ ନେତୃତ୍ବରେ ଦଳ ଚମ୍ପିଆନ ହୋଇଛି । ଏହା ସହିତ ମହିଳା କ୍ରିକେଟର ମେଗ ଲାନିଙ୍ଗ ସଫଳ ଅଧିନାୟିକା ହୋଇଛନ୍ତି । ମେଗ ଲାନିଙ୍ଗ ସର୍ବାଧିକ 5ଟି ଆଇସିସି ଟ୍ରଫି ହାସଲ କରି ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ବିଶ୍ବ କ୍ରିକେଟ ପୁରୁଷ ଓ ମହିଳାରେ ପ୍ରଥମ ଅଧିନାୟକ ଭାବେ 5ଟି ଆଇସିସି ଟ୍ରଫି ବିଜୟୀ ହୋଇଛନ୍ତି ମେଗ ଲାନିଙ୍ଗ ।

2023 ଟି-ଟ୍ବେଣ୍ଟି ବିଶ୍ବକପ ଅଷ୍ଟମ ସଂସ୍କରଣର ଟ୍ରଫି ହାସଲ କରି ଷଷ୍ଠ ଥର ପାଇଁ ଚମ୍ପିଆନ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇଥିଲେ ମେଗ ଲାନିଙ୍ଗ । ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ଲାନିଙ୍ଗ । ରିକି ପଣ୍ଟିଂ ଅଧିନାୟକ ଥିବା ସମୟରେ 4 ଥର ଆଇସିସି ଟ୍ରଫି ଜିତିଥିବାବେଳେ ଧୋନୀ 3 ଥର ଆଇସିସି ଟ୍ରଫି ଜିତିଥିଲେ । ଏହା ପୂର୍ବରୁ ମେଗା ଲାନିଙ୍ଗ 2014, 2018, ଓ 2020ରେ ଦଳକୁ ଟି-20 ବିଶ୍ବ ବିଜୟୀ କରାଇଥିଲେ । ସେହିପରି 2022ରେ ଏକଦିବସୀୟ ବିଶ୍ବକପ ବିଜୟୀ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇଥିଲେ ମେଗ ଲାନିଙ୍ଗ ।

ଏହା ବି ପଢନ୍ତୁ....Women's T20 World Cup: ୬ଷ୍ଠ ଥର ଲାଗି ଟାଇଟଲ ହାତେଇଲା ଅଷ୍ଟ୍ରେଲିଆ

ଏହା ସହିତ ମେଗ ଲାନିଙ୍ଗ 100ଟି ଟି-20 ମ୍ୟାଚରେ ନେତୃତ୍ବ ନେବାରେ ପ୍ରଥମ ଅଧିନାୟିକା ହୋଇଛନ୍ତି । 2014ରେ ଜୋଡି ଫିଲ୍ଡସଙ୍କ ଅବସର ପରେ ଲାନିଙ୍ଗ ଦଳର ମଙ୍ଗ ଧରିଥିଲେ । ଲାନିଙ୍ଗଙ୍କ ପଛକୁ ଭାରତର ଅଧିନାୟିକ ହର୍ମନପ୍ରୀତ କୌର ଓ ଇଂଲଣ୍ଡର ଚାର୍ଲଟ୍ଟ ଏଡୱାର୍ଡ୍ସ ଯଥାକ୍ରମେ 96 ଓ 93ଟି ଟି-ଟ୍ବେଣ୍ଟି ମ୍ୟାଚର ଅଧିନାୟିକା ଦାୟିତ୍ବ ତୁଲାଇଛନ୍ତି ।

ପ୍ରକାଶ ଥାଉକି, ଅଷ୍ଟ୍ରେଲିଆ ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଅପରାଜେୟ ରହିଛି । ଗତକାଲି (ରବିବାର) କେପଟାଉନରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଘରୋଇ ଦକ୍ଷିଣ ଆଫ୍ରିକାକୁ 19ରନରେ ପରାସ୍ତ କରି ଷଷ୍ଠ ଥର ବିଶ୍ବ ବିଜୟୀ ହୋଇଛି । ଭାରତକୁ ସେମିଫାଇନାଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ଅଷ୍ଟ୍ରେଲିଆ । 2010, 2012 ଓ 2014ରେ କ୍ରମାଗତ ଟି-ଟ୍ବେଣ୍ଟି ବିଶ୍ବକପ ଚମ୍ପିଆନ ହୋଇଥିଲା । ଏହା ପରେ 2018 ଓ 2020ରେ ପୁଣି ବିଶ୍ବ ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.